ଭୟାନକ ଟ୍ରେନ ଦୁର୍ଘଟଣା ପରେ ଭୂତକୁ ଡରି ଭାଙ୍ଗିଦେଲେ କି ମାହାନଗା ହାଇସ୍କୁଲ! 5T ସଚିବ ପାଣ୍ଡିଆନ୍ କଣ କହିଲେ?

 
Pandian

ଓଡିଶା ବାଲେଶ୍ଵର ବାହାନଗା ଷ୍ଟେସନ୍ ନିକଟରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ କେହି ବି ନିଜ ମନରୁ ଭୁଲି ପାରିନାହାଁନ୍ତି। ଏହି ଦୁର୍ଘଟଣାରେ ଶହ ଶହ ନିରୀହ ଜୀବନ ଚାଲି ଯାଇଥିବା ବେଳେ ଏଥିରେ ଅନେକ ଲୋକେ ନିଜ ପ୍ରିୟଜନକୁ ହରାଇଛନ୍ତି। ତେବେ, ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଶବ ଗୁଡିକୁ ବାହାନଗା ହାଇସ୍କୁଲ୍ କ୍ୟାମ୍ପସରେ ରଖା ଯାଇଥିଲା।

Accident

ଏବେ ସେଠାରୁ ଶବ ଗୁଡିକୁ ହଟାଇ ଦିଆଯାଇଥିଲେ ହେଁ ପିଲା ଏବଂ ସ୍ଥାନୀୟ ଲୋକଙ୍କ ମନରେ ଭୟ ଏବଂ ସନ୍ତର୍ପଣର ପରିବେଶ ସୃଷ୍ଟି ହୋଇଛି। ଏହାରି ଭିତରେ ସେଠାରେ ଭୂତ ବାହାରୁଥିବା ମଧ୍ୟ ଗୁଜବ ଶୁଣିବାକୁ ମିଳୁଛି। ତେବେ, ସବୁଠାରୁ ବଡ଼ କଥା ହେଉଛି ଏବେ ରାଜ୍ୟ ସରକାର ଏହି ସ୍କୁଲଟିକୁ ଭାଙ୍ଗି ଦେବାକୁ ଯୋଜନା କରିଛନ୍ତି। ଆଜ୍ଞା ହଁ, ଏଥିନେଇ ସୂଚନା ଦେଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ।

Pandian

ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲକୁ ମଧ୍ୟ ଆସିଥିଲେ ତେବେ ସେଠାରେ ପିଲାମାନଙ୍କୁ କଣ ଅସୁବିଧା ହେଉଛି ସେଥିନେଇ ମଧ୍ୟ ବୁଝିଥିଲେ। ଅପରପକ୍ଷରେ ଯେଉଁ ସ୍ଥାନରେ ଶବ ଗୁଡିକୁ ରଖା ଯାଇଥିଲା ସେଠାରେ ସେଠାରେ ସ୍କୁଲର ନୂଆ କ୍ଲାସରୁମ୍ ତିଆରି କରାଗଲେ ଭଲ ହୁଅନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ, ସ୍କୁଲଟିକୁ ୫ଟି ଯୋଜନା ଅନ୍ତର୍ଭୁକ୍ତ କରାଯାଇ ଏହାର ନବିନିକରଣ ଏବଂ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଶ୍ରୀଯୁକ୍ତ ପାଣ୍ଡିଆନ୍ କହିଛନ୍ତି।