ଜାଣନ୍ତୁ କେଉଁ କାରଣରୁ ଶଙ୍କରାଚାର୍ଯ୍ୟ ଆସିଲେନି ମନ୍ଦିର ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ, ଜଣା ପଡିଲା ବଡ଼ କାରଣ

 
Sankaracharya
ପୁରୀରେ କୌଣସି କାର୍ଯ୍ୟ ହେବ ତାହା ପୁଣି ଶଙ୍କରାଚାର୍ଯ୍ୟଙ୍କ ଅନୁପସ୍ଥିତିରେ । କଥାଟି ଯେପରି ଅଡୁଆ ଲାଗୁଛି । ଆଜ୍ଞା ହଁ ଶ୍ରୀ ମହାପ୍ରଭୁଙ୍କ ଶ୍ରୀ ମନ୍ଦିରରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ସମାପ୍ତି ଘଟିଛି । ହେଲେ ଏହି ଭବ୍ୟ ଉତ୍ସବରେ ଅନୁପସ୍ଥିତ ଥିଲେ ପୁରୀ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ ।

ସ

ଶଙ୍କରାଚାର୍ଯ୍ୟଙ୍କ ଅନୁପସ୍ଥିତିକୁ ନେଇ ଏବେ ଉଠୁଛି ନାନା ବିଧ ପ୍ରଶ୍ନ । ନିକଟରେ ଗଙ୍ଗା ସ୍ନାନ ଉତ୍ସବରେ ଶଙ୍କରାଚାର୍ଯ୍ୟ ମୁଖ୍ୟ ପୁରୋଧା ଭାବେ ସାମିଲ୍ ହୋଇଛନ୍ତି । ପୂର୍ବରୁ ମଧ୍ୟ ଗଜପତି ମହାରାଜା ଓ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଶଙ୍କରାଚାର୍ଯ୍ୟଙ୍କ ନିକଟକୁ ଯାଇ ଉତ୍ସବ ନିମନ୍ତେ ନିମନ୍ତ୍ରଣ କରିଥିଲେ । ତେବେ ନିମନ୍ତ୍ରଣ ସତ୍ତ୍ଵେ ମଧ୍ୟ କାହିଁକି ଅନୁପସ୍ଥିତ ଥିଲେ ଶଙ୍କରାଚାର୍ଯ୍ୟ ?

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏ ନେଇ ଗୋବର୍ଦ୍ଧନ ପୀଠର ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି ଯେତେବେଳେ ଲୋକାର୍ପଣ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ କରା ଯାଇଥିଲା ସେତେବେଳେ ନା ଜଗତଗୁରୁଙ୍କ ପରାମର୍ଶ ନିଆ ଯାଇଥିଲା ନା ତାଙ୍କୁ ପଚରା ଯାଇଥିଲା । ତେବେ ଏ ନେଇ ଅନ୍ୟ କାହା ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ କି ଏ ପର୍ଯ୍ୟନ୍ତ ଏହାର ପ୍ରକୃତ କାରଣ ଜଣା ପଡ଼ି ନାହିଁ । 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଉତ୍ସବ ମୁଖରିତ ହୋଇଥିଲା ଶ୍ରୀକ୍ଷେତ୍ର। ତ୍ରିଦିନାତ୍ମକ ଯଜ୍ଞକୁଣ୍ଡରେ ଆଚାର୍ଯ୍ୟମାନଙ୍କ ଦ୍ୱାରା ଘୃତାହୂତି ପ୍ରଦାନ ଚାଲିଥିଲା ତ ଅନ୍ୟପଟେ ନାମ ସଂକୀର୍ତ୍ତନରେ କଂପୁଥିଲା ନବନିର୍ମିତ ପରିକ୍ରମା ମାର୍ଗ। ଧିରେ ଧିରେ ଅତିଥିମାନଙ୍କ ଆଗମନ ଭିତରେ ପ୍ରକଳ୍ପ ସ୍ଥଳରେ ପହଞ୍ଚିଥିଲେ ମହାପ୍ରଭୁଙ୍କ ଆଦ୍ୟସେବକ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ। ଠିକ ପରେ ପରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Parikarma prakalpa

ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡୁଆପାଟ ଦେଇ ସ୍ୱାଗତ କରାଯିବା ପରେ ପାଛୋଟି ନେଇଥିଲେ ଗଜପତି। ସେଠୁ ଉଭୟେ ସିଧା ପରିକ୍ରମା ପ୍ରକଳ୍ପ ଫଳକ ସ୍ଥଳକୁ ଯାଇଥିଲେ। ଗଜପତିଙ୍କ ଦ୍ୱାରା ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପରିକ୍ରମା ପ୍ରକଳ୍ପ ମାର୍ଗକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ଗଜପତି ମହାରାଜା ଯଜ୍ଞରେ ପୂର୍ଣ୍ଣାହୂତି ଦେଇଥିଲେ। ତା'ପରେ ହୋଇଥିଲା ପ୍ରଦକ୍ଷଣ କାର୍ଯ୍ୟକ୍ରମ। ଗଜପତି ମହାରାଜାଙ୍କ ସହ ମୁଖ୍ୟମନ୍ତ୍ରୀ ନବ ନିର୍ମିତ ପରିକ୍ରମା ମାର୍ଗକୁ ଚାଲି ଚାଲି ପ୍ରଦକ୍ଷଣ କରିଥିଲେ।