କିଏ ଜିତିବ ଝାରସୁଗୁଡା ନିର୍ଵାଚନ? ନବ ଦାସଙ୍କ ପରେ କାହାକୁ ନିଜର ନେତା ଚୟନ କରିବେ ଝାରସୁଗୁଡାବାସୀ, ପଢ଼ନ୍ତୁ ଏହି ଖାସ ରିପୋର୍ଟ

 
jharsuguda nirbachana

ଝାରସୁଗୁଡା ଉପ ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ୍। ବିଜେପି, ବିଜେଡି ଆଉ କଂଗ୍ରେସ ଦଳର ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହେବାକୁ ଯାଉଛି ଉପ ନିର୍ବାଚନ। ଏହି ଉପ ନିର୍ବାଚନରେ ନବଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଆଉ ବିଜେପି ପକ୍ଷରୁ ଏହି ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଟଙ୍କଧର ତ୍ରିପାଠୀ। ସେହିପରି କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ତରୁଣ ପାଣ୍ଡେ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସରିଛି। ଶୁକ୍ରବାର ଦିନ ନାମାଙ୍କନ ଯାଞ୍ଚ ପରେ ସମସ୍ତ ରାଜନୈତିକ ଦଳ ବିଦ୍ଧିବଦ୍ଧ ଭାବେ ପ୍ରଚାର ଆରମ୍ଭ କରିବେ। ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ କରି ଉଭୟ ବିଜେପି ଓ ବିଜେଡି ତାଙ୍କ ବଳ ଯୋଗାଡ କରୁଥିବା ବେଳେ କଂଗ୍ରେସ ମିଶ୍ରଣ ପର୍ବ କରି ଲୋକଙ୍କ ପାଖକୁ ଯିବାକୁ ରଣନୀତି ପ୍ରସ୍ତୁତ କରୁଛି।

election

ଝାରସୁଗୁଡା ଉପନିର୍ବାଚନ ପାଇଁ ମୋଟ ୧୪ ଜଣ ପ୍ରାର୍ଥୀ ଦାଖଲ କରିଛନ୍ତି। ହେଲେ କୌଣସି ରାଜନୈତିକ ଦଳ ନିର୍ବାଚନ ପ୍ରଚାର ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ କରିନାହାନ୍ତି। କିନ୍ତୁ ନିଜ ନିଜ ଦଳ ପାଇଁ ବଳ ଗୋଟାଇବା ଆରମ୍ଭ କରିଦେଇଛନ୍ତି। ଗାଁକୁ ଗାଁ ବୁଲି ମିଶ୍ରଣ ପର୍ବ ଅନୁଷ୍ଠିତ କରୁଛି ବିଜେଡି। ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କୁମୁଡାପାଲି ଠାରେ ଦୀପାଳି ଦାସଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ କାର୍ଯ୍ୟ ତଥା ସ୍ବର୍ଗତ ନବଦାସଙ୍କ ଲୋକପ୍ରିୟତାରେ ଆକୃଷ୍ଟ ହୋଇ ଆଜି ଏହି କର୍ମୀମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଯାହା ବିଜୁ ଜନତା ଦଳର ଶକ୍ତିକୁ ଆହୁରି ବୃଦ୍ଧି କରିଛି ବୋଲି ଦୀପାଳି ଦାସ କହିଛନ୍ତି।ଆଗମୀ ଉପନିର୍ବାଚନରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୁ ଜନତା ଦଳକୁ ବିଜୟୀ କରାଇବା ପାଇଁ ଅନୁରୋଧ କରିଥିଲେ।

ସ୍ବର୍ଗତ ନବଦାସ ଯେପରି ସବୁବେଳେ ଲୋକଙ୍କ ସୁଖଦୁଃଖରେ ଛିଡା ହେଉଥିଲେ। ସେ ମଧ୍ୟ ସବୁବେଳେ ଲୋକଙ୍କୁ ସହ ଛିଡା ହେବେ ବୋଲି କହିଥିଲେ। ସ୍କୁଟନି ପରେ ବିଜୁ ଜନତା ଦଳ ପକ୍ଷରୁ ଡୋର ଟୁ ଡୋର କେମ୍ପେନିଂରେ ବାହାରିବେ ବୋଲି ଦୀପାଳି କହିଛନ୍ତି। ତେବେ ସୂଚନାଯୋଗ୍ୟ ଯେ, ଆସନ୍ତା ମେ ୧୦ ତାରିଖରେ ଝାରସୁଗୁଡାରେ ଉପନିର୍ବାଚନ ଭୋଟ୍ ହେବାକୁ ଥିବାବେଳେ, ମେ ୧୩ ତାରିଖରେ ବିଜୟୀ ଘୋଷଣା କରାଯିବ।