୨୯ ଜାନୁଆରୀ ୨୦୨୦ ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି କର୍ମଭାବସ୍ଥ ଗ୍ରହଶୂନ୍ୟ ହେତୁ କର୍ମକ୍ଷେତ୍ରରେ କୌଣସି କାମ ସହଜରେ ସମ୍ପନ୍ନ ହେବନାହିଁ । ଅବଶ୍ୟ ପର କ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ। ଯାତ୍ରା, ନୂତନ କର୍ମାରମ୍ଭ ପାଇଁ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। କାର୍ଯ୍ୟବ୍ୟସ୍ତତା କାରଣରୁ ପାରିବାରିକ କ୍ଷେତ୍ରରେ ହସଖୁସି ପାଇଁ ସମୟ ପାଇବେ ନାହିଁ । ବୃଷ: ଆଜି ବୁଧ ଓ ଶୁକ୍ର ଏକାଦଶସ୍ଥ ଯୋଗୁ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଗୌରବାନ୍ବି ତ ହୋଇପାରନ୍ତି। ସଭାସମିତି ତଥା
 
୨୯ ଜାନୁଆରୀ ୨୦୨୦ ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି କର୍ମଭାବସ୍ଥ ଗ୍ରହଶୂନ୍ୟ ହେତୁ କର୍ମକ୍ଷେତ୍ରରେ କୌଣସି କାମ ସହଜରେ ସମ୍ପନ୍ନ ହେବନାହିଁ । ଅବଶ୍ୟ ପର କ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ। ଯାତ୍ରା, ନୂତନ କର୍ମାରମ୍ଭ ପାଇଁ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। କାର୍ଯ୍ୟବ୍ୟସ୍ତତା କାରଣରୁ ପାରିବାରିକ କ୍ଷେତ୍ରରେ ହସଖୁସି ପାଇଁ ସମୟ ପାଇବେ ନାହିଁ ।

ବୃଷ: ଆଜି ବୁଧ ଓ ଶୁକ୍ର ଏକାଦଶସ୍ଥ ଯୋଗୁ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଗୌରବାନ୍ବି ତ ହୋଇପାରନ୍ତି। ସଭାସମିତି ତଥା ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତତା ସାଙ୍ଗକୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଦ୍ୱାଦଶସ୍ଥ ରବି ହେତୁ ସରକାରୀ ସ୍ତରରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ।

ମିଥୁନ: ସପ୍ତମସ୍ଥ ପାପଯୁକ୍ତ ଚନ୍ଦ୍ର ଆପଣଙ୍କୁ ମାନସିକ ସ୍ତରରେ ବ୍ୟଗ୍ରତା ଓ ଅସ୍ଥିରତା ସୃଷ୍ଟିକଲେ ମଧ୍ୟ ଶୁ କ୍ର ପ୍ରଭାବରୁ ବନ୍ଧୁଙ୍କ ସହ ସୁସମ୍ପର୍କ ସ୍ଥାପନ କରିବେ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ରପ୍ତାନୀ କାରବାରରେ କଳହ କିମ୍ବା ବନ୍ଧୁଙ୍କ ସହ ମତାନ୍ତର ଘଟିପାରେ। ଗତକାଲିଠାରୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ଅସୁବିଧାରେ ପଡ଼ିଥିବା ଲୋକଟିକୁ ସାହାଯ୍ୟ କରିବେ।

କର୍କଟ: ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ସନ୍ତୋଷଜନକ ରହିବ। ଦ୍ୱାଦଶରେ ରାହୁ ଆପଣଙ୍କୁ ବିଭିନ୍ନ ସ୍ଥାନ ବୁଲାଇପାରନ୍ତି। ତଥାପି ଶୁକ୍ରଙ୍କ ପ୍ରଭାବରୁ ପାରିବାରିକ ଜୀବନ ସୁଖ, ସନ୍ତୋଷରେ କଟିବ। ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ ଓ ମୂଲ୍ୟବାନ୍‌ ଦ୍ରବ୍ୟ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି।

ସିଂହ: ଚନ୍ଦ୍ର ପାପପ୍ରଭାବ ଯୁକ୍ତ ହେତୁ ସମସ୍ୟା ଯୋଗୁ ଆପଣଙ୍କ କାର୍ଯ୍ୟ ସମ୍ପନ୍ନ ହେବ, କି ନ୍ତୁ ବିଶେଷ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଜଞ୍ଜାଳ ଏତେ ମାତ୍ରାରେ ବଢ଼ିଯିବ ଯେ ସାମାନ୍ୟ ଫୁ ର୍‌ସତ ମଧ୍ୟ ପାଇବେ ନାହିଁ। ଏହା ସାଙ୍ଗକୁ ବିଭିନ୍ନ ପ୍ରକାର ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ଶିଳ୍ପ, ବ୍ୟବସାୟ, ପରିବହନ, ହୋଟେଲ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ସଫଳତା ମିଳିବ।

କନ୍ୟା: ଆକସ୍ମିକ ଦୂରଯାତ୍ରା କରିବାକୁ ବନ୍ଧୁଙ୍କ ଡାକରା ଆସିପାରେ। ସବୁ ଦିଗରୁ ଭଲ ହେଲେ ମଧ୍ୟ ପରିବାରର ଅଶାନ୍ତ ପରିସ୍ଥିତି, ଗୃହଛିଦ୍ର, ବନ୍ଧୁଙ୍କ ଅନୁଚିତ କାର୍ଯ୍ୟକଳାପ ଦୁ ଶ୍ଚିନ୍ତାର କାରଣ ହେବ। ଶନିଯୁକ୍ତ ଚନ୍ଦ୍ର ହେତୁ ମନ ଭଲ ନ ଥିବାରୁ ଆଲୋଚନା ପରିସରରେ ସମାଲୋଚିତ ହେବେ। ବ୍ୟବସାୟିକ କ୍ଷେତ୍ର, ନିର୍ମାାଣ କାର୍ଯ୍ୟରୁ ସାମୟିକ ଆଶ୍ୱସ୍ତି ଲାଭର ସୂଚନା ପାଇବେ।

