୨୪ ଜୁନ୍ ୨୦୧୯ ସୋମବାରର ରାଶିଫଳ, ଏମିତି କଟିବ ଆଜିର ଦିନ ଆପଣଙ୍କର

ମେଷ: ଆଜି ବୃହସ୍ପତିଙ୍କ ନକ୍ଷତ୍ରସ୍ଥ ଲାଭଭାବସ୍ଥ ଚନ୍ଦ୍ର ଆପଣଙ୍କ ଜୀବନଯାତ୍ରାକୁ ପ୍ରୀତିପ୍ରଦ କରାଇବ। ପାରିବାରିକ ସମ୍ପର୍କ ଭଲ ରହିବା ସହ ଆଶା କରୁଥିବା ଜିନିଷ ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। କିନ୍ତୁ ଦୀର୍ଘ ଦିନରୁ ପରସ୍ପର ପଡୁ ନ ଥିବା ପୁଅ ବୋହୂଙ୍କ କଥା ମନକୁ ବେଶି ଆନ୍ଦୋଳିତ କରିପାରେ । ବନ୍ଧୁଙ୍କ ଆଗମନରେ ମନ ଖୁସି ହୋଇଯିବ । ବୃଷ: ରାହୁଙ୍କ ନକ୍ଷତ୍ରସ୍ଥ ରବି ତୃତୀୟଭାବରୁ ଭାଗ୍ୟସ୍ଥାନକୁ ପ୍ରଭାବିତ କରୁଥିବାରୁ ଆପଣଙ୍କ ଚେଷ୍ଟା ଫଳବତୀ ହେବାର
 
୨୪ ଜୁନ୍ ୨୦୧୯ ସୋମବାରର ରାଶିଫଳ, ଏମିତି କଟିବ ଆଜିର ଦିନ ଆପଣଙ୍କର

ମେଷ: ଆଜି ବୃହସ୍ପତିଙ୍କ ନକ୍ଷତ୍ରସ୍ଥ ଲାଭଭାବସ୍ଥ ଚନ୍ଦ୍ର ଆପଣଙ୍କ ଜୀବନଯାତ୍ରାକୁ ପ୍ରୀତିପ୍ରଦ କରାଇବ। ପାରିବାରିକ ସମ୍ପର୍କ ଭଲ ରହିବା ସହ ଆଶା କରୁଥିବା ଜିନିଷ ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। କିନ୍ତୁ ଦୀର୍ଘ ଦିନରୁ ପରସ୍ପର ପଡୁ ନ ଥିବା ପୁଅ ବୋହୂଙ୍କ କଥା ମନକୁ ବେଶି ଆନ୍ଦୋଳିତ କରିପାରେ । ବନ୍ଧୁଙ୍କ ଆଗମନରେ ମନ ଖୁସି ହୋଇଯିବ ।

ବୃଷ: ରାହୁଙ୍କ ନକ୍ଷତ୍ରସ୍ଥ ରବି ତୃତୀୟଭାବରୁ ଭାଗ୍ୟସ୍ଥାନକୁ ପ୍ରଭାବିତ କରୁଥିବାରୁ ଆପଣଙ୍କ ଚେଷ୍ଟା ଫଳବତୀ ହେବାର ଆଶା ମଉଳି ଯାଇପାରେ । ସହକର୍ମୀ କିମ୍ବା ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ଅସମର୍ଥ ହୋଇପାରନ୍ତି। ସପ୍ତମାଧିପତି ତୃତୀୟସ୍ଥ ହେତୁ ବନ୍ଧୁ କିମ୍ବା ସହକର୍ମୀଙ୍କ ସହାୟତାରେ ବ୍ୟବସାୟ ଓ ପରିବହନରେ ଥିବା ସମସ୍ୟା ଦୂର ହେବ।

ମିଥୁନ: ବୁଧ ଦେବଗୁରୁଙ୍କ ନକ୍ଷତ୍ରରେ ରହି ଧନଭାବ ମଣ୍ଡନ କରିଥିବାରୁ କୌଣସି ବନ୍ଧୁଙ୍କ ସାହାଯ୍ୟରେ ଆପଣଙ୍କ ଆଶା ପୂରଣ ହେବ। ପ୍ରଶାସନିକ ସ୍ତରରେ ଅବହେଳାବଶତଃ ଅଟକି ରହିଥିବା କାରଣରୁ ସେହିକଥା ଚିନ୍ତାକରି ଅନ୍ୟମନସ୍କ ରହିପାରନ୍ତି । ସହକର୍ମୀଙ୍କ କୌଣସି ନୂତନ କାର୍ଯ୍ୟରେ ଯୋଗଦେଇ ପୂର୍ବ ପ୍ରତିଶ୍ରୁତିକୁ ପାଳନ କରିପାରନ୍ତି।

