୨ ଅଗଷ୍ଟ ୨୦୧୯ ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ବନ୍ଧୁବର୍ଗଙ୍କ ସହାନୁଭୂତି ଓ ଅଧସ୍ତନ କର୍ମଚାରୀଙ୍କ ସହଯୋଗ ଆପଣଙ୍କ କର୍ମପ୍ରବାହରେ ଅନୁକୂଳ ବାତାବରଣ ସୃଷ୍ଟି କରିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବା ପାଇଁ ନିଜର ତ୍ୟାଗପୂତ ମନୋଭାବକୁ ପରୋକ୍ଷ ପ୍ରଶଂସା ମିଳିବ। କିନ୍ତୁ ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ବୃଷ: ନିଜ ନିଜର କାମ ହାସଲ ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟମାନେ ଆପଣଙ୍କୁ ସୁହାଇଲା ଭଳି କଥା କହିପାରନ୍ତି। ଅପରାହ୍ନରେ ପାରିବାରିକ ଅଶାନ୍ତିର ହେତୁ ସ୍ବରୂପ ମନରେ ଭାବନାର
 
୨ ଅଗଷ୍ଟ ୨୦୧୯ ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ବନ୍ଧୁବର୍ଗଙ୍କ ସହାନୁଭୂତି ଓ ଅଧସ୍ତନ କର୍ମଚାରୀଙ୍କ ସହଯୋଗ ଆପଣଙ୍କ କର୍ମପ୍ରବାହରେ ଅନୁକୂଳ ବାତାବରଣ ସୃଷ୍ଟି କରିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବା ପାଇଁ ନିଜର ତ୍ୟାଗପୂତ ମନୋଭାବକୁ ପରୋକ୍ଷ ପ୍ରଶଂସା ମିଳିବ। କିନ୍ତୁ ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।

ବୃଷ: ନିଜ ନିଜର କାମ ହାସଲ ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟମାନେ ଆପଣଙ୍କୁ ସୁହାଇଲା ଭଳି କଥା କହିପାରନ୍ତି। ଅପରାହ୍ନରେ ପାରିବାରିକ ଅଶାନ୍ତିର ହେତୁ ସ୍ବରୂପ ମନରେ ଭାବନାର ଜୁଆର କେନ୍ଦ୍ରୀଭୂତ ହୋଇପାରେ। ଅଫିସ୍‌ର ଫାଇଲପତ୍ର ସମ୍ବନ୍ଧୀୟ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିବ।

ମିଥୁନ: ଅନୁକୂଳ ବାତାବରଣ ମଧ୍ୟରେ ମିଠାକଥା ଓ କାମରେ ସନ୍ତୁଷ୍ଟ କରାଇ ନିଜ ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ବିଭିନ୍ନ ଯୋଜନା, ରାଜନୀତି କ୍ଷେତ୍ରରେ ତଥା ସାଂଗଠନିକ ସ୍ତରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇବାରେ ଜଣେ ହିତାକାଂକ୍ଷୀ ସାହାଯ୍ୟ କରିପାରନ୍ତି।

୨ ଅଗଷ୍ଟ ୨୦୧୯ ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

କର୍କଟ: ଆଜିର ପ୍ରତ୍ୟୁଷରୁ ଯାତ୍ରା କରିବା,ବ୍ୟବସାୟ,ସ୍ତ୍ରୀ ସମ୍ପର୍କ,ବିବାଦ ଓ କିଛି ନୂତନ କାମରେ ମନରେ ଅସ୍ଥିରତା ସୃଷ୍ଟିର ଆଶଙ୍କା ରହିଛି। ଅପେକ୍ଷା କରିବାକୁ କହିଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବା ଦିଗରେ ପାଖପଡ଼ୋଶୀ ସାହାଯ୍ୟ କରିବାର ଆଶା ରହିଛି।

