ରାତି 11ଟା ବାଜିଲେ କାହିଁକି କାନ୍ଦୁଛି ସ୍କୁଲ ? ବାହନଗା ସ୍କୁଲରେ କାନ୍ଦ ର ଖୋଲିଲା ଗୁମର, ସାମ୍ନା କୁ ଆସିଲା ବୈଜ୍ଞାନିକ କାରଣ

 
school kanda...

ଏବେ କିଛି ଦିନ ତଳେ ଘଟି ଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ର ଦୃଶ୍ୟ ଏବେ ବି ସମସ୍ତଙ୍କୁ ଡରେଇକି ରଖିଛି । ଏହି ଦୁର୍ଘଟଣା ରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କର ଶବକୁ ନେଇ ବାହନଗା ସ୍କୁଲ ଭିତରେ ରଖା ଯାଇଥିଲା ।

bhanga-hela-bahanga-high-school

ସେ ସ୍କୁଲ କୁ ଆସି ଲୋକେ ନିଜ ନିଜର ସମ୍ପର୍କିୟ ମାନଙ୍କ ମୃତ ଶରୀର ଖୋଜି ନେଇଥିଲେ ଏବଂ କିଛି ଶବ ଭୁବନେଶ୍ୱର AIMs କୁ ପଠାଇ ଦିଆ ଯାଇଥିଲା । ଦୁଇ ତିନି ଦିନ ଧରି ସେଠାକାର ପରିବେଶ ଅତ୍ୟନ୍ତ କୋଳାହଳମୟ ଥିଲା । 

ତାହାଲେ ଏବେ କିଛି ଏପରି ଭୟାନକ କଥା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଭୟଭୀତ କରି ଦେଇଛି । ବାହନଗା ସ୍କୁଲ ପରିସରରୁ ରାତି 11 ଟା ହେଲେ କାନ୍ଦ ଶବ୍ଦ ଶୁଭା ଯାଉଛି । ଏକଥା ଆମେ କହୁ ନାହିଁ, ଏକଥା କହୁଛନ୍ତି ବସବାସ କରୁଥିବା ସେଠାକାର ସ୍ଥାନୀୟ ଲୋକେ ।

କଣ ରହିଛି ପ୍ରକୃତ କାରଣ?

ତେବେ ଏ ବିଷୟରେ ଜଣେ ଜ୍ୟୋତିର୍ବିଜ୍ଞାନୀ ନିଜ ମତ ଦେଇ ସବୁ କିଛି ସ୍ପଷ୍ଟ କରିଛନ୍ତି । ଏହା ପଛରେ ରହିଥିବା ବୈଜ୍ଞାନିକ କାରଣ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ , ତିନି ଦିନ ଧରି ସ୍ଥାନୀୟ ଲୋକ ମାନେ ସେହି କାନ୍ଦ ଶବ୍ଦ ଶୁଣି ଆସୁଥିଲେ , ଯାହା ସେମାନଙ୍କ ବ୍ରେନ୍ କୁ ଆଘାତ କରିଥିଲା । ଯାହା ମସ୍ତିଷ୍କରେ ରହିଥିବା ସେରେବ୍ରମ ରେ ଷ୍ଟୋର ହୋଇ ରହି ଯାଇଛି, ଯାହାଫଳରେ ଏମିତି ଲୋକଙ୍କୁ ଭ୍ରାନ୍ତ ଧାରଣା ହେଉଛି ।