୨୨ ଏପ୍ରିଲ୍ ୨୦୧୯ ସୋମବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେଷ: ଆଜି ନୀଚ ରାଶିରେ ମନକାରକ ଚନ୍ଦ୍ର ଥିଲେ ମଧ୍ୟ ମଙ୍ଗଳଙ୍କ ଦୃଷ୍ଟି ପ୍ରଭାବରେ ସାହସିକ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। ରବି ଉଚ୍ଚଭାବରେ ରହି ଚନ୍ଦ୍ରଙ୍କ ସହ ଷଡାଷ୍ଟକ ହେତୁ ଯୋଜନାନୁଯାୟୀ କାମ କରିବାରେ ଅଶ୍ୱିନୀ ନକ୍ଷତ୍ର ସକାଶେ କେତେକ ସମସ୍ୟା ଆସିବ। ତଥାପି କେତେକ କ୍ଷେତ୍ରରେ କୌଣସି ଭୁଲ୍ କାମ କରି ଅନୁତପ୍ତ ହୋଇପାରନ୍ତି। ପରିବାରର ଅର୍ଥନୈତିକ, ସାମାଜିକ କ୍ଷେତ୍ର ବହୁତ ଭଲ ରହିବ ।
ବୃଷ: ଏକାଦଶସ୍ଥ ଶୁକ୍ର ଓ ବୁଧ ପ୍ରଭାବରୁ ମନୋରନକୁ ପ୍ରାଧାନ୍ୟ ଦେଇ କାମକୁ ଅବହେଳା କରିବେ। ବନ୍ଧୁମିଳନ, କଳା, ସାହିତ୍ୟ ଓ କ୍ରୀଡ଼ା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିପାରନ୍ତି। ବ୍ୟବସାୟିକ ଦିଗରୁ ଦିନଟି ମନ୍ଦ ହେବନି ଯାତ୍ରା ମଧ୍ୟ ଫଳପ୍ରଦ ହୋଇପାରେ। ପାରିବାରିକ ସମସ୍ୟା କ୍ଷେତ୍ରରେ ଗୁରୁଜନଙ୍କ ସା‘୍ବନା ବାଣି ମନରେ ଆଶ୍ୱସ୍ତି ଭରିଦେବ।
ମିଥୁନ: ଦ୍ୱାଦଶ ଭାବରେ ଚନ୍ଦ୍ର ଆପଣଙ୍କୁ ଆକସ୍ମିକ ଯାତ୍ରା କରିବାକୁ ବାଧ୍ୟ କରିପାରେ। ଏଣେ ପରିସ୍ଥିତିବଶତଃ ଅତ୍ୟଧିକ ବ୍ୟୟବୃଦ୍ଧି ମାନସିକ ଦୁଃଶ୍ଚିନ୍ତା ସୃଷ୍ଟି କରିବ। ପଡୋଶୀମାନେ ଈର୍ଷାନ୍ବିତ ହୋଇ ବିରୁଦ୍ଧାମତ୍କ କଥାବାର୍ତା କରିପାରନ୍ତି। ବ୍ୟବସାୟ ଓ ସାହାଯ୍ୟ, ସହଯୋଗ ଅଭାବରୁ ହାତକୁ ନେଇଥିବା କାମଗୁଡିକ ଠିକ୍ ଭାବରେ ହେବନାହିଁ।
କର୍କଟ: ଚନ୍ଦ୍ରଙ୍କ ଦୁର୍ବଳତା ଆପଣଙ୍କ ଦୈହିକ ଦୁର୍ବଳତା ସଙ୍ଗକୁ ନୈରାଶ୍ୟ ଜନିତ ମାନସ୍ତାପର କାରଣ ପାଲଟିଯିବ। ଆଜି ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ଦେଖାଦେଇ ପାରେ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଆଶାୟୀଥିବା କୌଣସି ସକାରାତ୍ମକ ଖବର ମନକୁ ଆହ୍ଲାଦିତ କରିବାର ସମ୍ଭାବନା ରହିଛି ।
ସିଂହ: କର୍ମାଧିପତି ଅଷ୍ଟମସ୍ଥ ହୋଇ ବ୍ୟୟାଧିପ ଯୁକ୍ତ କାରଣରୁ ସମସ୍ୟା ଓ ଖର୍ଚ୍ଚାନ୍ତ ମାନସିକ ଅଶାନ୍ତିକୁ ବଢାଇବ। ଆଜି ଆପଣ ଯାହା ଚାହୁଁଛନ୍ତି ତାହା ପାଇବା ସକାଶେ ସାମନ୍ୟ କଷ୍ଟ ସ୍ବୀକାର କରିବାକୁ ପଡିପାରେ। ସରକାରୀ ସ୍ତରରେ ଆକସ୍ମିକ ଭାବରେ ଗସ୍ତ କାଯର୍ୟକ୍ରମ ବାତିଲ ହୋଇଯିବାର ଆଶଙ୍କା ବଳବତର ରହିବ। ପ୍ରତିଯୋଗିତା, ମାଲିମକଦ୍ଦମା, ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସଫଳକାମ ହେବେ।
କନ୍ୟା: ଭାଗ୍ୟାଧିପତିଙ୍କୁ ଅଷ୍ଟମାଧିପତି ଦେଖୁଥିବାରୁ ଆପଣଙ୍କ ଚେଷ୍ଟା ଫଳବତୀ ହେବାରେ ସମସ୍ୟା ଦେଖାଦେଇପାରେ । ବନ୍ଧୁମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସେମାନଙ୍କ ପ୍ରତି ରହିଥିବା ଭଲ ଧାରଣା କ୍ରମଶଃ ହ୍ରାସ ପାଇବ । ପଦାଧିକାରୀଙ୍କ ଚାପରେ କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବାକୁ ପଡିବାର ଆଶଙ୍କା ରହିଛି । ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୁତ୍ରରେ ଅର୍ଥ ଆଣିପାରନ୍ତି।
