ଏତେ ସବୁ ପରେ ବି କାହିଁକି ଚୁପ୍ ଅଛନ୍ତି ସୌମ୍ୟରଂଜନ! ଏହା ବିଦ୍ରୋହର ସଂକେତ ନା ସାଲିସ ର? ଜାଣନ୍ତୁ ପୁରା ଖବର

 
Naveen Soumya

ଏ ଯାଏଁ କାହିଁକି ଚୁପ୍ ରହିଛନ୍ତି ସୌମ୍ୟ ? ପ୍ରାୟ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ନା କୌଣସି ବାଇଟ୍ ନା ପ୍ରକାଶ ପାଇଛି କୌଣସି ଲେଖା। ପ୍ରଥମେ ସଭାପତି ପଦରୁ କଢ଼ାଗଲା ପୁଣି ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ କଢାଗଲା। କେବେ ସମ୍ବାଦ ଉପରେ ଚଢାଉ ତା ପୁଣି କେବେ ଦୁର୍ନିତିର ଖୁଲାସା। ଏତେ ସବୁ ପରେ ମଧ୍ୟ କାହିକି ଚୁପ୍ ରହିଛନ୍ତି ସୌମ୍ୟ। କଣ ସୌମ୍ୟ ଡରି ଗଲେ କି। ଏ ଡର ନବୀନଙ୍କୁ ନା ପାଣ୍ଡିଆନଙ୍କୁ।

Naveen Soumya Ranjan

ରୋକ୍ ଠୋକ୍ ଉତ୍ତର ଦେଉଥିବା ଲୋକଟି ଆଜି ନିଜ ଉପରେ ଉଠିଥିବା ଏତେ ବଡ଼ ପ୍ରଶ୍ନର ଚୁପ୍ କିପରି ରହିଛି।ଏହା ସାଲିସ୍ ନା ବିଦ୍ରୋହ। ଏପରି ଅନେକ ପ୍ରଶ୍ନ ଉଠାଉଛନ୍ତି ଲୋକେ। ଜନ ବିରୋଧୀ କାର୍ଯ୍ୟ ପାଇଁ ସୌମ୍ୟଙ୍କୁ ଦଳରୁ ବହିଷ୍କାର କରିବା ପରେ ସୌମ୍ୟ କୌଣସି ପ୍ରେସ ମିଟିଂରେ ଯୋଗ ଦେଇ ନାହାନ୍ତି। ମିଡ଼ିଆ ଅନେକ ଥର ସୌମ୍ୟଙ୍କୁ ସାକ୍ଷାତ କରିବାକୁ ଯାଇ ବିଫଳ ହୋଇଛି।

ସୌମ୍ୟଙ୍କ ସ୍ଵଭାବ ଏପରି ତ ନୁହେଁ। ପୁର୍ବରୁ ତାଙ୍କ ବିରୋଧରେ ଦଳର ଅନ୍ୟ ନେତା ମାନେ ଅଭିଯୋଗ ଆଣିଥିବା ବେଳେ ମିଡ଼ିଆ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖନ୍ତି ସୌମ୍ୟ। ହେଲେ ଏଥର ନିଜ ଉପରେ ଲାଗିଥିବା ଏତେ ବଡ ଅଭିଯୋଗର ସାଲିସରେ କିଛି କହି ନାହାନ୍ତି ସୌମ୍ୟ।

Soumya Ranjan Pattnaik

ଏହାର ଅର୍ଥ ଏହା ନୁହେଁ ତ କି ସୌମ୍ୟ ବୁଝି ଗଲେଣି ଆଗକୁ ଆଉ ପାଟି ଖୋଲିଲେ ସରକାର ଓଡିଶାରୁ ହିଁ ବହିଷ୍କାର କରିଦେବେ। ନା ସୌମ୍ୟ ରଚୁଛନ୍ତି ରଣନୀତି। ସମୟ ଲାଗିବ ହେଲେ ମୁହଁ ଖୋଲିବେ। ଯାହା ପରେ ହୁଏ ତ ନିଆଁ ଲାଗିପାରେ ରାଜ୍ୟ ରାଜନୀତିରେ।