୨୪ ଜୁନ୍ ୨୦୧୯ ସୋମବାରର ରାଶିଫଳ, ଏମିତି କଟିବ ଆଜିର ଦିନ ଆପଣଙ୍କର

କର୍କଟ: କର୍ମାଧିପ ମଙ୍ଗଳ ବ୍ୟୟାଧିପ ବୁଧଙ୍କ ସହ ରାଶିରେ ଅବସ୍ଥାନ କରି ବ୍ୟୟ ଅଟକଳ କରିପାରନ୍ତି। ଶନିକ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମାନସିକ ଚାପ ବୃଦ୍ଧି ପାଇବା କାରଣରୁ ଅପେକ୍ଷାକୃତ ଅସୁବିଧା ଭୋଗିପାରନ୍ତି। ବୃହସ୍ପତିଙ୍କ ଦୃଷ୍ଟିରୁ ଧର୍ମାନୁଷ୍ଠାନ ଦିଗରେ ଆପଣଙ୍କ ସକ୍ରିୟ ସହଯୋଗ ଯୋଗୁ ସାମାଜିକ ସ୍ତରରେ ଆଦୃତି ଲାଭ କରିବେ । କଳା, କ୍ରୀଡ଼ା, ସଙ୍ଗୀତରେ ଉନ୍ନତି କରିବେ।

ସି˚ହ: ରାଶ୍ୟାଧିପତି ପାପଗ୍ରହ ଯୁକ୍ତ କାରଣରୁ ଦୈହିକ ସୁସ୍ଥତା ରହି ନ ପାରେ। ଏଣେ ଶନିଙ୍କ ସ୍ଥିତି ଆପଣଙ୍କ ଭୁଲ୍‌ ନିଷ୍ପତ୍ତି ବହୁଜନଙ୍କର ଅଶାନ୍ତିର କାରଣ ହୋଇପାରେ । ଶୁକ୍ରଙ୍କ ସୁପ୍ରଭାବରେ ସାହିତ୍ୟ, ସଙ୍ଗୀତ, କଳା, ସାହିତ୍ୟ ଚର୍ଚ୍ଚା ଓ ରଚନାମତ୍କ କାମରୁ ଉଚ୍ଚ ପ୍ରଶଂସା ମିଳିବ। ପରୋକ୍ଷ ଶତ୍ରୁତା କିମ୍ବା କ୍ରନିକ୍‌ ରୋଗଜନିତ ପୀଡାନୁଭବ କରିପାରନ୍ତି।

କନ୍ୟା: ଏକାଦଶାଧିପତି ଚନ୍ଦ୍ର ନିଜ ଭାବରୁ ଅଷ୍ଟମସ୍ଥ ଯୋଗୁ ଅପୂରଣୀୟ ଆଶା ଓ କାମନା ପାଇଁ ଅନ୍ୟମାନଙ୍କୁ ଦାୟୀ କରିପାରନ୍ତି। ପୁନଶ୍ଚ କଠିନ ଶ୍ରମ ଓ ଭ୍ରମଣଜନିତ ସ୍ବାସ୍ଥ୍ୟ କିମ୍ବା ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। ଗୃହ ମରାମତି, ଜମିଜମା କ୍ରୟବିକ୍ରୟ, ମାଲିମକଦ୍ଦମା ସମ୍ପର୍କିତ ଆଲୋଚନାରେ ସାଧାରଣ ଅଗ୍ରଗତି ହୋଇପାରେ ।

୨୪ ଜୁନ୍ ୨୦୧୯ ସୋମବାରର ରାଶିଫଳ, ଏମିତି କଟିବ ଆଜିର ଦିନ ଆପଣଙ୍କର

ତୁଳା: କର୍ମାଧିପତି ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ପୂର୍ଣ୍ଣ ତୃତୀୟ ଦୃଷ୍ଟି ମାନସିକ ସୁସ୍ଥତାକୁ ବ୍ୟାହତ କରିପାରେ । ବିଭିନ୍ନ ପ୍ରକାର ସମସ୍ୟା ସାଙ୍ଗକୁ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁନାମ ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଆଲୋଚନା ଓ କଚେରି ମାମଲା କ୍ଷେତ୍ରରେ ଶୁଭଫଳ ମିଳିବ।