ତୁଳା: ବଳବାନ୍ ଶୁକ୍ରଙ୍କ ସହ ବିପରୀତ ରାଜଯାଗ ସୃଷ୍ଟିକାରୀ ବୁଧ ପ୍ରତିବନ୍ଧକକୁ ଦୂରେଇ କାର୍ଯ୍ୟ ହାସଲରେ ସମର୍ଥ ହୋଇପାରନ୍ତି। କର୍ମସ୍ଥାନରେ ଧନାଧିପ ଯାତ୍ରା ଓ ବ୍ୟବସାୟିକ ଗ୍ରହ ମଙ୍ଗଳଙ୍କ ଦୃଷ୍ଟିରେ ରହି ଆପଣଙ୍କ ଅଭିଳାଷ ପୂରଣରେ ସହାୟକ ହେବେ । ଆକସ୍ମିକ ଆବଶ୍ୟକୀୟ ଅର୍ଥାଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।
ବିଛା: ଆଜିର ଶ୍ରୀଚନ୍ଦ୍ର ଭାଗ୍ୟାଧିପତି ଯୋଗୁଁ ଆପଣଙ୍କ ଯାତ୍ରାରେ ବାଧକ ନସାଜି କାର୍ଯ୍ୟସାଧକର ଭୂମିକା ଗ୍ରହଣ କରିପାରେ। ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟିକରିବା ସହ ମୂଲ୍ୟବାନ ଦ୍ରବ୍ୟଲାଭ ସଙ୍ଗକୁ ଅର୍ଥ ଓ ସମ୍ମାନ ପାଇବେ। ରାଜନୈତିକ ସ୍ତରରେ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପାରିବାରିିକ, ପରିବହନ, ପ୍ରଶାସନ କ୍ଷେତ୍ର ଭଲ ରହିବ ।
ଧନୁ: ଆଜିର ଯାତ୍ରା ଓ ନୂତନ କର୍ମାରମ୍ଭ ପାଇଁ କୌଣସି ଅସୁବିଧା ରହିବ ନାହିଁ । କିନ୍ତୁ ଷଷ୍ଠଚନ୍ଦ୍ର ହେତୁ ଚେଷ୍ଟା କରୁଥିବା କାମରେ ଖର୍ଚ୍ଚାନ୍ତ ସଙ୍ଗକୁ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଅଧିକାଂଶ କ୍ଷେତ୍ରରେ ପର ଉପରେ ନିର୍ଭର କରି ଚିନ୍ତାକୁଳ ହେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପାଇଁ ସମୟ ଭଲ ରହିଲେ ମଧ୍ୟ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ସକାଶେ କେତେକ ବ୍ୟତିକ୍ରମ ଦେଖାଦେବ।
ମକର: ଚନ୍ଦ୍ରଙ୍କ ଦ୍ୱାରା ସଂଘଟିତ ବିପରୀତ ରାଜଯୋଗ ଭ୍ରମଣ,ସମସ୍ୟା ସମାଧାନ ଓ ମନୋରଞ୍ଜନ ମାଧ୍ୟମରେ ଆପଣଙ୍କ ମୁହଁରେ ହସ ଫୁଟାଇପାରେ । ଶନି ଓ ମଙ୍ଗଳଙ୍କ ଷଡାଷ୍ଟକ ସ୍ଥିତି କାରଣରୁ ଅସମ୍ମାନଜନକ କଥା ଓ ବ୍ୟବହାରରେ ଚିହିଁକି ଉଠି ଅନର୍ଥ ଘଟାଇ ପାରନ୍ତି। ବନ୍ଧୁମାନଙ୍କ ସାହାଯ୍ୟ ନେଇ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉଚ୍ଚାଶା ପୋଷଣ କରିବେ।
କୁମ୍ଭ: ସମସ୍ୟାମୁକ୍ତ ପାରିବାରିକ ସ୍ଥିତି, ଶତ୍ରୁତା ବିହୀନ କାର୍ଯ୍ୟ, ସମାଲୋଚନା ନ ଥାଇ ସହଯୋଗ ଆପଣଙ୍କପାଇଁ ଆନନ୍ଦଦାୟକ ରହିବ । କିନ୍ତୁ ରାହୁଙ୍କ ପ୍ରଭାବରେ ଭୁଲ୍ ବୁଝାମଣା ସଙ୍ଗକୁ ନିମ୍ନମାନର ବିଚାରଧାରା ବନ୍ଧୁମାନଙ୍କ ଗ୍ରହଣୀୟ ନ ହୋଇପାରେ। ଦୂରଯାତ୍ରା କରିବାକୁ ପଡ଼ିପାରେ। ଆଜିର ଯାତ୍ରା, ବାଣିଜ୍ୟ, ରାଜନୀତି, ଚଳଚ୍ଚିତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ ।
ମୀନ: ଆଜି ଆପଣଙ୍କ ମନ ଅନୁଯାୟୀ ସମସ୍ତ କାର୍ଯ୍ୟ ରୀତି ସମ୍ପନ୍ନ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ । ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସାମାଜିକସ୍ତରରେ ଆନୁଷ୍ଠାନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ ଅବଶ୍ୟ ଭଲ ନ ହେଲେ ମଧ୍ୟ ବିଶେଷ ମନ୍ଦ ହେବନି । ଯାତ୍ରା, ବାଣିଜ୍ୟ, କଚେରି ମାମଲାରେ ମଧ୍ୟ ସନ୍ତୋଷଜନକ ଫଳ ପାଇବେ ।