୧୩ ଜାନୁଆରୀ ୨୦୨୦ ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ସ୍ବଗୃହୀ ଚନ୍ଦ୍ର ଓ ଧନସ୍ଥ ମଙ୍ଗଳ ପ୍ରଭାବରେ ଆପଣ ମନ ଅନୁଯାୟୀ କାମ କରିବାରେ ସମର୍ଥ ହେବେ। ତଥାପି କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମ ଉପରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ଅଫିସ୍ କାମରେ ଆଲୋଚନାକ୍ରମେ ଲାଗିପଡ଼ନ୍ତୁ, ଅବଶ୍ୟ ଅଳ୍ପ ସମୟ ପରେ ସବୁ କିଛି ଠିକ୍ ହୋଇଯିବ। ବୃଷ: ରାଶିରେ ମଙ୍ଗଳ ହେତୁକ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଯୋଗୁ ମନରେ ସାମୟିକ ଉତ୍ତେଜନା ଲାଗି ରହିବ। ବହୁଦିନରୁ ଯାହା ଖୋଜୁଥିଲେ
 
୧୩ ଜାନୁଆରୀ ୨୦୨୦ ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ସ୍ବଗୃହୀ ଚନ୍ଦ୍ର ଓ ଧନସ୍ଥ ମଙ୍ଗଳ ପ୍ରଭାବରେ ଆପଣ ମନ ଅନୁଯାୟୀ କାମ କରିବାରେ ସମର୍ଥ ହେବେ। ତଥାପି କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମ ଉପରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ଅଫିସ୍‌ କାମରେ ଆଲୋଚନାକ୍ରମେ ଲାଗିପଡ଼ନ୍ତୁ, ଅବଶ୍ୟ ଅଳ୍ପ ସମୟ ପରେ ସବୁ କିଛି ଠିକ୍‌ ହୋଇଯିବ।

ବୃଷ: ରାଶିରେ ମଙ୍ଗଳ ହେତୁକ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଯୋଗୁ ମନରେ ସାମୟିକ ଉତ୍ତେଜନା ଲାଗି ରହିବ। ବହୁଦିନରୁ ଯାହା ଖୋଜୁଥିଲେ ଆଜି ମଧ୍ୟାହ୍ନେ ପାଇଯିବେ। ଉପକୃତ ହୋଇଥିବା ନିଜ ଲୋକମାନଙ୍କ ଶତ୍ରୁତା ଯୋଗୁ ସାମାନ୍ୟ ବିଚଳିତବୋଧ କରିପାରନ୍ତି। ନି ଜ କାମ ଛାଡ଼ି ପରକଥାରେ ମୁଣ୍ଡ ପୂରାଇ ସମସ୍ୟାକୁ ଡାକି ଆଣନ୍ତୁ ନାହିଁ ।

ମିଥୁନ: ଦଶମସ୍ଥ ଯୋଗ ପ୍ରଭାବରୁ ପରିସ୍ଥିତି ଯେତେ ଖରାପ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ଦିଗରେ ଚେଷ୍ଟା ନିଷ୍ଫଳ ହେବନାହିଁ । ବ୍ୟବସାୟରେ ଉନ୍ନତି ହେବା ସହ ଲାଭ ମଧ୍ୟ କିଛି କମ୍‌ ହେବନାହିଁ । ପରିବାରର କୌଣସି ବିବାଦୀୟ ପରିସ୍ଥିତି ସମାଧାନ ସକାଶେ ଆତ୍ମୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି।

କର୍କଟ: ଚନ୍ଦ୍ରଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ବଦଳିଯିବ, କିନ୍ତୁ ଶନି ନକ୍ଷତ୍ରସ୍ଥ ଚନ୍ଦ୍ର ମାନସିକ ଶିଥିଳତା ସୃଷ୍ଟି କରିପାରେ। ଯେତେ ପ୍ରକାର ବନେଇ ଚୂନେଇ କହିଲେ ମଧ୍ୟ ଆପଣଙ୍କ କଥା ଓ ଉଦ୍ଦେଶ୍ୟକୁ ଠିକ୍‌ ଭାବେ ଅନ୍ୟମାନେ ବୁଝିପାରିବେ ନାହିଁ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ, କିନ୍ତୁ ସାୟାହ୍ନେ ଟେନ୍‌ସନ ବଢ଼ିଯାଇପାରେ।

ସିଂହ: ଚତୁର୍ଥାଧିପଙ୍କ ସ୍ଥିତିଜନିତ ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟ ଘଟିବା କାରଣରୁ ମନ ଭାରାକ୍ରାନ୍ତ ରହିବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ବେଖାତିର ମନୋଭାବ ଓ କଟୂକ୍ତି ମନରେ ଦୁଃଖ ଦେବ। ଅଫିସିଆଲି କାର୍ଯ୍ୟବ୍ୟସ୍ତତା କାରଣରୁ କୌଣସି କଥା ଠିକ୍‌ ରହିବ ନାହିଁ। ପରିସ୍ଥିତିର ତାଡ଼ନାରେ ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିପାରନ୍ତି।

