ଦେଖନ୍ତୁ ଭିଡିଓ: ଭରତପୂର୍ ନିକଟରେ ଟ୍ରାଫିକ ପୋଲିସକୁ ମାଡ ମାରିବା ସହିତ କାମୁଡି ଲହୁ ଲୁହାଣ କଲେ ଯୁବକ

 
Police jubaka

ପୋଲିସ୍ କୁ ମାରି ଲହୁ ଲୁହାଣ କଲା ଯୁବକ । ଏପରି ଏକ ଘଟଣା ଦେଖିବାକୁ ମିଳୁଛି ଭରତପୁର୍ ନିକଟରେ । ସେଠାରେ କିଛି ଯୁବକ ଟ୍ରାଫିକ୍ ପୋଲିସ୍ ସହିତ ହାତା ହାତି ହେବା ସହିତ ଟ୍ରାଫିକ୍ ପୋଲିସ ଜଣକୁ କାମୁଡି ଦେଇଥିଲେ ।

Jubaka

ସେହି ସ୍ଥାନରେ ଧୀରେ ଧୀରେ ଭିଡ଼ ବଢିବାରେ ଲାଗିଥିଲା । ଟ୍ରାଫିକ ପୋଲିସ ଜଣକୁ ଯୁବକ ଜଣକ ରାସ୍ତାରେ ଗଡ଼ାଇ ମାରୁଥିବାର ଦେଖି କିଛି ଯାତ୍ରୀ ମାନେ ସେମାନଙ୍କୁ ରୋକି ଥିଲେ । ଏବଂ ପରେ ସୂଚନା ଅନୁସାରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ୩ ଯୁବକଙ୍କୁ ଗିରଫ କରିଥିଲା । ଟ୍ରାଫିକ ପୋଲିସ ଜଣଙ୍କର ଶରୀର କ୍ଷତ ବିକ୍ଷତ ହୋଇ ଥିବାରୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ପଠା ଯାଇଥିଲା।

ଭିଡିଓଟିରେ ଜଣେ ଯୁବକ ବିଚ୍ ରାସ୍ତା ଉପରେ ଜଣେ କାର୍ଯ୍ୟରତ ଟ୍ରାଫିକ ପୋଲିସଙ୍କୁ ବାଡଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ ରାସ୍ତା ଉପରେ ଗଡାଗଡି ବାଡିଆ ପିଟା ବେଶ୍ କିଛି ସମୟ ଧରି ଚାଲିଥିଲା ଉଭୟଙ୍କ ଭିତରେ। ତଳେ ପଡ଼ି ଗଡା ତଡା ବେଳେ ଯୁବକ ଜଣକ ଟ୍ରାଫିକ ପୋଲିସ କୁ କାମୁଡି ଦେଇଥିଲେ । ହଠାତ ଟ୍ରାଫିକ ପୋଲିସ୍ ଜଣକ ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ ।

ଶୁକ୍ରବାର ଅପରାହ୍ନ ଚାରିଟା କୋଡିଏରୁ ସାଢେ ଚାରି ଭିତରେ ହେବ। ହଠାତ୍ ଭରତପୁର ଟ୍ରାଫିକ ଠାରୁ ଅଳ୍ପ ଦୂର ଅର୍ଥାତ ଫାୟାର ଷ୍ଟେସନ ଆଡକୁ ଯିବା ରାସ୍ତାରେ ଭିଡ଼ ହୋଇଥିଲା। କ୍ରମାଗତ ଗୋଟିଏ ପରେ ଗୋଟିଏ ଗାଡି ତାପଛକୁ ପଛ ବାଡେଇ ହୋଇ ଦୁର୍ଘଟଣା ଘଟିଥିଲା। ଠିକ ଏତିକି ବେଳେ ଟ୍ରାଫିକ ପୋଲିସ୍ କୁ କାମୁଡି ଥିବା ଯୁବକ ଆସି କେଉଁ ଗୋଟେ ଗାଡିର ଚାବି ନେଇଗଲେ ତ ପୁଣି ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ଗାଳି ଗୁଲଜ ଯୁକ୍ତି ତର୍କ କଲେ ।

ଭିଡ଼ ଦେଖି ଟ୍ରାଫିକ ପୋଲିସ ଜଣେ ଆସି ରାସ୍ତା କ୍ଲିୟର କରିବାକୁ ଚେଷ୍ଟା କରୁଥାନ୍ତି। ସେହି ସମୟରେ ସାମ୍ବାଦିକ ମାନଙ୍କ ସହିତ ଯୁକ୍ତି କରୁଥିବା ଯୁବକ ସେହି ଟ୍ରାଫିକ ବାବୁଙ୍କ ସହିତ ବି ଯୁକ୍ତି କରିବା ଆରମ୍ଭ କରିଦେଲେ ଏବଂ ହାତ ଉଠାଇ ବାଡେଇଵା ସହିତ ତାଙ୍କୁ ଧରି ତଳେ ପକାଇ ଆଖି ପତା ଓ ଗାଲ କୁ କାମୁଡି ଦେଲେ। ତାପରେ ସ୍ଥାନୀୟ ଯୁବକ ମାନେ ଆସି ଛଡାଛଡି କରିବା ସହ ଯୁବକଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କଲେ। କିନ୍ତୁ ଯୁବକ ନିଜ ଜିଦ୍ ରେ ଅଟଳ। ଯୁବକ ଜଣଙ୍କ ସ୍ଥାନୀୟ ଯୁବକ ମାନଙ୍କୁ ଭୟ ଦେଖାଇ ଦାଦାଗିରି କଲେ। ଆଉ ସେ ସ୍ଥାନୀୟ ଯୁବକ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କଲେ। ଯାହା ଫଳରେ ସ୍ଥାନୀୟ ଯୁବକ ମାନେ ଉତ୍ୟକ୍ତ ହୋଇ ନିର୍ଧୁମ ଛେଚିଲେ।