୧୨ ବର୍ଷ ପରେ ଏଥର ମକର ସଂକ୍ରାନ୍ତିରେ ସୃଷ୍ଟି ହେଲା ବଡ଼ ଯୋଗ, ଚମକିବ ଏହି ୪ ରାଶିର ଭାଗ୍ୟ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରିଥାନ୍ତି। ମକର ସଂକ୍ରାନ୍ତି ଦିନ ଠାରୁ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟର ଆରମ୍ଭ ହୋଇଥାଏ। ଦୀର୍ଘ ୩୦ ବର୍ଷ ପରେ ଚଳିତ ବର୍ଷ ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି। ଶନିଦେବ ଏହି ଦିନ କୁମ୍ଭ ରାଶିରେ ଶଶ ମହାପୁରୁଷ ଯୋଗ ସୃଷ୍ଟି କରିବେ। ଶନିଙ୍କ ଏହି ରାଜଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍ ଲାଭ ମିଳିବ।
ମିଥୁନ – ମକର ସଂକ୍ରାନ୍ତିରେ ଶନିଙ୍କ କୃପାରୁ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ। ଏହି ରାଶିଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍ ମିଳିବ। ବ୍ୟବସାୟୀଙ୍କୁ ଖୁବ୍ ଲାଭ ମିଳିବ। ଅନେକ ଲୋକଙ୍କ ସହ ସାକ୍ଷାତ ହେବ। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ। ଚାକିରିରେ ପଦନ୍ନୋତିର ଯୋଗ ରହିଛି।
ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଜବରଦସ୍ତ ଲାଭ ମିଳିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଚାକିରିର ସୁଯୋଗ ମଧ୍ୟ ମିଳିବ।
ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଶୁଭର ଦିନ ଆରମ୍ଭ ହେବ। ବଡ ସମସ୍ୟା ଦୂର ହେବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଟଙ୍କା ଆମଦାନୀର ଅନେକ ସୁଯୋଗ ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କରଜରୁ ମୁକ୍ତି ମିଳିବ।
କୁମ୍ଭ- ଶନି ଦେବଙ୍କ ପୂଜା କରିବା ଦ୍ୱାରା ବିଶେଷ କୃପା ମିଳିବ। ବ୍ୟବସାୟୀ ଲାଭବାନ୍ ହେବେ। ଭୂମି ସହ ଜଡିତ ଲୋକେ ଲାଭବାନ୍ ହେବେ। ଅଟକି ଥିବା କାମରେ ସଫଳତା ମିଳିବ।