୧୬ ଜାନୁଆରୀ ୨୦୨୦ ଗୁରୁବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ରବିଙ୍କ ସମ୍ମୁଖରେ ମଙ୍ଗଳ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ଯାତ୍ରା, ବାଣିଜ୍ୟରେ ସଫଳତା ସାଙ୍ଗକୁ ବିବାଦରେ ବିଜୟୀ କରାଇବେ। ଦୃଢ଼ ପଦକ୍ଷେପ ନେଇ ଅସଜଡ଼ା ପରିସ୍ଥିତିକୁ ସୁଧାରି ନେବାର ପ୍ରଯନତ୍ କରିପାରନ୍ତି। ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ସଭାସମିତିକୁ ନିମନ୍ତ୍ରଣ ପାଇ ହଠାତ୍ ଦୂରଯାତ୍ରା କରିବାକୁ ପଡ଼ିପାରେ। ବୃଷ: ବୁଧ ରାଶ୍ୟାଧିପ ଶୁକ୍ରଙ୍କ ସମ୍ମୁଖସ୍ଥ ହୋଇ ବନ୍ଧୁଙ୍କ ସହ ସୁସମ୍ପର୍କ ରକ୍ଷା କରିବା ସହ ଅର୍ଥପ୍ରାପ୍ତିର
 
୧୬ ଜାନୁଆରୀ ୨୦୨୦ ଗୁରୁବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ରବିଙ୍କ ସମ୍ମୁଖରେ ମଙ୍ଗଳ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ଯାତ୍ରା, ବାଣିଜ୍ୟରେ ସଫଳତା ସାଙ୍ଗକୁ ବିବାଦରେ ବିଜୟୀ କରାଇବେ। ଦୃଢ଼ ପଦକ୍ଷେପ ନେଇ ଅସଜଡ଼ା ପରିସ୍ଥିତିକୁ ସୁଧାରି ନେବାର ପ୍ରଯନତ୍ କରିପାରନ୍ତି। ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ସଭାସମିତିକୁ ନିମନ୍ତ୍ରଣ ପାଇ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ।

ବୃଷ: ବୁଧ ରାଶ୍ୟାଧିପ ଶୁକ୍ରଙ୍କ ସମ୍ମୁଖସ୍ଥ ହୋଇ ବନ୍ଧୁଙ୍କ ସହ ସୁସମ୍ପର୍କ ରକ୍ଷା କରିବା ସହ ଅର୍ଥପ୍ରାପ୍ତିର ଯୋଜନା କରିପାରନ୍ତି। ବୌଦ୍ଧିକ ବିଚାରବିମର୍ଶରେ ବୁଦ୍ଧିଜୀବୀଙ୍କ ପ୍ରିୟଭାଜନ ହେବେ। ସକାଳୁ ସକାଳୁ କୌଣସି ଶୁଭ ଖବର ପାଇବାର ସୂଚନା ରହିଛି। ସାମାଜିକ ସ୍ତରରେ ପଛକଥା ଚିନ୍ତା ନ କରି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ।

ମିଥୁନ: ରାଶି ଓ ଚତୁର୍ଥାଧିପଙ୍କଠାରୁ ଚନ୍ଦ୍ର ଷଡ଼ାଷ୍ଟକ ସ୍ଥିତିରେ ଅବସ୍ଥାନ କରି ପ୍ରିୟଜନଙ୍କ ସହ ମତାନ୍ତର ସୃଷ୍ଟି କରିବେ। କର୍ମାଧିପ କର୍ମସ୍ଥାନକୁ ଦେଖୁଥିବାରୁ କୌଣସି କାମ ଅଟକି ରହିବ ନାହିଁ । ସନ୍ତାନଙ୍କ ବୈବାହିକ ସମ୍ବନ୍ଧ ପାଇଁ ବନ୍ଧୁମାନଙ୍କ ଜରିଆରେ ଆଲୋଚନା କରିପାରନ୍ତି। ପାରିବାରିକ ମନାନ୍ତର କ୍ଷେତ୍ରରେ ଜାଣିଶୁଣି ନୀରବ ରହିବା ଭଲ।

