ଉତ୍ତମ ମହାନ୍ତିଙ୍କ ଅନ୍ତିମ ଦର୍ଶନ କି ଶେଷକୃତ୍ୟ ବେଳେ କାହିଁକି ଆସିଲେନି ଅନୁଭବ ମହାନ୍ତି? ଜାଣନ୍ତୁ

 
Anubhav

ଓଲିଉଡ ଜଗତର ମହାନ୍ କଳାକାର ଉତ୍ତମ ମହାନ୍ତି ଆଜି ଆଉ ଏହି ଦୁନିଆରେ ନାହାଁନ୍ତି । ସେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ଏବେ ପଞ୍ଚଭୂତରେ ବିଲୀନ ହୋଇ ସାରିଛି ଓଲିଉଡ ଜଗତର ମହାନ୍ କଳାକାର ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ସେ ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ଥିଲେ । ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଯାଇଛି ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ।

Uttam mohanty

ନବେ ଦଶକର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କୁ ଗାର୍ଡ ଅଫ ଅର୍ଣ୍ଣର ଦେବା ପରେ ତାଙ୍କ ପୁଅ ବାବୁଶାନ୍ ମୁଖାଗ୍ନି ଦେଇଥିଲେ । ଏହାପରେ ପଞ୍ଚଭୂତରେ ବିଲୀନ ହୋଇ ଯାଇଥିଲା ଦିବଙ୍ଗତ ମହାନ୍ କଳାକାର ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଥିବା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ଆସି ଭୁବନେଶ୍ଵର ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିବା ପରଠାରୁ ତାଙ୍କର ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ସୁଅ ଛୁଟିଥିଲା ।ଓଡ଼ିଆ ସିନେ ଜଗତର ନିର୍ଦ୍ଦେଶକ, ପ୍ରଯୋଜକଙ୍କ ଠାରୁ ଆରମ୍ଭ କରି କଳାକାର ଏବଂ ଟେକ୍ନିକସିଆନମାନେ ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କର ଶେଷ ଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । 

ଖାଲି ସିନେ ଜଗତ ନୁହେଁ ବରଂ ଅନେକ ରାଜନେତା ମଧ୍ୟ ତାଙ୍କର ଶେଷ ଦର୍ଶନ କରିବାକୁ ଯାଇଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଥିଲେ । ଏହାସହ ଅନେକ ସିନେ କଳାକାର ମଧ୍ୟ ସେଠାକୁ ଯାଇଥିଲେ । ସେଠାକୁ ଉତ୍ତମ ମହାନ୍ତିଙ୍କ ପ୍ରଂଶସକ ଏବଂ ସମ୍ପର୍କୀୟ ଯାଇଥିଲେ । ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ ପାଇପାଇଁ ସୁପରଷ୍ଟାର ଅନୁଭବ ମହାନ୍ତି ଯାଇ ନଥିଲେ । ସମସ୍ତେ ଭାବିଥିଲେ କି ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ଅନୁଭବ ମହାନ୍ତି ଯିବେ ବୋଲି । କିନ୍ତୁ ସେ କୌଣସି କାରଣରୁ ସେଠାରେ ପହଁଞ୍ଚି ପାରିନଥିଲେ । 

ଅନୁଭବ

ସତ୍ୟନଗର ଶ୍ମଶାନରେ ମଧ୍ୟ ଶେଷ କୃତ୍ୟ ସମୟରେ ଅନୁଭବ ମହାନ୍ତି ପହଞ୍ଚି ନଥିଲେ । ଉତ୍ତମ ମହାନ୍ତି ତାଙ୍କ ସ୍ତ୍ରୀ ଅପରାଜିତା ଏବଂ ପୁଅ ବାବୁଶାନଙ୍କ ସହ ଅନୁଭବ ମହାନ୍ତିଙ୍କ ଭଲ ସମ୍ପର୍କ । ଲୋକମାନେ ଆଶା କରୁଥିଲେ ଅନୁଭବ ଉତ୍ତମଙ୍କ ଶେଷ କୃତ୍ୟ ବେଳେ ପହଞ୍ଚିବେ କିନ୍ତୁ ସେ ସେଠାରେ ପହଞ୍ଚି ନଥିଲେ । ଅନୁଭବ ମହାନ୍ତି ଉତ୍ତମ ମହାନ୍ତି ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଥିବା ବେଳେ ବାବୁଶାନଙ୍କ ସହିତ କଥା ହୋଇ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ । କୌଣସି ବ୍ୟକ୍ତିଗତ କାରଣ ଥିବାରୁ ଅନୁଭବ ମହାନ୍ତି ଉତ୍ତମ ମହାନ୍ତିଙ୍କର ଶେଷ ଦର୍ଶନ କରିପାରିନଥିଲେ ବୋଲି ଖବର ଆସୁଛି ।