ଚୈତ୍ର ନବରାତ୍ରୀର ମହାଷ୍ଟମୀରେ ଶୁଭ ଯୋଗ, ଏହିସବୁ ରାଶି ପାଇଁ ଅତ୍ୟନ୍ତ ଭଲ, ମା ପକାଇବେ କୃପା ଦୃଷ୍ଟି

 
Chaitra Navratri

ପାଳିତ ହେଉଛି ଚୈତ୍ର ନବରାତ୍ରି । ଏହି ନବରାତ୍ରିରେ ମା ଦୁର୍ଗାଙ୍କର ବିଭିନ୍ନ ରୂପକୁ ପୂଜା କରା ଯାଇଥାଏ । ଏହି ସମୟରେ ଲୋକ ମାନେ ନିଜର ମନ ସ୍କାମନା ପୂର୍ଣ୍ଣ କରିବା ପାଇଁ ମାଆଙ୍କ ଓଷା କରିଥାଆନ୍ତି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ହିନ୍ଦୁ ଧର୍ମରେ ଏହି ନବରାତ୍ରିର ବିଶେଷ ମାହାତ୍ମ୍ୟ ରହିଛି । ଏପ୍ରିଲ ୧୬ ତାରିଖରେ ପାଳିତ ହେବାକୁ ଯାଉଛି ମହା ଅଷ୍ଟମୀ । ଜ୍ୟୋତିଷ ଶାସ୍ତ୍ରର କହିବା ଅନୁସାରେ ଏହି ଅଷ୍ଟମୀରେ ସର୍ବସିଦ୍ଧ ଯୋଗ ଓ ରବି ଯୋଗ ସୃଷ୍ଟି ହେବାକୁ ଯାଉଛି । ଯାହା ୧୨ଟି ରାଶି ମାନଙ୍କ ମଧ୍ୟରୁ ୫ଟି ରାଶି ଉପରେ ଉତ୍ତମ ପ୍ରଭାବ ପକାଇବ । 

E

ତେବେ ଜାଣନ୍ତୁ ଏହି ନବରାତ୍ରିରେ କିପରି କଟିବ ଆପଣଙ୍କୁ ଦିନ.....

ବୃଷ ରାଶି :

ବୃଷ ରାଶି ମାନଙ୍କ ପାଇଁ ଏହି ଦିନ ଗୁଡ଼ିକ ଅତ୍ୟନ୍ତ ଶୁଭମୟ ରହିବ । ଧନର ପ୍ରାପ୍ତି ସହିତ ବ୍ୟବସାୟ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଲାଭ ମିଳିବ ।ଯେଉଁମାନେ ନୁଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଏହା ସେମାନଙ୍କ ପାଇଁ ଉତ୍ତମ ସମୟ ଅଟେ ।

କନ୍ୟା ରାଶି : 

ବିଦ୍ୟାର୍ଥୀ ମାନଙ୍କ ପାଇଁ ଭଲ ସମୟ ରହିଛି । ଦୂରକୁ ଯାତ୍ରା କରି ପାରିବେ । କ୍ୟାରିଅରକୁ ଆଗକୁ ନେବାର ଏହା ଭଲ ସମୟ ଅଟେ ।

କର୍କଟ ରାଶି :

ପାରିବାରିକ ଓ ସାମାଜିକ ଜୀବନରେ ଶାନ୍ତି ଓ ଉନ୍ନତି ଦେଖା ଦେବ । ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ଶରୀର ସୁସ୍ଥ ରହିବ ।

ମକର ରାଶି :

ବ୍ୟବସାୟରେ ଲାଭବାନ ହେବେ । ଚାକିରୀରେ ପଦୋର୍ଣ୍ଣତି ହେବ । ଭଲ କାର୍ଯ୍ୟ କରି ପ୍ରଶଂସା ସାଉଣ୍ଟିବେ । ସୁଖ ଶାନ୍ତିରେ ଜୀବନ କାଟିବେ ।

ମୀନ ରାଶି :

ଜୀବନରେ ଆଗକୁ ଯିବେ । ଅଧା ରହିଥିବା କାର୍ଯ୍ୟ ପୂର୍ଣ୍ଣ ହୋଇପାରେ । ଅନେକ ଦିନରୁ ଲାଗି ରହୁଥିବା ସମସ୍ୟାର ସମାଧାନ ଘଟିବ ।