ଗେମ୍ ଚେଞ୍ଜର୍ ହେବେ ପାଣ୍ଡିଆନ? ସରକାରୀ ଚାକିରୀରୁ ଇସ୍ତଫା ପରେ ନୂଆ ନିଯୁକ୍ତି, 'ମୁଖ୍ୟମନ୍ତ୍ରୀ ପାଣ୍ଡିଆନ' ଶବ୍ଦ ହେବ ସତ? ଜାଣନ୍ତୁ ପୁରା ଖବର

 
Pandian

ସ୍ୱେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କୁ ମିଳିଛି ନୂଆ ଦାୟିତ୍ବ। ଅବସର ନେବାର ୨୪ ଘଣ୍ଟା ନପୁରୁଣୁ ପାଣ୍ଡିଆନଙ୍କୁ ଗୁରୁଦାୟିତ୍ବ ଦେଲେ ଓଡ଼ିଶା ସରକାର। '୫-ଟି' ଓ 'ନବୀନ ଓଡ଼ିଶା'ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ ଭି କାର୍ତ୍ତିକେୟ ପାଣ୍ଡିଆନ। ଅନେକ ଦିନର ଚର୍ଚ୍ଚା ର ଅବସାନ ଘଟିଲା। ପରୋକ୍ଷ ଭାବେ ରାଜନୀତି ସହ ଜଡିତ ରହିଥିଲେ ଭି କେ ପାଣ୍ଡିଆନ। 

Pandian

ଏନେଇ ଆଜି ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି। ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ ବୋଲି ଜଣାଯାଇଛି। ଗତକାଲି ତାଙ୍କ ଅବସର ଆବେଦନକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁମୋଦିତ ହେବା ପରେ ରାଜ୍ୟ ସରକାର ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଏହି ନୁଆ ଦାୟିତ୍ବ ଦେଇଛନ୍ତି।

ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ପାଣ୍ଡିଆନ ସରକାରୀ ଚାକିରି ଛାଡ଼ିବାକୁ ନେଇ ରାଜନୀତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଥାଉକି, ଶ୍ରୀ ପାଣ୍ଡିଆନ ଅକ୍ଟୋବର ୨୦ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ।

Pandian letter

ତାଙ୍କର ଆବେଦନକୁ ସୋମବାର କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୂପିନ୍ଦର ପାଲ ସିଂ ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

ପ୍ରଶାସନିକ ସ୍ତରରେ ବିପ୍ଲବ ଆଣିଛନ୍ତି ପାଣ୍ଡିଆନ। ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବାରେ ରହିଛି ଭୂମିକା। ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା। କଟକର ରୂପାନ୍ତରଣ ଓ ଗମନାଗମନ ବ୍ୟବସ୍ଥାରେ ଆଣିଛନ୍ତି ବିପ୍ଳବ। ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ କ୍ୟାରିଅର। ୨୦୦୨-୦୪ ପର୍ଯ୍ୟନ୍ତ ତୁଲାଇଥିଲେ ଉପଜିଲ୍ଲାପାଳ ଦାୟିତ୍ବ। ୨୦୦୫-୦୭ ଥିଲେ ମୟୂରଭଞ୍ଜ ଜିଲ୍ଲାପାଳ। ୨୦୦୭-୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିଲେ ପାଣ୍ଡିଆନ।। ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଛନ୍ତି ପାଣ୍ଡିଆନ।