ତୁଳା: ସପ୍ତମସ୍ଥ ରବି ଆପଣଙ୍କୁ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ କରାଇପାରେ। ତଥାପି ଆଜିର ଜୀବନଯାତ୍ରା ପ୍ରୀତିପ୍ରଦ ରହିବ ଏବଂ ଯାହା ଓ ଯେମିତି ଚାହୁଁ ଛନ୍ତି ତାହା ନିର୍ବିଘ୍ନରେ ପ୍ରାପ୍ତ ହେବ। ଯାହା ଚାହୁଁ ଛନ୍ତି ତାହା କରିପାରିବେ, ପ୍ରତିବନ୍ଧକ ବିନା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଚିତ୍ରା ନକ୍ଷତ୍ର ସକାଶେ କାମରେ ଅସ୍ଥିରତା ସୃଷ୍ଟିକରିପାରେ।

ବିଛା: ଆଜିର ଦ୍ୱିତୀୟଚନ୍ଦ୍ର ଆପଣଙ୍କ ନୂତନ କର୍ମାରମ୍ଭ,ବନ୍ଧୁମିଳନ ମାଧ୍ୟମରେ ଆନନ୍ଦ ପ୍ରଦାନ କରିବ। କର୍ମକ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମୟରେ ଆପଣଙ୍କ ଅନୁପସ୍ଥିତି ପାଇଁ କୈଫିୟତ ଦେବାକୁ ପଡ଼ିପାରେ। ଆପଣଙ୍କ ଆସିବା ବାଟକୁ ଚାହିଁ ବସିଥିବା ବନ୍ଧୁଟି ମନେ ମନେ ବହୁ ବିରକ୍ତି ପ୍ରକାଶ କରିପାରନ୍ତି। ଆଜିର ଯାତ୍ରା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।

ଧନୁ: ରାଶିରେ ପାପଗ୍ରହ ଯୋଗୁ ମାନସିକ ଓ ଶାରୀରିକ ସ୍ଥିତି ଭଲ ନ ରହିଲେ ମଧ୍ୟ ଅନ୍ୟାନ୍ୟ ଗ୍ରହଙ୍କ ଶୁଭତ୍ୱ ଯୋଗୁ କୌଣସି କାମ ଅଚଳ ହେବନାହିଁ। ପରିବାର ମଧ୍ୟରେ ବୁଝାମଣାର ଅଭାବଜନିତ ସମସ୍ୟା ଭିତର ଦେଇ ଗତି କରିପାରନ୍ତି। ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ଆତ୍ମୀୟମାନେ ଆପଣଙ୍କ କାର୍ଯ୍ୟକୁ ପସନ୍ଦ ନ କଲେ ମଧ୍ୟ ମୁହଁ ଆଗରେ କିଛି କହିବେ ନାହିଁ।

ମକର: ଆଜିର ଗ୍ରହସ୍ଥିତି ସାମଗ୍ରିକ ଦୃଷ୍ଟିକୋଣରୁ ଭଲ ହେତୁ ମନ ପ୍ରଫୁଲ୍ଲ ରହିବ। ବନ୍ଧୁବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେବେ ଓ ମୂଲ୍ୟବାନ୍‌ ଦ୍ରବ୍ୟ ପାଇବେ। କର୍ମକ୍ଷେତ୍ରରେ ଘଟିଯାଇଥିବା ଯେଉଁ ବ୍ୟତିକ୍ରମ ସୁଧାରିନେବା ସହ ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସଭାସମିତିରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧିପାଇବ।

କୁମ୍ଭ: ବୁଧ ଯୁକ୍ତ ଶୁକ୍ର ହେତୁ ମନ ଚାହୁଥିବା ପ୍ରକାରେ ନୂତନ ସମ୍ପର୍କ ସ୍ଥାପିତ କରିବେ। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ। ହେତୁ ବିବାଦ ଅପସରି ଯିବ ଓ କାମ ମଧ୍ୟ ସନ୍ତୋଷଜନକ ରହିବ। ପିଲାମାନଙ୍କ ସକାଶେ କୈାଣସି ବ୍ୟକ୍ତିଙ୍କ ସହ ତର୍କର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟ, ବାଣିଜ୍ୟ ଓ କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।

ମୀନ: ଆଜିର ଗ୍ରହ ଯୋଗ ଆପଣଙ୍କୁ ସାମଗ୍ରିକ ସୁଖ,ସୁବିଧା ପ୍ରଦାନ କରି ମନରେ ନୂତନ ଆଶା ସଞ୍ଚାର କରିପାରନ୍ତି। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଅନ୍ୟମାନଙ୍କ କଥାକୁ ନେଇ ମାନସିକ ସୁସ୍ଥତା କେତେକାଂଶରେ ବାଧାପ୍ରାପ୍ତ ହୋଇପାରେ। ଉତ୍ତରଭାଦ୍ରପଦ୍‌ ନକ୍ଷତ୍ରର ପାରିବାରିକ ସଦ୍‌ଭାବ ମନକୁ ବୁଝାଇବାରେ ସାହାଯ୍ୟ କରିବ।