କର୍କଟ: ଧନାଧିପ ରବି ରାଶ୍ୟାଧିପ ଚନ୍ଦ୍ରଙ୍କୁ ପ୍ରତ୍ୟକ୍ଷ ଦୃଷ୍ଟି ପ୍ରଦାନ କରୁଥିବାରୁ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସାହାଯ୍ୟ ଓ ସମର୍ଥନରେ ଉଚ୍ଚପଦବୀ ପ୍ରାପ୍ତ ହୋଇପାରନ୍ତି। ଆଲୋଚନା ପରିସର, କର୍ମକ୍ଷେତ୍ର, ପ୍ରଶାସନିକ ଅଥବା ରାଜନୈତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।

ସିଂହ: ବ୍ୟୟାଧିପ ଧନସ୍ଥାନରେ ରହି ଆଗାମୀ ବଜେଟ ପ୍ରସ୍ତୁତ କରିବାରେ ତପତ୍ରତା ପ୍ରକାଶ କରାଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ ବାସ୍ତବ ସମସ୍ୟାରୁ ମୁକ୍ତି ମିଳି ନ ପାରେ। ପୂର୍ବା ପରିସ୍ଥିତିର ସମ୍ମୁଖୀନ ହୋଇ ଏକାଧିକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ସହଯୋଗ ପାଇବେ।

କନ୍ୟା: ବକ୍ରୀ ବୁଧ ଷଷ୍ଠଭାବରେ ମିତ୍ରଗୃହୀ ହୋଇ ବନ୍ଧୁଙ୍କ ସାହାଯ୍ୟରେ ବିବାଦୀୟ ପରିସ୍ଥିତିରେ ସାମ୍ୟତା ଆଣିବାରେ ସହାୟକ ହେବେ। ଆର୍ଥିକ ଉନ୍ନତି, କର୍ମକ୍ଷେତ୍ରରେ ସମ୍ମାନ, ବନ୍ଧୁଙ୍କ ଆଦର, ଅଭ୍ୟର୍ଥନା ମଧ୍ୟରେ ଦିନଟି ପ୍ରୀତିପ୍ରଦ ରହିବ। ଅପରାହ୍ନରେ କୌଣସି ସୁଖବର ମନକୁ ଆହ୍ଲାଦିତ କରିପାରେ। ଆଜିର ପ୍ରତ୍ୟୁଷ ଯାତ୍ରା, ଆନୁଷ୍ଠାନିକ କାମରୁ ଖୁସି ରହିବେ।

ତୁଳା: କର୍ମାଧିପ ବ୍ୟୟଭାବରେ ସ୍ଥାନାନ୍ତର କିମ୍ବା ଦୂରଯାତ୍ରା ପାଇଁ ସୁଯୋଗ ସୃଷ୍ଟି କରିପାରନ୍ତି। ନିଜ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ପାରଷ୍ପରିକ ବୁଝାମଣା ମାଧ୍ୟମରେ ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବା ସାଙ୍ଗକୁ ପରିବାରରେ ଶାନ୍ତି ଫେରି ଆସିବ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ ହେବ।

ବିଛା: ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ରରେ ସମ୍ମାନଜନକ ସ୍ଥିତିକୁ ନେଲେ ମଧ୍ୟ ସ୍ବଗୃହହନ୍ତା ବୃହସ୍ପତି ପାରିବାରିକ ଶାନ୍ତିଭଗ୍ନ କରିପାରନ୍ତି। ଶିକ୍ଷା, ସନ୍ତାନ, ପରୀକ୍ଷାରେ ସଫଳତା ପ୍ରଦାନ କରିବା ସହ ଫଳପ୍ରଦ ଆଲୋଚନାରେ ଆମତ୍ତୃପ୍ତି ଲାଭ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ର ମଧ୍ୟମ ଧରଣର ରହିବ।

