‘ପାଖକୁ ଡାକି ମୋ ସହ ବାରମ୍ବାର ସମ୍ବନ୍ଧ ରଖୁଛି’ ସାଙ୍ଗ ନାଁ ରେ ଯୁବତୀଙ୍କ ଅଭିଯୋଗ, ଜାଣନ୍ତୁ ପୁରା ଘଟଣା

 
Girl and friend
ପ୍ରଥମେ ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କଲେ ଓ ସେହି ସମୟର ଫଟୋ ଓ ଭିଡିଓକୁ ଭାଇରାଲ୍ କରିବାର ଧମକ ଦେଇ ଯୁବତୀଙ୍କ ଠାରୁ ୩ ଲକ୍ଷ ଲୁଟି ନେଲେ ଯୁବକ । ଭୁବନେଶ୍ୱର ମହିଳା ଥାନାରୁ ଆସିଛି ଏପରି ଏକ ଗୁରୁତ୍ଵପୂର୍ଣ୍ଣ ଅଭିଯୋଗ । ଯୁବତୀ ଜଣଙ୍କ ଯୁବକଙ୍କ ଦ୍ଵାରା ବାରମ୍ବାର ବ୍ଲାକମେଲ୍ ର ଶୀକାର ହେବା ପରେ ଶେଷରେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । 

E

ମହିଳା ଥାନା ମଧ୍ୟ ଏହି ଖବର ଟିକୁ ଅତି ଗୁରୁତର ସହିତ ନେଇ ଖୁବ୍ କମ୍ ସମୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ବେହେରା ଗାଆଁର ହିମାଂଶୁ ବେହେରା । ବୟସ ୨୭ ବର୍ଷ । ମହିଳା ଥାନା ହିମାଂଶୁଙ୍କୁ କୋର୍ଟ ଚାଲାଣ କରିଛି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସୂଚନା ଅନୁସାରେ ହିମାଂଶୁ ଓ ପୀଡ଼ିତା ଯୁବତୀ ଦୁଇ ଜଣ ପିଲା ଦିନର ବନ୍ଧୁ ଅଟନ୍ତି । ଯୁବତୀଙ୍କ ବାପାଙ୍କ ମୃତ୍ୟୁ ପରେ ଯୁବକ ଜଣକ ତାଙ୍କୁ ପ୍ରେମ ନିବେଦନ କରିଥିଲେ । ଯାହାକୁ ଯୁବତୀ ଜଣକ ସିଧା ସିଧା ମନା କରି ଦେଇଥିଲେ । ହେଲେ ସେଉଠୁ ଧୀରେ ଧୀରେ ବଢିଥିଲା ତାଙ୍କ ସମ୍ପର୍କ । 

ଯୁବତୀ ଜଣକ ଭୁବନେଶ୍ୱରର ଏକ ଘରୋଇ ନର୍ସିଂ ହୋମ୍ ରେ ରହି କାମ କରୁଥିବା ବେଳେ ଯୁବକ ଜଣକ ମଧ୍ୟ ଭୁବନେଶ୍ୱର ଆସିଥିଲେ । ଯୁବକ ଜଣଙ୍କ ଯୁବତୀଙ୍କୁ ତାଙ୍କ ରୁମ୍ କୁ ଥରେ ଡକାଇ ଥିଲେ । ଯେଉଁଠାରେ ସେ ଯୁବତୀ ଜଣଙ୍କୁ କିଛି ପିଇବାକୁ ଦେଇଥିଲେ । ଯାହା ପରେ ଯୁବତୀ ଜଣଙ୍କ ଚେତା ଶୂନ୍ୟ ହୋଇ ଯାଇଥିଲେ । ଯାହାର ସୁଯୋଗ ନେଇ ଯୁବକ ଜଣଙ୍କ ତାଙ୍କୁ ବଳାତ୍କାର କରିବା ସହିତ ସେହି ସମୟର ଭିଡ଼ିଓ କରିଥିଲେ ।

Jubati

ପରେ ସେହି ଭିଡିଓକୁ ଦେଖାଇ ଯୁବତୀ ଜଣଙ୍କୁ ବ୍ଲାକମେଲ କରି ତିନି ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଯାହା ପରେ କିଛି ବାଟ ନ ପାଇ ଯୁବତୀ ଜଣଙ୍କ ଆଇନ୍ ର ଦ୍ବାରସ୍ଥ ହୋଇଥିଲେ ।