ରାଜଧାନୀରେ ହେବ ହାଇଭୋଲଟେଜ ଫାଇଟ! ଅପରାଜିତାଙ୍କୁ ଟକ୍କର ଦେବେ ଶ୍ରୀମୟୀ ? ଜାଣନ୍ତୁ ପୁରା ଖବର

 
Bbsr election
ଭୁବନେଶ୍ବରରେ ରାଜନୀତି ତାତି । ଏଥର କିନ୍ତୁ ଖେଳ ହେବ କିଛି ଅଲଗା । ସମସ୍ତଙ୍କର ଟାର୍ଗେଟ୍ ରେ ଏବେ ଭୁବନେଶ୍ୱରର ସିଟ୍ । ୨୦୧୯ ନିର୍ବାଚନରେ ଫ୍ଲାଇଂ ଭୋଟ ରେ ନିର୍ବାଚନ ଜିତି ଥିବା ଅପରାଜିତା ଷଡ଼ଙ୍ଗୀ ଙ୍କୁ ଏଥର ଟକ୍କର ଦେବ କିଏ ? ଆଗକୁ ଆସୁଛି ୨୦୨୪ ସାଧରଣ ନିର୍ବାଚନ । ସବୁ ନିର୍ବାଚନ ଠାରୁ ଏହି ନିର୍ବାଚନର ଢାଞ୍ଚା ରହିଛି ସମ୍ପୂର୍ଣ ଅଲଗା । ଏଠି ଲଢେ଼ଇ ହେବ ପୁରା ଦମ୍ ଦାର୍ ।

Sa

୨୦୨୯ ନିର୍ବାଚନରେ ବିଜେଡି ଅପରାଜିତା ଷଡ଼ଙ୍ଗୀ ଙ୍କୁ ହାଲକା ରେ ନେଇ ଯେଉଁ ଭୁଲ୍ କରିଛି ତାହା ଠିକ୍ କରିବାର ସମୟ ଏବେ ଆସି ଯାଇଛି । ତେଣୁ କରି ଏଥର ବିଜେଡିର ଭୁବନେଶ୍ୱର ନିର୍ବାଚନକୁ ନେଇ ଷ୍ଟ୍ରାଟେଜି ରହିବ ହାୟି । ତେବେ ଅନ୍ୟ ପଟେ ଦେଖିବାକୁ ଗଲେ ପୂର୍ବ ଅପେକ୍ଷା ବେଶ୍ ଲୋକ ପ୍ରିୟତା ହରାଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ଯେଉଁ ରାଜ୍ୟରେ ବିଜେପି ଏଣ୍ଟ୍ରି କରିବା ସହଜ ନ ଥିଲା ସେହି ରାଜ୍ୟର ରାଜଧାନୀରେ ଚାନ୍ସ ମାରିଥିଲେ ଅପରାଜିତା । 

ହେଲେ ବର୍ତ୍ତମାନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖିଲେ ଜଣା ପଡ଼ୁଛି ଯେ ଅପରାଜିତା ଲୋକ ମାନଙ୍କର ସେତେ ଟା ଆସ୍ଥା ରଖି ପାରି ନାହାଁନ୍ତି । ଯାହାର ଫୁଲ୍ ସୁଯୋଗ ଉଠାଇବ ଏଥର ବିଜେଡ଼ି । ବିଜେଡ଼ି ଅପରାଜିତାଙ୍କ ବିରୋଧରେ ଶ୍ରୀମୟୀଙ୍କୁ ଛିଡ଼ା କରିପାରେ ବୋଲି ଚର୍ଚ୍ଚା ହେଉଛି । ଶ୍ରୀମୟୀ ଜଣେ ବିଜେଡ଼ି ନେତ୍ରୀ ଭାବେ ଏବେ ଖୁବ୍ ଆକ୍ତିଭ ରହିଛନ୍ତି ସଙ୍ଗଠନରେ । ସବୁ ସଭାରେ ମଧ୍ୟ ହାଇ ଲାଇଟ୍ ହେଉଛନ୍ତି ଶ୍ରୀମୟୀ । ଏଥିରୁ ଅନୁମାନ କରାଯାଇ ପାରେ ଯେ ଏଥର ଭୁବନେଶ୍ୱର ରେ ଶ୍ରୀମୟୀ ।

ଏଥର ଭୁବନେଶ୍ୱରରେ ହେବ ମହିଳା ଲଢେ଼ଇ । ମହିଳାଙ୍କୁ ପ୍ରାଧାନ୍ୟ କରି ରାଜନୀତି କରୁଥିବା ବିଜେଡ଼ି ମଧ୍ୟ ଏଥର ଭୁବନେଶ୍ଵରରେ ଦେବ ମହିଳା କ୍ୟାନ୍ଡିଡେଟ୍ । ଏପଟେ ଯଦି କଂଗ୍ରେସ କଥା କୁହାଯାଏ ତେବେ ଏହା ସ୍ପଷ୍ଟ ଭାବେ କିଛି ଜଣା ପଡି ନାହିଁ । ତେବେ ଦେଖିବା ବାକି ରହିଲା ଏଥର ବିଜେଡ଼ି , ବିଜେପି ନା କଂଗ୍ରେସ  !