ବଲେ ବଲେ ଢାବାରେ କିଏ ନେଉଥିଲା ପଲଙ୍କ ସେବା? ଏଲିନା ଓ ଜିତୁଙ୍କ ଭିତରେ କଣ ରହିଛି ସମ୍ପର୍କ! ଜାଣନ୍ତୁ ପୁରା ଖବର
ବଲେ ବଲେ ଢାବା ଖାଲି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ଢାବା ଚଳାଉଥିବା ମାଲିକ ଆଜି କର୍ମଚାରୀଙ୍କୁ ଲଗାଇ ଢାବାରୁ ସାମଗ୍ରୀକୁ ଅନ୍ୟତ୍ର ସ୍ଥାନ୍ତରିତ କରୁଛନ୍ତି। ଯାଜପୁର ନେଉଳପୂରସ୍ଥିତ ଥିବା ଧର୍ମଶାଳା ଭବନ ପରିସରରେ ଥିବା ଏହି ବଲେ ବଲେ ଢାବାକୁ ବିଧାୟକ ଓ ସାଂସଦ ପ୍ରାର୍ଥୀରେ ତିଆରି କରାଯାଇଥିଲା। ହେଲେ ଏହାର ରକ୍ଷଣାବେକ୍ଷଣା ଦାୟିତ୍ଵ କାହା ପାଖରେ ରହିଛି ସେ ସଂପର୍କରେ ବ୍ଲକ ପ୍ରଶାସନ ପାଖରେ ଖବର ନଥିଲା।
ଏପରି ଧର୍ମଶାଳା ଭବନ ପରିସରରେ ଥିବା ବେଆଇନ ଢାବାକୁ ଜଣେ ବିଜେଡି ନେତ୍ରୀଙ୍କ ହାତକୁ ଟେକି ଦିଆଯାଇଥିଲା। ଆଉ ତାଙ୍କ ପଛରେ ଥିଲେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ। ସ୍ଵାଧୀନ ବିଧାୟକ ଭାବେ ନିର୍ବାଚିତ ହେଇଥିବା ହିମାଂଶୁ ସାହୁ ନିଜେ ସମୀକ୍ଷା କରି ଏଭଳି କିଛି ଚଞ୍ଚ୍ଚଲ୍ୟକର ତଥ୍ୟ ପାଇଥିଲେ। ୨୪ ତାରିଖରେ ସମୀକ୍ଷା ବୈଠକ ବସିଥିଲା ବୈଠକରେ ନବ ନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ ଯୋଗ ଦେଇଥିଲେ।
ଏଥିରେ ବିଡ଼ିଓ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ବୈଠକରେ ଧର୍ମଶାଳା ବ୍ଲକ୍ ଅଧୀନରେ ହେଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ ବିଧାୟକ। ଯେମିତି ଧର୍ମଶାଳା ଭବନ ଜାରକା ଷ୍ଟାଡିୟମ୍ ଓ ଷ୍ଟାଡିୟମ୍ ପରିସରରେ ବେଆଇନ ଭାବେ ହେଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିଡ଼ିଓଙ୍କୁ ବିଧାୟକ ପଚାରିଥିଲେ। ହେଲେ ବିଧାୟକ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ।
ଏହାକୁ ଶୀଘ୍ର ବନ୍ଦ କରିବାକୁ ବିଡ଼ିଓକୁ ନିର୍ଦେଶ ଦେଇଥିଲା। ବିଧାୟକଙ୍କ ସମୀକ୍ଷା ପରେ ତତ୍ପରତା ଦେଖେଇଥିଲା ପ୍ରଶାସନ। ତିନିଦିନ ମଧ୍ୟରେ ଢାବା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସବୁଠୁ ବଡ଼କଥା ହେଉଛି ଏହି ଢାବାଟି ବିଜେଡି ନେତ୍ରୀ ଏଲିନା ଦାସ ଓ ତାଙ୍କ ସ୍ଵାମୀ ସେଣ୍ଟୀଲିଜରେ ନେଇଯାଇଥିଲେ। ତେବେ କିଛି ନେତା ମଧ୍ୟ ସେଠାକୁ ଯାଇ ସମୟ ବିତାଉଥିଲେ। ଏବେ ଏଲିନାଙ୍କ ସହିତ ଜିତୁଙ୍କର ଏଭଳି ସଂପର୍କକୁ ନେଇ ଚର୍ଚ୍ଚା ବଢିବାକୁ ଲାଗିଛି।