କାହିଁକି ଡ଼ାକ୍ତର ଡ୍ରେସ ପିନ୍ଧି ସରକାରୀ ହସ୍ପିଟାଲକୁ ଆସୁଥିଲା ନକଲି ଡାକ୍ତର..କହୁ କହୁ ସତ ସବୁ କହିଦେଲା

 
Duplicate doctor

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତର। ସଦର ମୁଖ୍ୟ ଚିକିତ୍ସାଳୟର ପୁରୁଷ ବିଭାଗରେ ଜଣେ ଯୁବକ ପ୍ରାୟ ୭ ଦିନ ହେବ ବେକରେ ଷ୍ଟେଥୋ ସ୍କୋପ ପକାଇବା ସହ ଆପ୍ରନ ପିନ୍ଧି ରୋଗୀ ମାନଙ୍କ ସେବା କରୁଥିଲେ। ତେବେ ଜଣେ କମ୍ ବୟସ୍କ ଯୁବକ କିଭଳି ଡାକ୍ତର ହୋଇପାରେ ତା'କୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।

ଉକ୍ତ ୱାର୍ଡରେ କାର୍ଯ୍ୟ କରୁଥିବା ନର୍ସ ମାନେ ସନ୍ଦେହରେ ଥିଲେ ମଧ୍ୟ ଯୁବକଙ୍କୁ ପଚାରିବାକୁ ସାହାସ କରିପାରିନଥିଲେ। ତେଣୁ ଏହାର ସୁଯୋଗ ନେଇ ପିଲାଟି ପ୍ରତିଦିନ ମେଡିକାଲ ଆସି ରୋଗୀ ମାନଙ୍କୁ ଚିକିତ୍ସା କରୁଥିଲେ । ହେଲେ କାହାକୁ କୌଣସି ମେଡିସିନ ଲେଖୁ ନଥିଲେ ।

Nakli doctor

ଜଣେ କମ୍ ବୟସ୍କ ଡାକ୍ତର ଭଳି ଦେଖାଯାଉଥିବା ପିଲାଟି କିଭଳି ଡାକ୍ତର ହୋଇ ପାରେ ବୋଲି ଉକ୍ତ ୱାର୍ଡରେ କାର୍ଯ୍ୟ କରୁଥିବା ନର୍ସ ମାନଙ୍କ ସନ୍ଦେହ ହୋଇଥିଲା । ତଥାପି ସତରେ କାଳେ ଡାକ୍ତର ହୋଇଥିବେ ଭାବି ପଚାରିବାକୁ ସାହାସ କରୁନଥିଲେ । ତେବେ ଏହାପରେ ନର୍ସ ମାନଙ୍କ ମଧ୍ୟରେ ସନ୍ଦେହ ବଢିଥିଲା । ଶେଷରେ ନର୍ସ ମାନେ ଏକାଠି ହୋଇ ଉକ୍ତ ବାଳକଟିକୁ ତାର ପରିଚୟ ପଚାରିଥିଲେ । ସେ ତାର ପରିଚୟରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ର ଅମିତ ଆରୁଶ ପରିଡା ବୟସ ୧୭ ବର୍ଷ ବୋଲି କହିଥିଲା । ଏହାସହ ତା ଘର ସମୁଦ୍ରକୂଳ ଥାନା ଅନ୍ତର୍ଗତ ଗୋରା କବର ଲେନ୍ ବୋଲି କହିଥିଲା।

ସେ ଏହି ଡାକ୍ତରୀ ପାଠ ଶିଖିବା ପାଇଁ ମେଡିକାଲକୁ ଆସୁଥିବା କଥା ସ୍ୱୀକାର କରିଛି । ଏହାପରେ ନର୍ସ ମାନେ ସଙ୍ଗେ ସଙ୍ଗେ ମେଡିକାଲ ଫାଣ୍ଡି ପୋଲିସଙ୍କୁ ଡାକି ଉକ୍ତ ପିଲାଟିକୁ ହସ୍ତାନ୍ତର କରିଥିଲେ । ପୋଲିସ୍ ପକ୍ଷରୁ ଉକ୍ତ ପିଲାଟିର ପରିବାର ଲୋକଙ୍କୁ ଯୋଗାଯୋଗ କରିଛି ।

ମୁହଁରେ ସରଳତା । ନା କାହାକୁ ଡର ନା ଭୟ । ହେଲେ ଏଇ ସରଳ ଚେହେରା ତଳେ ଲୁଚି ରହିଛି ଭୟଙ୍କର ବୁଦ୍ଧି । ଏତେ ଛୋଟ ବୟସରୁ ଏଭଳି କାରନାମା ପୁଣି ଜନଗହଳୀପୂର୍ଣ୍ଣ ପୁରୀ ସରକାରୀ ଡାକ୍ତରଖାନାରେ । ତେବେ ପିଲାଟିକୁ ନିଜ ହେପାଜତରେ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ୍ । ତଦନ୍ତ ପରେ ଘଟଣାକୁ ଅଧିକ ତଥ୍ୟ ସାମ୍ନାକୁ ଆସିବ ।