ଧନୁ: ଶନି କେନ୍ଦ୍ରରେ ଅଷ୍ଟମାଧିପ ରବି ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ପାରିବାରିକ ସମସ୍ୟାକୁ ବୃଦ୍ଧି କରିବେ। ଗଣତନ୍ତ୍ର, ଆଇନ ଅଦାଲତ ଏପରି କି ଆଧ୍ୟାତ୍ମିକତା କ୍ଷେତ୍ରର ପ୍ରତୀକ ଶନି ନିଜ ନିଜ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବେ। ଗୁରୁଦୃଷ୍ଟିରୁ ଉତ୍ତମ ଲୋକସମ୍ପର୍କଜନିତ ସାମାଜିକ ସ୍ଥିତି ବହୁତ ଭଲ ରହିବ ଓ ପ୍ରଶଂସିତ ମଧ୍ୟ ହେବେ।

ମକର: ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ଦିଗରେ ଗ୍ରହସ୍ଥିତି ଅନୁକୂଳ ରହିବ। ସପ୍ତମାଧିପ ଚନ୍ଦ୍ର ଭାଗ୍ୟସ୍ଥାନରେ ନୂତନ ବୈବାହିକ ସମ୍ପର୍କ ପାଇଁ ଅନୁକୂଳ ସ୍ଥିତି ଉତ୍ପନ୍ନ କରିବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସାଙ୍ଗକୁ ବନ୍ଧୁଙ୍କ ଅନାଦର ଭାବ ସାମୟିକ ମନକୁ ଦୁଃଖ ଦେଇପାରେ। ନିଜ ହିତୈଷୀମାନଙ୍କୁ ବୃଥା ସନ୍ଦେହ କରି ଭୁଲ୍‌ ଠିକ୍‌ର ବିଚାର କରିପାରିବେ ନାହିଁ।

କୁମ୍ଭ: ରାହୁ ଷଷ୍ଠ ସ୍ଥାନରେ ଅବସ୍ଥାନ କରି ସମସ୍ତ ସମସ୍ୟାକୁ ସୁଧାରି ନେବାରେ ସାହାଯ୍ୟ କରିବ ା ଅବଶ୍ୟ ଖର୍ଚ୍ଚଭାର ବୃଦ୍ଧି ସାଙ୍ଗକୁ ସମୟର ବିନିଯୋଗ କରି କାର୍ଯ୍ୟ ହାସଲ କରିପାରିବେ। ଅଷ୍ଟମସ୍ଥ ଚନ୍ଦ୍ର ଋଣ ପରିଶୋଧ କରିବା ଲାଗି ମାନସିକ ଚାପର ସମ୍ମୁଖୀନ କରାଇପାରନ୍ତି। ଭଲମନ୍ଦର ମିଶ୍ରିତ ଫଳ ଭିତରେ ସାମୟିକ ଟେନ୍‌ସନ ମାନସିକ ସ୍ଥିତିକୁ ବିଭ୍ରାନ୍ତ କରିପାରେ।

ମୀନ: ବୃହସ୍ପତିଙ୍କ ସୁଦୃଷ୍ଟି ଆପଣଙ୍କ ଚିନ୍ତାଧାରା, କାର୍ଯ୍ୟପଦ୍ଧତି ଓ ଯୋଜନା ସମୂହକୁ ସୁନିୟନ୍ତ୍ରିତ କରାଇବେ। ହାତକୁ ନେଇଥିବା କାମଟି ସହଜରେ ପୂର୍ଣ୍ଣାଙ୍ଗ ହୋଇପାରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ଏବଂ ନୂତନ ପ୍ରକଳ୍ପାଦି କାମ ବହୁତ ଭଲରେ ସମ୍ପନ୍ନ ହେବ। ଶୁକ୍ରଙ୍କ ପ୍ରଭାବରେ ଆନୁଷ୍ଠାନିକ କାମ ଓ ବନ୍ଧୁମିଳନାଦିରୁ ସାମୟିକ ଖୁସୀ ରହିପାରନ୍ତି।