୧୫ ମଇ ୨୦୧୯ ବୁଧବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: କାମଗୁଡିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜିହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ ଶେଷ ମଧ୍ୟ କରି ପାରିବେ। ବନ୍ଧୁମାନଙ୍କ ପରାମର୍ଶାନୁସାରେ ପାରିବାରିକ ଝାମେଲା ସମାଧାନ ଆଡକୁ ଗତି କରିବ। କୃଷି, ବ୍ୟବସାୟ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ। ବୃଷ: ଘରେ କିମ୍ବା ଅଫିସରେ ଏକ ସାଧାରରଣ କଥାରେ ବିତର୍କ ହୋଇପାରେ। ସାଂଗଠନିକ କିମ୍ବା ଗଠନ ମୁଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଖଳପ୍ରକୁତି
 
୧୫ ମଇ ୨୦୧୯ ବୁଧବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: କାମଗୁଡିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜିହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ ଶେଷ ମଧ୍ୟ କରି ପାରିବେ। ବନ୍ଧୁମାନଙ୍କ ପରାମର୍ଶାନୁସାରେ ପାରିବାରିକ ଝାମେଲା ସମାଧାନ ଆଡକୁ ଗତି କରିବ। କୃଷି, ବ୍ୟବସାୟ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।

ବୃଷ: ଘରେ କିମ୍ବା ଅଫିସରେ ଏକ ସାଧାରରଣ କଥାରେ ବିତର୍କ ହୋଇପାରେ। ସାଂଗଠନିକ କିମ୍ବା ଗଠନ ମୁଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଖଳପ୍ରକୁତି ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ବ୍ୟବସାୟ, ପରିବହନଓ ନିର୍ମାଣ, ଜମିଜମା କ୍ଷେତ୍ରରେ କିମ୍ବା ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ହାସଲ କରିବେ।

ମିଥୁନ: ପାରିବାରିିକ ସମସ୍ୟାର ସମାଧାନ ଘଟିବ, କିନ୍ତୁ ଏଥିପାଇଁ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡିବ। ବନ୍ଧୁମାନଙ୍କ ସହ ସକାଳୁଆ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। ଦେହ ଭଲ ରହିବ ମାତ୍ର କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି। କର୍ମକ୍ଷେତ୍ରରେ ଛୋଟ ଛୋଟ କଥାକୁ କେନ୍ଦ୍ର କରି ମାନସିକ ଦ୍ୱନ୍ଦ୍ୱ ଲାଗି ରହିପାରେ।

କର୍କଟ: ଆଜିର କର୍ମକ୍ଷେତ୍ରରେ ମନ ବୁଝତ୍ଲା ଭଳି କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବ୍ୟବସାୟରେ ପ୍ରଚୁର ଲାଭରୁ ମନ ଖୁସି ରହିବ। ଅଫିସ୍‌ କାମର ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। କଚେରି ମାମଲା ମନ୍ଥର ହୋଇପାରେ। ପରିଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସଙ୍ଗକୁ ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ।

ସିଂହ: ବନ୍ଧୁଙ୍କ ସାହାଯ୍ୟ ଆଜି ଆପଣଙ୍କ କାମ ହାସଲ ସକାଶେ ଅନୁକୁଳ ବାତାବରଣ ସୃଷ୍ଟି କରିବ। ଅର୍ଥର ଅଭାବ ଲାଗି ରହିଥିଲେ ମଧ୍ୟ ଆବଶ୍ୟକତା ଠିକ୍‌ ସମୟରେ ପୂରଣ ହୋଇଯିବ। ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ସକାଶେ ନିଜକୁ ଖାପ ଖୁଆଇ ଚଳିବା ଭଲ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବ।

କନ୍ୟା: ସମସ୍ୟା ଜଡିତ ହେଲେ ମଧ୍ୟ ପ୍ରତ୍ୟେକ କାମକୁ କୌଶଳରେ ହାସଲ କରିପାରିବେ। ଯାନ ବାହନରେ ଲାଭ, ଦୋକାନ ବାଡିରେ ଉନ୍ନତି, ଅଚାନକ ଗୃହ ଭୂମି ଲାଭ ଯୋଗ ରହିଛି। କିନ୍ତୁ ଆଳସ୍ୟ ଓ ଅବହେଳିତ କାମରୁ ନିରାଶ ହେବାକୁ ପଡିପାରେ। କଳା, କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ହୋଇଯିବ।

ତୁଳା: ସକାଳୁ ସକାଳୁ କୌଣସି ଖବର ପାଇ ମନ ଖୁସୀ ହୋଇଯିବ। କଳା, ସଙ୍ଗୀତ ଆସର, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ବହୁତ ଅନୁନୟ ବିନୟ ପରେ ଧାର ସୁତ୍ରରେ ଅର୍ଥ ପାଇବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।

ବିଛା: ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଆଜି କାମଗୁଡିକ ସହଜ ଓ ସୁବିଧାରେ ହୋଇଯିବ। କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ପାଖରେ ଥିବା ଲୋକଟିର କାର୍ଯ୍ୟକାଳାପ ସନ୍ଦେହଜନକ ହୋଇପାରେ। ଅନ୍ୟମାନଙ୍କ କ୍ଷେତ୍ରରେ ପାରିବାରିକ ସମ୍ପର୍କ ମଧୁର ରହିବ।

ଧନୁ: ଆଜି ଦିନଟିରେ ଆପଣଙ୍କୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ବୃଥା ଭାବନାରେ ଭାସିଯାଇ ମାନସିକ ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଖୁସୀ ରହିବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି।

ମକର: ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ଏବଂ ଆଜି ଯାହାକୁ ଯାହା ମାଗିବେ ସେହି ବ୍ୟକ୍ତି କଦାପି ମନା କରିବ ନାହିଁ। ଅବଶ୍ୟ ପରିବାରର ଲୋକମାନେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଭୁଲ୍‌ ବୁଝିବେ। କର୍ମକ୍ଷେତ୍ରରେ ପରସ୍ପର ଆପୋଷ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଅଭାବ ଭିତରେ ଅଣନିଶ୍ୱାସୀ ହୋଇ ପାରନ୍ତି।

କୁମ୍ଭ: ଚାହୁଁଥିବା କାମଟି ଠିକ୍‌ ସମୟରେ ନ ହୋଇପାରିବା କାରଣରୁ ମନ ଭଲ ଲାଗିବ ନାହିଁ। ପିଲାମାନଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିର କରିବା ସକାଶେ ଚିନ୍ତା କରିପାରନ୍ତି। କେତେକ ସାଧାରଣ ଅସୁବିଧା ହେତୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ବ୍ୟବସାୟ ଓ ପରିବହନ ପାଇଁ କୌଣସି ଅସୁବିଧା ହେବନାହିଁ।

ମୀନ: ସାମାଜିକ ସ୍ତରରେ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହୟତାରୁ ଉପକୃତ ହେବେ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ସଭାସମିତିରେ ସଫଳତା ହାସଲ କରିବେ। ସ୍ବାସ୍ଥ୍ୟ ଗତ କାରଣରୁ କୌଣସି କାମ ଅଟକି ଯାଇପାରେ।