ବିଛା: ଆଜିର ଗଜକେଶରୀ ଯୋଗ ସାଙ୍ଗକୁ ଗୁରୁଶୁକ୍ରଙ୍କ ପାରସ୍ପରିକ ଦୃଷ୍ଟି ଆପଣଙ୍କ ଯାତ୍ରା, ବନ୍ଧୁସମ୍ପର୍କ ଓ କର୍ମକ୍ଷେତ୍ରକୁ ଦୃଢୀଭୂତ କରିବ। ବନ୍ଧୁମିଳନ ଅବକାଶରେ ସହକର୍ମୀଙ୍କ ସହ ସଦ୍‌ଭାବ ବୃଦ୍ଧି ଆଗାମୀ ସମୟ ପାଇଁ କାମକୁ ଆସିବ। ମଙ୍ଗଳଙ୍କ ଦୁର୍ବଳତା କାରଣରୁ ବାରମ୍ବାର ସ୍ବାସ୍ଥ୍ୟ ଖରାପ ରହୁଥିବାରୁ ତାହାର ସ୍ଥାୟୀ ସମାଧାନ ସକାଶେ ଚିନ୍ତା କରିପାରନ୍ତି।

ଧନୁ: ଆଜିର ଗ୍ରହସ୍ଥିତି ବିଶେଷ ଅନୁକୂଳ ନ ଥିଲେ ମଧ୍ୟ ନିକଟ ସମ୍ପର୍କୀୟଙ୍କ ସହଯୋଗ ଅବ୍ୟାହତ ରହିବ । ଦୀର୍ଘଦିନରୁ ଅଟକି ରହିଥିବା କାମ ହାସଲ ପାଇଁ ଚେଷ୍ଟା କରି ସଫଳ ହୋଇ ପାରନ୍ତି। ବ୍ୟବସାୟ,ପରିବହନରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ । ରାଶିସ୍ଥ ପାପଗ୍ରହ କାରଣରୁ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।

୨୪ ଜୁନ୍ ୨୦୧୯ ସୋମବାରର ରାଶିଫଳ, ଏମିତି କଟିବ ଆଜିର ଦିନ ଆପଣଙ୍କର

ମକର: ଅଷ୍ଟମାଧିପତି ତୃତୀୟସ୍ଥ ଯୋଗୁ ନିକଟ ସମ୍ପର୍କୀୟଙ୍କ ପାଇଁ ଚିନ୍ତିତ ରହିପାରନ୍ତି। ମନ ଭିତରର ଇଚ୍ଛା ଓ ଅଭିଳାଷକୁ ପୂରଣ କରିବାରେ ସଫଳତା ପାଇବା କଷ୍ଟକର ହେବ । ଅବଶ୍ୟ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ହାସଲ କରିବେ । ଆନୁଷ୍ଠାନିକ କାମ, ବନ୍ଧୁମିଳନ, ପାରିବାରିକ ଓ କର୍ମକ୍ଷେତ୍ର ପାଇଁ ବିଶେଷ ଅସୁବିଧା ହେବନାହିଁ ।

କୁମ୍ଭ: ଆପଣଙ୍କ ରାଶିପାଇଁ ଧନସ୍ଥାନସ୍ଥ ଚନ୍ଦ୍ର ଋଣ ମାଧ୍ୟମରେ ଅର୍ଥପ୍ରାପ୍ତି କରାଇବ। ପରିସ୍ଥିତିକୁ ସ୍ବାଭାବିକ କରିବା ସକାଶେ ବନ୍ଧୁମାନଙ୍କୁ ମନ ବୁଝିଲା ଭଳି କଥା କହିପାରନ୍ତି। ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଓ ନୂତନ ବାଣିଜ୍ୟ ଯୋଡିବା ପାଇଁ ଚିନ୍ତା କରିବେ। ବନ୍ଧୁମାନେ ସାହାଯ୍ୟ ସହଯୋଗର ଦୃଢ ପ୍ରତିଶ୍ରୁତି ଦେବେ।

ମୀନ: ମଙ୍ଗଳ ଓ ବୁଧ କୋଣଭାବରେ ଥିବାରୁ ବନ୍ଧୁଙ୍କ କଥାରେ ବିଶ୍ୱାସକରି କୌଣସି କାମରେ ହାତ ଦେଇପାରନ୍ତି। ଚତୁର୍ଥଭାବ ପାପଯୁକ୍ତ ଯୋଗୁ ସାମାନ୍ୟ କଥାକୁ କେନ୍ଦ୍ରକରି ପରିବାରରେ ମତଭେଦ ଘଟିପାରେ। ଆଲୋଚନା କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆଜିର ଯାତ୍ରା, ବ୍ୟବସାୟ ଓ ଅର୍ଥପ୍ରାପ୍ତିର ଆଶା କେତେକାଂଶରେ ସଫଳତା ଲାଭ କରିବେ।