ସି˚ହ: ଶାରୀରିକ ଅସୁସ୍ଥତାଜନିତ ବ୍ୟସ୍ତତା ଆପଣଙ୍କ ମାନସିକ ସ୍ତରକୁ ମଧ୍ୟ ବିକ୍ଷିପ୍ତ କରିପାରେ। କର୍ମକ୍ଷେତ୍ରରେ କିମ୍ବା ଯେକୌଣସି ଆନୁଷ୍ଠାନିକ କ୍ଷେତ୍ର ହେଉନା କାହିଁକି ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା, ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

କନ୍ୟା: ଆଜି କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ସମୟ ସ୍ଥିର ଭାବରେ ରହିପାରିବେ ନାହିଁ। ହଠାତ୍‌ କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେଇପାରେ। ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଟଙ୍କା ପଇସା ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟିର ଆଶଙ୍କା ରହିଛି।

୨ ଅଗଷ୍ଟ ୨୦୧୯ ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ତୁଳା: ଆଜି ଯେଉଁ କାମରେ ହାତଦେଲେ ମଧ୍ୟ ସଫଳତା ନିଶ୍ଚିତ ପାଇବେ। ବହୁଦିନରୁ ଚେଷ୍ଟା କରୁଥିବା କାମଟି ଜଣେ ବନ୍ଧୁଙ୍କ ଜରିଆରେ ଫଳବତୀ ହେବ। କୌଣସି ଆତ୍ମୀୟଙ୍କ ସମସ୍ୟା ବିଷୟରେ ଦୁଶ୍ଚିନ୍ତା ବଢ଼ିବ। କିଛି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିପାରେ।

ବିଛା: ସାମୟିକ ସମସ୍ୟା ଆସିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ଅଳ୍ପ ସମୟ ମଧ୍ୟରେ ସବୁ ଠିକ୍‌ ହୋଇଯିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ ଓ କାମ ହାସଲ କରିବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି। ଅଫିସିଆଲି କାମ ସକାଶେ ଅପରାହ୍ନରେ ଟେନ୍‌ସନ ବଢ଼ିପାରେ।

ଧନୁ: ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ବନ୍ଧୁଙ୍କ ମାଧ୍ୟମରେ ଲାଭ କରିବା ସହିତ ଦୀର୍ଘ ସମୟର ବ୍ୟସ୍ତତା ଦୂରହେବ। ବିଗତ ଦିନର ଘଟଣାର ପ୍ରଭାବକୁ କେନ୍ଦ୍ରକରି ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପ୍ରବାସରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି। ପ୍ରିୟଜନଙ୍କ ସହ ନୂତନ ସ୍ଥାନ ପରିଭ୍ରମଣ ସୁଯୋଗ ଜୁଟିପାରେ।

୨ ଅଗଷ୍ଟ ୨୦୧୯ ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମକର: ନିକଟ ସମ୍ପର୍କୀୟଙ୍କୁ ସାହାଯ୍ୟ ସହ ଭଲ ପାଇବାକୁ କେନ୍ଦ୍ରକରି ପାରିବାରିକ ସମସ୍ୟା ଦେଖାଦେବ। ଅଫିସିଆଲି ଟେନ୍‌ସନ ଲାଗି ରହିବା କାରଣରୁ ରକ୍ତଚାପ ମଧ୍ୟ ବଢ଼ିପାରେ। ଧାର କରଜ କରି କାମ ତୁଲାଇ ନେବେ। ଦାୟିତ୍ୱହୀନ ମନ୍ତବ୍ୟର ପରିଣାମ ସ୍ବରୂପ ଅପମାନିତ ହେବେ କିମ୍ବା ମନସ୍ତାପ କରିବାକୁ ପଡ଼ିବ।

କୁମ୍ଭ: ବିଭିନ୍ନ ପ୍ରକାର ସ୍ଥଗିତ କାମ ହେତୁ ବ୍ୟସ୍ତ ରହିପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁଯାୟୀ ସୁଫଳ ପାଇବେ। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ହେବ ଏବଂ ଦୀର୍ଘଦିନର ଅଭିଳାଷ ଅବଶ୍ୟ ପୂରଣ ହୋଇଯିବ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ଅନର୍ଥର କାରଣ ହୋଇପାରେ।

ମୀନ: ଆଜି ଘରକୁ ଫେରିବା ରାସ୍ତାରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି।