ବିଧାୟିକାଙ୍କ ଘରକୁ ହଠାତ ଦଳ ଦଳ ହେଇ ଆସିଲେ ଅନେକ ଛାତ୍ରୀ କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ
ଆରମ୍ଭ ହୋଇଛି ପିକନିକ୍ ଋତୁ। ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ପିକନିକର ଆସର। ତେବେ ପିକନିକକୁ ନେଇ ଏକ ଅଜବ୍ ଖବର ସାମ୍ନାକୁ ଆସିଛି। ପିକନିକ ପାଇଁ ସବୁ ପ୍ରସ୍ତୁତି ସାରିଥିଲେ ପିଲାମାନେ । କିନ୍ତୁ ପ୍ରଧାନ ଶିକ୍ଷୟିତ୍ରୀଙ୍କର କଣ ହେଲା କେଜାଣି ପିଲାଙ୍କୁ ମନା କରିଦେଲେ ପିକନିକ ବନ୍ଦ । ବାସ ତା ପରେ ପିଲା ଚାଲି ଚାଲି ଆସି ବିଧାୟକଙ୍କ ପାଖରେ ହାଜର ।
ପିକନିକ ଯିବାକୁ ମନା କରିବାରୁ ଚାଲିଚାଲି ଆସି ବିଧାୟିକାଙ୍କ ପାଖରେ ପହଞ୍ଚିଲେ ସ୍କୁଲ ଛାତ୍ରୀ । ବିଧାୟିକାଙ୍କ ପାଖରେ ଏମାନେ ଅଭିଯୋଗ ମଧ୍ୟ କରିଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ବାଙ୍ଗିରିପୋଷି ଅଞ୍ଚଳରେ । ସୂଚନା ମୁତାବକ ବାଙ୍ଗିରିପୋଷି ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ଛାତ୍ରୀ ନିବାସର ଛାତ୍ରୀମାନେ ପିକନିକ ବୁଲାଇ ନେବାକୁ କହି ପ୍ରଧାନ ଶିକ୍ଷୟତ୍ରୀ ୧୨୦୦ ଟଙ୍କା ଲେଖାଏଁ ଟଙ୍କା ନେଇଥିଲେ ।
କିନ୍ତୁ ସାମାଜିକ ଗଣ ମାଧ୍ୟମରେ କିଛି ପୋଷ୍ଟ ଦେଖି ପିଲାଙ୍କୁ ପିକନିକ ଯିବାକୁ ପ୍ରଧାନ ଶିକ୍ଷୟତ୍ରୀ ମନା କରିଥିଲେ । ପିକନିକ୍ ନଯିବା କଥା ଶୁଣି ପିଲାମାନେ ଅଶାନ୍ତି ହେଲେ । ଆଉ ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରୁ ଚାଲିଚାଲି ଆସି ବାଙ୍ଗିରିପୋଷି ବିଧାୟିକା ସଂଞ୍ଜଳୀ ମୁର୍ମୁଙ୍କୁ ଦେଖା କରିଥିଲେ । ୨୦ରୁ ଉର୍ଦ୍ଧ୍ବ ଛାତ୍ରୀ ବିଧାୟିକାଙ୍କୁ ସେମାନଙ୍କ ସମସ୍ୟା ବିଷୟରେ ଜଣାଇଥିଲେ । ପ୍ରଥମେ ସେମାନଙ୍କୁ ଆଶ୍ୱାସନା ଦେଇ ତାଙ୍କ ଅଭିଯୋଗ ବିଷୟରେ ନିଶ୍ଚିତ ବୁଝିବେ ବୋଲି କହିଥିଲେ । ତେବେ କ୍ଲାସ ସମୟରେ ନିଜ ଶିକ୍ଷକମାନଙ୍କ ସହ ଆଲୋଚନା ନକରି କଣ ପାଇଁ ବିପଦପୁର୍ଣ୍ଣ ଭାବେ ବିଦ୍ୟାଳୟ ଛାଡି ଆସିଥିଲେ ବୋଲି ସେମାନଙ୍କୁ ତାଗିଦ ମଧ୍ୟ କରିଥିଲେ ବିଧାୟିକା ।
ସାମାନ୍ୟ ପିକନିକ କଥାକୁ ନେଇ କୋମଳମତି ପିଲାଙ୍କୁ କିଏ ଏପରି ବିଧାୟିକାଙ୍କ ପାଖକୁ ପଠାଇଲା ବୋଲି ପିଲାଙ୍କ ପଛେ ପଛେ ଯାଇଥିବା ଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସେ ପ୍ରଶ୍ନ ପଚାରିଥିଲେ । ସ୍କୁଲ ସମୟରେ ପିଲାଙ୍କ ଦାୟିତ୍ଵ ପ୍ରଧାନ ଶିକ୍ଷୟତ୍ରୀଙ୍କର । କିନ୍ତୁ କିପରି ପିଲାମାନେ ବିଦ୍ୟାଳୟ ଛାଡି ବାହାରକୁ ଚାଲି ଆସିଲେ ସେନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସ୍ପଷ୍ଟିକରଣ ମଗାଯିବ ବୋଲି ବିଧାୟିକା କହିଛନ୍ତି । ଅନ୍ୟପଟେ ବିଭାଗୀୟ ତଦନ୍ତ ସହ କାର୍ଯ୍ୟନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।