ଦୁର୍ଘଟଣା ପଛର ଖଳନାୟକ ଜଣକ କିଏ? କିଏ ଦେଇଥିଲା ଦୁର୍ଘଟଣା ପାଇଁ ଟଙ୍କା? ଜାଣନ୍ତୁ ପୁରା ଖବର

 
Train

ବାହାନଗା ଟ୍ରେନ ଟ୍ରାଜେଡି ମାମଲା। ୩ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଚତୁର୍ଥ ଦିନ। ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି ସିବିଆଇ। ଖୋଜୁଛି ଦୁର୍ଘଟଣା ପଛର ସତ। ବାହାନଗା ଟ୍ରେନ ଟ୍ରାଜେଡି ପଛରେ ରହିଛି କି ଷଡ଼ଯନ୍ତ୍ର। ଟଙ୍କା ଖାଇ ଜାଣିଶୁଣି କରାଯାଇଛି କି ଦୁର୍ଘଟଣା? ଏବେ ବାହାନଗା ଷ୍ଟେସନ ମାଷ୍ଟରଙ୍କୁ ସମନ କରିଛି। ତେବେ ଏତେ ନାଟକ କ'ଣ ପାଇଁ? ସରକାରଙ୍କ ଢିଲା ଶାସନକୁ ଲୁଚାଇବା ପାଇଁ। ଦୁର୍ଘଟଣାରେ ଯୋଉମାନେ ସଂପର୍କୀୟଙ୍କୁ ହରାଇଛନ୍ତି, ସିବିଆଇ ସେମାନଙ୍କ ସଂପର୍କୀୟଙ୍କୁ ଫେରାଇ ପାରିବ କି?

train

ଅଭିଯୁକ୍ତଙ୍କ ମୁହଁ ସତ ଆଦାୟ କରିବାକୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ୍ ଟ୍ରେନ ଟ୍ରାଜେଡି ମାମଲାରେ ଆଉ କାହାର ସଂପୃକ୍ତି ରହିଛି, ଅବହେଳା ଯୋଗୁଁ ନା ଉଦ୍ଦେଶ୍ୟମୂଳକ ଭାବେ ଟଙ୍କା ଖାଇ ଏପରି କରାଯାଇଛି ତାକୁ ନେଇ ଖୋଳତାଡ କରୁଛି ସିବିଆଇ। ସିଆରଏସ ରିପୋର୍ଟରେ ଷ୍ଟେସନ ମ୍ୟାନେଜର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। 

Train

ତେବେ ଦୁର୍ଘଟଣା ପାଇଁ କିଛି ରେଳ କର୍ମଚାରୀଙ୍କୁ ଦାୟୀ କରିଦେଲେ ଚଳିବନି। କ୍ଷମତା କେନ୍ଦ୍ରରେ ବସିଥିବା ବରିଷ୍ଠ ପ୍ରଶାସକ ଓ ମନ୍ତ୍ରୀମାନେ ଆପଣା ଢିଲାପଣିଆକୁ ଘୋଡ଼ାଇବା ପାଇଁ ଏତେସବୁ ନାଟକବାଜି କରୁଛନ୍ତି। ତେବେ ଆଗକୁ ଆଉ କାହାର ପାଳି ପଡୁଛି। ଏ ମାମଲାରେ ଗିରଫ ଦାରୀ ସଂଖ୍ଯା ବଢିପାରେ ବୋଲି ଚର୍ଚ୍ଚା ହେଉଛି।