ବଡ଼ ବଡ଼ ନେତା ଥିବା ସତ୍ତ୍ବେ କାହିଁକି ଜଣେ ଆଦିବାସୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଲା ବିଜେପି? ଲୁଚି ରହିଛି ମୋଦୀଙ୍କ ଏହି ସିକ୍ରେଟ୍ ପ୍ଲାନ

 
Mohan majhi

ସସପେନ୍ସ ଉପରୁ ଉଠିଛି ପରଦା। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ସେ ବୁଧବାର ଅପରାହ୍ନ ୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ।

Mohan majhi

ତେବେ ମୋହନ ମାଝୀଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ପରେ ଚର୍ଚ୍ଚା ଜୋର୍ ଆରମ୍ଭ ହୋଇଛି। ରାଜ୍ୟ ବିଜେପିରେ ଏତେ ଟାଣୁଆ ନେତା ଥିବା ସତ୍ତ୍ବେ କାହିଁକି ମୋହନଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା ଏବେ ସବୁଆଡେ ଚର୍ଚ୍ଚାର ବିଷୟ। ମୋହନ ମାଝୀ କେନ୍ଦୁଝର ସଦରରୁ ୪ର୍ଥ ଥର ବିଜୟ ହାସଲ କରିଛନ୍ତି। ସେହିପରି ସେ ଜଣେ ଆଦିବାସୀ ନେତା ଭାବେ ବେଶ ପରିଚିତ। ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯିବା ପଛରେ ମୋଦୀଙ୍କ ବଡ଼ ସିକେଟ୍ ପ୍ଲାନ୍ ଲୁଚି ରହିଛି।

ମୋହନଙ୍କ ପରି ଜଣେ ସରଳ ବ୍ୟକ୍ତିତ୍ୱ ଏ କ୍ଷେତ୍ରରେ ସଫଳ ହେବେ ବୋଲି ବିଜେପି ଶତ ପ୍ରତିଶତ ବିଶ୍ୱାସ ରହିଛି। ଗତବର୍ଷ ସମାପ୍ତ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିବା ପରେ ମଧ୍ୟ ବିଜେପି ଏହି ରଣନୀତି ପ୍ରୟୋଗ କରିଥିଲା। ଦଳରେ ଶିବରାଜ ସିଂହ ଚୌହାନ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ଅନେକ ହେଭିୱେଟ ରହିଥିଲେ ବି ଦଳ ଶେଷରେ ମୋହନ ଯାଦବଙ୍କ ପରି ଜଣେ ଅନ୍ୟ ପଛୁଆ ନେତା (ଓବିସି) ସମ୍ପ୍ରଦାୟର ଚେହେରାଙ୍କୁ ଆଗକୁ ଆଣିଥିଲା।

ସେହିପରି ବିଷ୍ଣୁଦେଓ ସାଏଙ୍କ ପରି ଜଣେ ଆଦିବାସୀ ନେତାଙ୍କୁ ଦଳ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ଭଜନ ଲାଲ ଶର୍ମାଙ୍କ ପରି ଜଣେ ବ୍ରାହ୍ମଣ ନେତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲା। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ପରି ଓଡ଼ିଶାରେ ସଫଳତା ପାଇବା ଲକ୍ଷ୍ୟରେ ବିଜେପି ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇ ଥାଇପାରେ।

Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ମୁଖ୍ୟ ସାରଥୀ ଅମିତ ଶାହ ସର୍ବଦା କିଛି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଟିକିନିଖି ତର୍ଜମା କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥାନ୍ତି। ଦ୍ରୌପଦୀ ମୁର୍ମୁଙ୍କ ପରି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଆସନରେ ବସାଇବା ପରେ ଏବେ ମୋହନଙ୍କ ପରି ଜଣେ ଆଦିବାସୀଙ୍କୁ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ବିଜେପି ରାଜ୍ୟବାସୀଙ୍କୁ ଏକ ବଡ଼ ବାର୍ତ୍ତା ପ୍ରଦାନ କରିଛି।