“ପାର୍ଟି ପଛ, ମାଟି ଆଗ” ସ୍ୱାଭିମାନ ଦେଖାଇଥିଲେ ଦିଲ୍ଲୀପ, ବିଧାୟକ ପଦ ଛାଡ଼ି ସ୍ୱାଭିମାନ ଦେଖାଇବେ ସୌମ୍ୟ? ଜାଣନ୍ତୁ ପୁରା ଖବର

 
Dillip Ray Soumya Pattnaik

ପଦବୀ ଗଲା ଦଳରୁ ବହିଷ୍କୃତ ହେଲେ, ଦୁର୍ନୀତିର ଏତେ ବଡ ଲାଞ୍ଛନା ଲାଗିଲା। ହେଲେ ସୌମ୍ୟ ଚୁପ୍।ଲୋକଙ୍କର ଏବେ ନହର ଦୁଇଟି କଥା ଉପରେ। ସୌମ୍ୟ କେବେ ମୁହଁ ଖୋଲିବେ ଓ କେଉଁ ଗୁମର ଫିଟାଇବେ।ଏପଟେ ସୌମ୍ୟଙ୍କ ବିଧାୟକ ପଦକୁ ନେଇ ଉଠିଛି ପ୍ରଶ୍ନ।ଯେଉଁ ଦଳର ଦୟାରେ ସେ ଆଜି ବିଧାୟକ ସେ ଦଳରୁ ବିତାଡିତ ହେବା ପରେ ମଧ୍ୟ ନିଜ ସ୍ୱାଭିମାନକୁ ଆଖି ଦୃଷ୍ଟିରେ ରଖି କିପରି ଆଜି ଯାଏଁ ଦେଇ ନାହାନ୍ତି ଇସ୍ତଫା।

Dilip ray Soumya Pattnaik

କଥା ଏଠି ଆଉ ଦଳ କି ପଦବୀରେ ସୀମିତ ହୋଇ ନାହିଁ। କଥା ଏବେ ଉଠୁଛି ସମ୍ମାନ ଓ ସ୍ବାଭିମାନର।ନିଜ ସମ୍ମାନ ଓ ସ୍ବାଭିମାନକୁ ବଞ୍ଚାଇବାକୁ ଯଦି କିଛି ବାଟ ଥାଏ ତାହା ହେଉଛି ବିଧାୟକ ପଦ ଛାଡ଼ିବା।ଯଦି ପୂର୍ବ ଘଟଣାକୁ ଟିକେ ମନେ ପକାଯାଏ ତେବେ ମନେ ପଡେ ଦିଲୀପଙ୍କ ସ୍ୱାଭିମାନ କଥା। ପାର୍ଟି ପଛ ମାଟି ଆଗ ସ୍ଲୋଗାନ ଦେଇ ଦିଲ୍ଲୀପ ନିଜ ବିଧାୟକ ପଦ ଛାଡ଼ି ଦେଇଥିଲେ।

ବିଜେପିରେ ଥାଇ ମଧ୍ୟ ଦିଲ୍ଲୀପଙ୍କ ବିରୋଧରେ ସିବିଆଇ ଆକ୍ସନ୍ ନେଲା। ମନ୍ତ୍ରୀ ଯାହା ତ ‘କଲେ କଲେ, ଏହାସହ ରାଉରକେଲା ଉନ୍ନତୀକରଣ କାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଧା ଉପୁଜାଇବାରୁ ‘ପାର୍ଟି ପଛ, ମାଟି ଆଗ’ – ‘ଏଇଠି ଜନ୍ମ – ଏଇଠି ମରଣ କହି’ ରାଉରକେଲାର ସ୍ୱାର୍ଥ ପାଇଁ ବିଧାୟକ ପଦ ଛାଡ଼ି ଦେଇଥିଲେ ଦିଲ୍ଲୀପ। ଏବେ ସେହିପରି କିଛି କହିବା ପୂର୍ବରୁ ସୌମ୍ୟ ପ୍ରଥମେ ଦିଲ୍ଳୀପଙ୍କ ପରି ବିଧାୟକ ପଦ ଛାଡ଼ି ନିଜର ସ୍ୱାଭିମାନ ଦେଖାନ୍ତୁ!

Bjd

ଯାହା ପଛର କାରଣ ଯାହା ବି ହେଉ ନା କାହିଁକି ସାରା ଓଡ଼ିଶା ଦେଖିଥିଲା ଦିଲ୍ଲୀପଙ୍କ ସ୍ୱାଭିମାନ। ପାର୍ଟି ସଭ୍ୟ ପଦ ଛଡାଇ ନେଇ ପାରିବ ହେଲେ ବିଧାୟକ ପଦ ନୁହେଁ। ହେଲେ ସେ ବିଧାୟକ ପଦର ବି କଣ ମୂଲ୍ୟ ଯାହା ପାର୍ଟିର ଦମ୍ଭରେ ମିଳିଛି।