ଓଡ଼ିଶାରେ ପଦ୍ମ ଫୁଟିବା ସହ ଲୋକେ ଦେଖିବେ ନୂଆ ମୁଖ୍ୟମନ୍ତ୍ରୀ, ଏହି ନେତା ହେବେ ବିଜେପିର ଓଡ଼ିଶା ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ପୁରା ଖବର

 
Election

ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଛି ବଡ଼ ଦୃଶ୍ୟ। ବିଧାନସଭା ନିର୍ବାଚନ ୨୦୨୪ରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ମ୍ୟାଜିକ ନମ୍ବର ୭୫ ଛୁଇଁବା ଦଳ ୮୦ ଛୁଇଁଛି। ଏହି କ୍ରମରେ ବିଜେଡି ୫୫ ଭୋଟ ପାଇଛି। ନବୀନ ପଟ୍ଟନାୟକଙ୍କ ଦଳ ଅତି ଶୋଚନୀୟ ଭାବେ ପରାସ୍ତ ହୋଇଛି। ତେବେ ପ୍ରାୟ ୨୫ ବର୍ଷ ଅର୍ଥାତ୍‌ ୫ ଦଶନ୍ଧିର ବ୍ୟବଧାନରେ ଓଡ଼ିଶାରେ ବିଜେପି ସରକାର ହେବାକୁ ଯାଉଛି।

Bjp odisha

କେନ୍ଦ୍ରରେ ବିଜେପି ବହୁମତ ହାସଲ କରିବାକୁ ଯାଉଥିବା ବେଳେ ଓଡ଼ିଶାରେ ବିଜେଡିକୁ କ୍ଷମତାଚ୍ୟୁତ କରି ନୂଆ ସରକାର ଗଠନ କରିବା ଆଡ଼କୁ ଅଗ୍ରସର ହେଉଛି ବିଜେପି। ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାକୁ ଶାସନ କରି ଆସିଥିବା ବିଜେଡିକୁ ଏଥର ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜେଡି ବଦଳରେ ରାଜ୍ୟର ଭୋଟରମାନେ ଏକ ନୂଆ ଦଳ ବିଜେପିକୁ ବାଛିଛନ୍ତି। 

ଚଳିତ ନିର୍ବାଚନରେ ଅନେକ ନୂଆ ନେତାଙ୍କୁ ଜନତା ବିଜୟୀ କରାଇଥିବା ବେଳେ ବହୁ ପୁରୁଖା ହେଭିୱେଟଙ୍କୁ ପରାଜୟର ଦ୍ୱାର ଦେଖାଇଛନ୍ତି। ଗଣତନ୍ତ୍ରରେ ତିଷ୍ଠି ରହିବାକୁ ହେଲେ ଲୋକଙ୍କ ସହ ରହିବାକୁ ପଡ଼ିବା ଏହା ଜନତା ସବୁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କୁ ଶିକ୍ଷା ଦେଇଛନ୍ତି।

ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଭାଜପାର ମୁଖ୍ୟମନ୍ତ୍ରୀଙ୍କ ଚେହେରା କିଏ? ସିଏମ ଦୌଡ଼ରେ ଅନେକ ନେତାଙ୍କ ନାମ ସାମ୍ନାକୁ ଆସୁଥିବାବେଳେ କିଛି ନେତା ଅଗ୍ରଣୀ ଭାବରେ ଅଛନ୍ତି। ଏହି ମଧ୍ୟରେ ଜଣେ ବଡ଼ କେନ୍ଦ୍ରମନ୍ତ୍ରୀଙ୍କ ନାମ ଆଗରେ ରହିଛି। ସେ ହଲେ ଧର୍ମେନ୍ଦ୍ର ପ୍ରଧାନ। ଏହାଛଡ଼ା ଅପରାଜିତା ଷଡ଼ଙ୍ଗୀ, ସମ୍ୱିତ ପାତ୍ର, ଜୟ ନାରାୟଣ ମିଶ୍ରଙ୍କ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲଙ୍କ ଭଳି ନାମ ଲିଷ୍ଟରେ ରହିଛି। ତେବେ ଏମାନଙ୍କ ମଧ୍ୟରୁ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରୁଛି ତାହା ଦେଖିବାକୁ ଅନାଇ ବସିଛନ୍ତି ସାରା ଓଡ଼ିଶା ବାସୀ।