ପୁଣି ନିର୍ବାଚନରେ ଖୋଜା ପଡିଲେଣି ଜିମ୍ ବାପି, ଅପରାଜିତାଙ୍କୁ ଜିତେଇବାକୁ ଫେରିବେ ବାପି! ଜାଣନ୍ତୁ ପୁରା ଖବର

 
Aparajita
ଅପରାଜିତାଙ୍କ କ୍ୟାମ୍ପକୁ ପୁଣି ଫେରିବେ ଜିମ ବାପି । ଏବେ ଦଳରେ ଜୀମ ବାପିଙ୍କୁ ନେଇ ଚାଲିଛି ଜୋର୍ ସୋର୍ ଚର୍ଚ୍ଚା । ପୁଣି ଦରକାର ପଡ଼ିବାରୁ ଖୋଜା ଚାଲିଛି ଯିମ୍ ବାପିଙ୍କୁ । ପୂର୍ବ ନିର୍ବାଚନରେ ଭୋଟ ପାଇବାର କିଛି ଦିନ ପରେ ଦିନ ରାତି ଏକ କରି ନିର୍ବାଚନରେ ବୁଲୁଥିବା ଜୀମ୍ ଵାପିଙ୍କୁ ପୁରାପୁରି ଭୁଲି ଯାଇଥିଲା ଦଳ । ଓ ଅପରାଜିତା । ହେଲେ ଏବେ ଯେତେବେଳେ ନିର୍ବାଚନ ପାଖେଇ ଆସୁଛି ସେତେବେଳେ ଅପରାଜିତାଙ୍କର ପୁଣି ମନେ ପଡିଛି ଯିମ ବାପିଙ୍କ କଥା । 

Tt

ଯଦି ଯୀମ ବାପୀଙ୍କ କଥା କୁହାଯାଏ ତେବେ ସେ ୨୦୧୯ ସାଧାରଣ ନିର୍ବାଚନର ପ୍ରଚାର ପ୍ରସାର ବେଳେ ଅପରାଜିତାଙ୍କ କ୍ୟାମ୍ପେନିଂର ଢାଲ ହୋଇ ବୁଲୁଥିଲେ ଯୀମ୍ ବାପି । ବାପି ନିଜ ଜିମର କିଛି ଯୁବକଙ୍କ ସହ ମିଶି ଏକ ନିର୍ବାଚନ ଟିମ୍ ବନାଇଥିଲେ । ଯେଉଁମାନେ ଅପରାଜିତାଙ୍କ ନିର୍ବାଚନ ପ୍ରଚାର ପ୍ରସାର ବେଳେ ତାଙ୍କ ପାଖରେ ରହୁଥିଲେ ।

ଏପରିକି ବାପୀଙ୍କୁ ସମ୍ପୂର୍ଣ ସୁରକ୍ଷା ଓ ସହଯୋଗ କରୁଥିଲେ ଅପରାଜିତା । ଅନେକ ସମୟରେ ଜିମ ବାପିଙ୍କ ନାଁରେ ଅଭିଯୋଗ ଆସିଥିଲେ ମଧ୍ୟ ଦଳ ଏହାକୁ ଅଣଦେଖା କରିଥିଲା । ଅପରାଜିତାଙ୍କ ସପୋର୍ଟ ପାଇ ରାଜଧାନୀର ନିଜ କାୟା ବିସ୍ତାର କରିଥିଲେ ଜିମ୍ ବାପି । ହେଲେ ଏହା ବେଶୀ ଦିନ ଚାଲି ନ ଥିଲା । 

Zym bapi

ହୋଲି ଖେଳର ଏକ ଭିଡିଓ ଭାଇରାଲ ହେବା ପରେ ଦଳରୁ ଜିମ ବାପିଙ୍କୁ ଦୂରେଇ ଦେଇଥିଲେ ଅପରାଜିତା । ଯାହା ପରେ ଏହି ସ୍ଥାନରେ ଆସିଥିଲେ ଅଭିନେତା ଅଖିଳ । ଅଖିଳ ଜିମ ବାପିଙ୍କ ପରି ଅପରାଜିତାଙ୍କ ପାଖେ ପାଖେ ରହି ଥିଲେ ।

ଏପରିକି ଦଳରେ ମଧ୍ୟ ବେଶ୍ ନାଁ କମାଇଥିଲେ ଅଖିଳ । ଅଖିଳଙ୍କ ଏପରି ଲୋକ ପ୍ରୀୟତା ହୁଏ ତ ସହି ପାରିଲେନି ଅପରାଜିତା । ତାଙ୍କୁ ମଧ୍ୟ ଦଳରୁ ଦୂରେଇ ଦିଆଗଲା । ହେଲେ ଏବେ ନିର୍ବାଚନ ଆସୁଥିବା ବେଳେ ପୁଣି ଖୋଜା ଚାଲିଛି ଜିମ୍ ବାପିଙ୍କୁ ।