ଚନ୍ଦ୍ର ଗ୍ରହଣରେ ଏହି ୩ ରାଶି ରୁହନ୍ତୁ ସାବଧାନ, ଧନହାନି ସହ ଜୀବନରେ ଆସିବ ବଡ଼ ସମସ୍ୟା

 
chandra grahan

୨୦୨୪ ର ଦ୍ଵିତୀୟ ଚନ୍ଦ୍ର ଗ୍ରହଣ ଲାଗିବାରେ ବର୍ତମାନ ଆଉ କିଛିଦିନ ବାକି ରହିଛି। ଏହି ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ମାସରେ ଲାଗିବ, ଏବଂ ଆଂଶିକ ଚନ୍ଦ୍ର ଗ୍ରହଣ ରହିବ। ଏହା ପୂର୍ବରୁ ହୋଲିରେ ଚନ୍ଦ୍ର ଗ୍ରହଣ ଲାଗିଥିଲା।  ସେପ୍ଟେମ୍ବର ମାସର ଚନ୍ଦ୍ର ଗ୍ରହଣ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ରହିବ। ଏହା ୧୮ ସେପ୍ଟେମ୍ବର ରେ ଲାଗିବ। ଏବଂ ଭାରତୀୟ ସମୟ ରେ ସକାଳ ୬ଟା ୧୧ ମିନିଟ ରେ ଆରମ୍ଭ ହୋଇ ୧୦.୧୭ ରେ ସମାପ୍ତ ହେବ। ଏହି ଚନ୍ଦ୍ର ଗ୍ରହଣ ୪ ଘଣ୍ଟା ୬ ମିନିଟ ରହିବ। 

ଚନ୍ଦ୍ର ଗ୍ରହଣର ସୂତାକ ସମୟ –

ହିନ୍ଦୁ ଧର୍ମରେ ଗ୍ରହଣ କୁ ଶୁଭଦିନ ବୋଲି ଗ୍ରହଣ କରାଯାଇ ନଥାଏ, ତେଣୁ ଗ୍ରହଣ ସମୟ ରେ ଅନେକ କାର୍ଯ୍ୟ ବର୍ଜନୀୟ ଅଟେ। ଚନ୍ଦ୍ର ଗ୍ରହଣ ପାଇଁ ସୂତାକ ସମୟ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇ ଯାଇଥାଏ। ଏହି ଚନ୍ଦ୍ର ଗ୍ରହଣ ଦିନରେ ଲାଗୁଥିବା କାରଣରୁ ଭାରତରେ ଦୃଶ୍ୟ ହେବ ନାହିଁ।

ଚନ୍ଦ୍ର ଗ୍ରହଣ ଏହିସବୁ ରାଶି ପାଇଁ ଅଶୁଭ ଅଟେ –

ମେଷ ରାଶି –

ମୀନ ରାଶିର ଲୋକଙ୍କର ମନୋମାଳିନ୍ୟ ହେବ। ବ୍ୟବସାୟ ରେ ହାନି ହେବ। ଏହି ସମୟରେ ସମସ୍ତଙ୍କ ସହିତ ଦେଖି ଚାହିଁ ମିଶିବେ।

କର୍କଟ ରାଶି –

କର୍କଟ ରାଶି ର ବ୍ୟକ୍ତିଙ୍କ କ୍ୟାରିଅର ରେ ପରିବର୍ତନ ହେବ। ଆପଣ ବାଧ୍ୟ ହୋଇ ଚାକିରୀ ଛାଡି ପାରନ୍ତି , ପର୍ଶନଲ ଲାଇଫ ରେ ସମସ୍ୟା ଆସିପାରେ।

ତୁଳା ରାଶି –

ତୁଳା ରାଶିର ବ୍ୟକ୍ତିଙ୍କ ମିଶ୍ର ଫଳ ରହିବ, କାର୍ଯ୍ୟ କ୍ଷେତ୍ରରେ ମିଶ୍ରିତ ଫଳ ମିଳିବ। ସହକର୍ମୀ ମାନଙ୍କ ସହିତ ଅସୁବିଧା ହୋଇପାରେ।

ମକର ରାଶି –

ମକର ରାଶିର ବ୍ୟକ୍ତିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଆଣିବ। ଘରର ବୟସ୍କ ମାନଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ଯାହାକି ଆପଣଙ୍କ ପାଇଁ ଅସୁବିଧାର କାରଣ।