ଦେଖନ୍ତୁ ଭିଡିଓ: ‘ମତେ ଛାଡ଼ି ସେ କଲିକତା ଯାଇ ଦେହସୁଖ ନେଉଛନ୍ତି’ ସ୍ୱାମୀ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା

 
Kolkata

ଏମିତ ଏକ ଘଟଣା ଘଟିଛି ଲଷ୍ମୀସାଗର ଥାନା ଅନ୍ତର୍ଗତ ଝାଡପଡା ଗ୍ରାମରେ | ମହିଳା ଜଣକ ଆସି ଲଷ୍ମୀସାଗର ଥାନା ରେ ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି | ତାଙ୍କୁ ଗତ ଦୁଇ ବର୍ଷ ହେବ ନିର୍ଯାତନା ଦେଇ ଆସୁଛନ୍ତି ବୋଲି ମହିଳା ଜଣକା ମିଡ଼ିଆ ଆଗରେ କାନ୍ଦି କାନ୍ଦି ନିଜର ଦୁଃଖ ପ୍ରକାଶ କରିଛନ୍ତି |

ମହିଳା ଜଣକ ସୂଚନା ଦେଇଛନ୍ତି ଯେ ତାଙ୍କର ବାହାଘରର ୭ ବର୍ଷ ପୂରଣ  ହୋଇଯାଇଛି | ଗତ ଦୁଇ ବର୍ଷ ଧରି ତାଙ୍କ ସ୍ୱାମୀ ନିର୍ଯାତନା ଦେଇଆସୁଛି ତା ସହିତ ସ୍ୱାମୀର ଘର ଲୋକ ତାଙ୍କ ସହିତ ସାଥ ଦଉଛନ୍ତି |

ତାଙ୍କ ସ୍ୱାମୀ ଗାଡି ଚଲାନ୍ତି ବୋଲି କହିଛନ୍ତି ତାଙ୍କ ଘର ଲୋକ ଯୌତୁକ ବାବଦକୁ ୨ ଲକ୍ଷ ତାଙ୍କ ଦେଇଥିଲେ | ତାଙ୍କର ୫ ବର୍ଷର ପୁଅ ମଧ୍ୟ ଅଛି ପୁଅ କୁ  ମାଗିବାରୁ ସ୍ୱାମୀ ୨ ଲକ୍ଷ ତାଙ୍କ ଦେଲେ ପୁଅ କୁ ଦେବେ ବୋଲି କହୁଛନ୍ତି |

ଥାନା ରେ କହୁଛନ୍ତି ମୁ ସ୍ତ୍ରୀ ସହିତ ଠିକ ସେ ଚଳିବି କିନ୍ତୁ ଥାନାରୁ ବାହାରିକେ ୨ ଲକ୍ଷ ତାଙ୍କ ଦିଅ ବୋଲି କହୁଛନ୍ତି ନହେଲେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି | ଏବେ ମହିଳା ଜଣକ ତାଙ୍କ ପୁଅକୁ ପାଇବା ପାଇଁ ଚେଷ୍ଟା ଜାରି ରଖିଛି |

ମହିଳା ଜଣକ ଦ୍ୱିତୀୟ ବିବାହ କରିଥିଲେ ବୋଲି ମିଡ଼ିଆ ଆଗରେ ମଧ୍ୟ ସ୍ୱୀକାର କରିଛନ୍ତି ଆଉ କହୁଛନ୍ତି ସ୍ୱାମୀ କହୁଛନ୍ତି ଯଦି ୨ ଲକ୍ଷ ଟଙ୍କା ଦବ ତାହାଲେ ତମ ପୁଅ କୁ ମୁ ତମକୁ ଦେବୀ ନହେଲେ ଜୀବନରୁ ମାରିଦେବି ବୋଲି ଧମକ ଦେଉଛନ୍ତି |

ବହୁତ ନିର୍ଯାତନା ଦେଲା ପରେ ବି ମହିଳା ଜଣକ ଟଙ୍କା ସହିତ ସଂସାର ଘଡ଼ିଛନ୍ତି ଏବଂ ମିଡ଼ିଆ ଆଗରେ କାନ୍ଦି କାନ୍ଦି ନାଁ ଚାହୁଁଛନ୍ତି ସତରେ କଣ ତାଙ୍କୁ ନ୍ୟାୟ ମିଳିବ |