ନିର୍ବାଚନରେ ବିଜେପିର ମାଷ୍ଟରପ୍ଲାନକୁ ଭଣ୍ଡୁର କରିବେ ଅରିନ୍ଦମ! ବିଜେଡ଼ି ପାଇଁ ଆଣିବେ ବିଜେପିର ଭିତିରି କଥା? ଜାଣନ୍ତୁ ପୁରା ଖବର

 
Arindam Roy
କଣ ଅଭିନେତା ଅରିନ୍ଦମ ମିଶିବାକୁ ଯାଉଛନ୍ତି କି ବିଜେପିରେ । ବିଜେଡିରେ ଅନେକ ଦିନ ଧରି ରହିଥିଲେ ମଧ୍ୟ ତାଙ୍କୁ ଆଶା ଅନୁଯାୟୀ କୌଣସି ଭଲ ସଫଳତା ମିଳି ନାହିଁ । ଯେଉଁଥି ପାଇଁ ସେ ଅଛନ୍ତି କି ନିରାଶ । ଏ ନେଇ ବିଜେଡି ନେତା ଅରିନ୍ଦମଙ୍କର ବିଜେପି ନେତାଙ୍କୁ ଭେଟିବା ଉଠାଇଛି ପ୍ରଶ୍ନ ।

Arindam roy

ଗତ କାଲି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କଟକ ଗସ୍ତରେ ଆସିଥିଲେ । ଶ୍ରୀ ବୈଷ୍ଣବ ସକାଳେ ଧବଳେଶ୍ଵରଙ୍କ ଡାକ ବଙ୍ଗଳାରେ ଥିବା ବେଳେ ଅରିନ୍ଦମ୍ ତାଙ୍କୁ ସାକ୍ଷାତ କରିଥିଲେ ଓ ଫୁଲତୋଡା ଦେଇଥିଲେ । ଏପରିକି ଦୁହିଁଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ୍ ଧରି କଥାବାର୍ତ୍ତା ଚାଲିଥିଲା । ଯାହା ପରେ କେନ୍ଦ୍ର ମନ୍ତ୍ରୀ ଆଠଗଡ଼ ଅଭିମୁଖେ ବାହାରି ଯାଇଥିଲେ । 

ଏପଟେ ଅରିନ୍ଦମଙ୍କ ନାଆଁ ବିଧାନସଭା କିମ୍ବା ଲୋକ ସଭା ପାଇଁ ଉଠୁଥିଲା । ଏପରିକି ଗତ ନିର୍ବାଚନରେ ତାଙ୍କୁ ମେୟର୍ କରାଯିବା ନେଇ ଆଲୋଚନା ହେଉଥିଲା । ହେଲେ ହଠାତ୍ ସେ କାହିଁକି ଭେଟିଲେ ବିଜେପି ନେତାଙ୍କୁ । ଏ ନେଇ କୌଣସି ସ୍ପଷ୍ଟତା ଦେଖିବାକୁ ମିଳି ନାହିଁ ।

ତେଣୁ ଖୁବଶୀଘ୍ର ଅରିନ୍ଦବ ଦଳ ବଦଳ କରିବା ସହିତ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ବିଶାରଦମାନେ ଅନୁମାନ କରୁଛନ୍ତି । ଗତ ୨୦୦୯ ମସିହାରେ ଅରିନ୍ଦମ ବିଜେଡିରେ ସାମିଲ ହୋଇଥିବା ବେଳେ ଦଳର ସାଙ୍ଗଠନିକ ସମ୍ପାଦକଙ୍କ ଭଉଣୀଙ୍କୁ ବିବାହ କରିବା ପରେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ସେ ସାମିଲ ହୋଇଥିଲେ । ସେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ଏପରିକି ତାଙ୍କୁ ପ୍ରାର୍ଥୀ କରାଯିବା ନେଇ ମଧ୍ୟ ନାନା ଚର୍ଚ୍ଚା ଶୁଣିବାକୁ ମିଳିଥିଲା ।

Arindam ray

୨୦୨୨ରେ ତାଙ୍କୁ ଦଳର ସାଧାରଣ ସମ୍ପାଦକ ପଦ ମିଳିଥିଲା । ତେବେ ସେ ଯଦି ଦଳୀୟ କାମରେ ନ ଆସିବେ ତେବେ ଦଳରେ କାହିଁକି ରହିବେ ବୋଲି ନିକଟରେ ଅରିନ୍ଦମ କହିଥିବା କୁହାଯାଉଛି । ସେ ଦଳୀୟ କାର୍ଯ୍ୟକ୍ରମରେ ଅଧିକ ସକ୍ରିୟ ରହୁନାହାନ୍ତି । ତେଣୁ ରେଳମନ୍ତ୍ରୀଙ୍କୁ ଭେଟିବା ପରେ ଅଭିନେତା ଦଳ ବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।