ଦୀପାବଳୀ ଅମାବାସ୍ୟାରେ ଲାଗିବାକୁ ଯାଉଛି ସୂର୍ଯ୍ୟ ପରାଗ! ଏହି ୪ ରାଶିର ଲୋକମାନେ ରୁହନ୍ତୁ ସାବଧାନ

 
Solar eclipse

ଚଳିତମାସ ୨୪ ତାରିଖରେ ଦୀପାବଳି ପର୍ବ ପାଳନ କରାଯିବ। କିନ୍ତୁ, ଚଳିତବର୍ଷ ଏକ ଅଜବ ସମନ୍ୱୟ ଦେଖିବାକୁ ମିଳିବ ଯେଉଁଥିରେ ଏହି ଦିନ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ। ଏହି ସୂର୍ଯ୍ୟ ପରାଗ ଦୀର୍ଘ ୪ ଘଣ୍ଟା ୩ ମିନିଟ ପର୍ଯ୍ୟନ୍ତ ରହିବାକୁ ଯାଉଥିବା ବେଳେ ଏହି ଭାରତରେ ଦୃଶ୍ୟମାନ ହେବ। ଏହି ସମୟ ମଧ୍ୟରେ ସୂର୍ଯ୍ୟ ତୁଳାରେ ରହିବାକୁ ଯାଉଥିବା ବେଳେ ଅନ୍ୟ ୪ ରାଶିଙ୍କ ପାଇଁ ଏହା ସତର୍କତା ଅବଲମ୍ବନ କରିବାର ସମୟ ରହିବ।

Solar eclipse

୧. ଏହି ସମୟରେ ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଶନିଙ୍କର ଦୃଷ୍ଟି ରହିବ। ଫଳରେ ସେମାନଙ୍କର ଦୁର୍ଘଟଣା ହେବାର ସମ୍ଭାବନା ରହିବା ସହିତ ଜୀବନ ପ୍ରତି ବିପଦ ରହିଛି। ତେଣୁ, ସତର୍କ ହୋଇ ଗାଡ଼ି ଚଳାଇବା ଆବଶ୍ୟକ ଅଟେ।

Tula

୨. ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଯନ୍ତ୍ରଣାଦାୟକ ରହିବ। ଏହି ସମୟ ମଧ୍ୟରେ ଆପଣଙ୍କର ଆର୍ଥିକ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆର୍ଥିକ କ୍ଷତି ସହିତ ଗୁରୁତ୍ୱପୂର୍ଣ୍ଣ କାମରେ ବାଧା ସୃଷ୍ଟି ହେବା ଏବଂ ଦମ୍ପତ୍ତିଙ୍କ ମଧ୍ୟରେ ମନୋମାଳିନ୍ୟତା ଦେଖା ଦେଇପାରେ।

Mithun

୩. କନ୍ୟା ରାଶିର ଲୋକେ ସୂର୍ଯ୍ୟ ପରାଗ ସମୟରେ ବିନିଯୋଗ କରିବା ଠାରୁ ଦୂରେଇ ରୁହନ୍ତୁ। କାରଣ ଏହି ସମୟ ମଧ୍ୟରେ ଆର୍ଥିକ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଦୁର୍ଘଟଣା ହେବାର ସମ୍ଭାବନା ରହିଥିବାରୁ ଯତ୍ନର ସହିତ ଗାଡି ଚଲାନ୍ତୁ।

Kanya

୪. ବୃଷ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ପରାଗ ଅତ୍ୟନ୍ତ କଷ୍ଟଦାୟକ ହେବ। ଏହି ସମୟ ମଧ୍ୟରେ ନିଜ ସ୍ୱାସ୍ଥ୍ୟର ସଠିକ ଧ୍ୟାନ ରଖନ୍ତୁ। ଖାସ୍ କରି ଖାଦ୍ୟ ଓ ପାନୀୟକୁ ନେଇ ସତର୍କ ରୁହନ୍ତୁ। ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ମାନସିକ ଅସ୍ଥିରତା ଏବଂ ଆର୍ଥିକ କ୍ଷତି ଆଣିପାରେ।

Brusa