କନ୍ୟା: ଏକାଦଶସ୍ଥ ଚନ୍ଦ୍ର ହେତୁ ଆଜି ଆପଣ ଯେମିତି ଚାହିଁବେ ସେମିତି ପାଇବେ, କିଛି ଅସୁବିଧା ହେବନି। ମନ ବୁଝିଲା ଭଳି କଥା କହି କର୍ମଚାରୀଟିର ଭୁଲ୍‌ ବୁଝାମଣାକୁ ସୁଧାରିନେବାରେ ସମର୍ଥ ହେବେ। ପ୍ରକାଶନ,ପ୍ରଶାସନ,ଆନୁଷ୍ଠାନିକ କାମ, ସାମ୍ବାଦିକତା ତଥା ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ।

ତୁଳା: କର୍ମ ସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି କାରଣରୁ ଉଚ୍ଚବର୍ଗଙ୍କ ସହାୟତା ଲାଭକରି କାର୍ଯ୍ୟ ହାସଲ କରିବେ। ମାତ୍ର ପାରିବାରିକ କ୍ଷେତ୍ରରେ ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବେ, ଯାହାକି ଆପଣଙ୍କୁ ଧର୍ମସଂକଟରେ ପକାଇପାରେ ା ଅନ୍ୟର ପ୍ରରୋଚନାରେ ପ୍ରଭାବିତ ହୋଇ ଭୁଲ୍‌ କାମରୁ ଦୂରେଇରହିବା ଭଲ ହେବ ।

ବିଛା: ପୂର୍ବାବସ୍ଥାର ପରିବର୍ତ୍ତନ ଲକ୍ଷ୍ୟକରି କେତେକ କ୍ଷେତ୍ରରେ ଆଶାବାଦୀ ହେବେ ା ତଥାପି ପ୍ରତ୍ୟେକ କ୍ଷେତ୍ରରେ ବୁଝି ବିଚାରି ପଦକ୍ଷେପ ନ ନେଲେ ପରିସ୍ଥିତି ବିଗିଡ଼ିଯାଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ଆନୁଷ୍ଠାନିକ କାମ ପାଇଁ ଦିନଟି ଭଲ ା ଆଜି ଆପଣ ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି।

ଧନୁ: ଅଷ୍ଟମସ୍ଥ ଚନ୍ଦ୍ର ହେଲେ ମଧ୍ୟ ଅର୍ଥ ସମ୍ପର୍କିତ କଥାବାର୍ତ୍ତାରେ କୌଣସି ବାଧା ଉପୁଜିବ ନାହିଁ। କର୍ମକ୍ଷେତ୍ରରେ ପରସ୍ପର ଦୋଷାରୋପକରି ଅଯଥା ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି। ସ୍ବାର୍ଥସାଧନ ଲକ୍ଷ୍ୟରେ ପଡ଼ୋଶୀମାନେ ଆପଣଙ୍କର ଭୂରିଭୂରି ପ୍ରଶଂସା କରିବେ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ ।

ମକର: ଶୁଭଚନ୍ଦ୍ର ପ୍ରଭାବରେ ବୁଝାମଣା ମାଧ୍ୟମରେ ସମସ୍ୟାଗୁଡ଼ିକର ସରଳ ସମାଧାନ ପାଇଁ ଚେଷ୍ଟାକଲେ ଉପକୃତ ହେବେ। ଅଫିସରେ କଥା କଟାକଟି ହେତୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରର ଅଶାନ୍ତ ମନ ଆଜି ଘରୋଇ କ୍ଷେତ୍ରରେ ସମସ୍ୟା ସୃଷ୍ଟିକରିବ। ଦୀର୍ଘଦିନରୁ ସାଇତି ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ।

କୁମ୍ଭ: ସ୍ବଗୃହାଭିମୁଖୀ ଶନି ହେତୁ ସ୍ବାସ୍ଥ୍ୟ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିବ ା ଯାହାଠାରୁ ଋଣ ଆଣିଥିବେ ସେ ଆଜି ହଠାତ୍‌ ଆସି ବିଭିନ୍ନ ପ୍ରକାର କଟୂକ୍ତି ପ୍ରକାଶ କରିପାରନ୍ତି । ସମସ୍ୟା ଆସିଲେ ମଧ୍ୟ ଆପଣ ପଡ଼ୋଶୀଙ୍କ ସହାୟତାରେ ସମାଧାନ କରିପାରିବେ। ନିଜ ପରିସରରେ ଆପଣାର ଲୋକମାନେ ମିଥ୍ୟା ଅଭିଯୋଗ ଆଣିପାରନ୍ତି ।

ମୀନ: ବନ୍ଧୁବର୍ଗଙ୍କ ପରାମର୍ଶ ଓ ସହଯୋଗମୂଳକ ଆଲୋଚନା ମାଧ୍ୟମରେ ପରିବାରରୁ ଭୁଲ୍‌ ବୁଝାମଣା ଦୂରେଇଯିବ ା ତଥାପି ଅଫିସରେ ପ୍ରଶାସନିକ ସ୍ତରରେ ସାଧାରଣ କଥାକୁ କେନ୍ଦ୍ରକରି ଅଯଥା ବାକ୍‌ବିତଣ୍ଡା ସୃଷ୍ଟି ହୋଇପାରେ। ଜମିଜମା, ନିର୍ମାଣ ପ୍ରଭୃତି ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ ।