ଦେଖନ୍ତୁ ଭିଡିଓ: ପାଣ୍ଡିଆନଙ୍କ ଖଣ୍ଡି ଓଡ଼ିଆ କହିବା ଷ୍ଟାଇଲକୁ ନକଲ କଲେ ପ୍ରଦୀପ ପାଣିଗ୍ରାହୀ, ଲୋକେ ହସିହସି ଗଡିଲେ
 

 
Pradeep

​​​​​​ଏବେ ଓଡିଶା ରାଜନୀତିକୁ ନେଇ ଉଠୁଛି ପ୍ରଶ୍ନ। ଭାରତ ଏକ ଗଣତାନ୍ତ୍ରିକ ଦେଶ। ଏଠାରେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧମାନଙ୍କ ହାତରେ ରହିଥାଏ କ୍ଷମତା। ରାଜନୈତିକ କାର୍ଯ୍ୟକଳାପ ସୁରୁଖୁରୁରେ ଚାଲିବା ପାଇଁ ସିଭିଲ ସରଭ୍ୟାଣ୍ଟ ମାନଙ୍କୁ କରାଯାଇଥାଏ ନିଯୁକ୍ତି, ଯେଉଁ ମାନେ ପ୍ରତିନିଧି ମାନଙ୍କ ତତ୍ତ୍ଵାବଧାନରେ କରିଥାନ୍ତି କାମ।

ଏବେ ସମସ୍ତଂକ ନଜର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ VK ପାଣ୍ଡିଆନଙ୍କ ଉପରେ।କେତେକ  ପାଣ୍ଡିଆନଙ୍କ କାର୍ଯ୍ୟକୁ ଅଣଗଣତାନ୍ତ୍ରିକର ଆଖ୍ୟା ଦେଇଛନ୍ତି। VK ପାଣ୍ଡିଆନ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟ ରେ ଚାଲିଥିବା ଲଢେଇ ଥମିବାର ନାଁ ନେଉ ନାହିଁ। ଏପଟେ ଆଜି ପ୍ରଦୀପ ପାଣ୍ଡିଆନଙ୍କୁ ଟାର୍ଗେଟ କରି କହିଛନ୍ତି, ପାଣ୍ଡିଆନ ଏବେ ମଡର୍ଣ୍ଣ ଡେମୋକ୍ରାଟିକ ମେଲେଭେରି ନୀତି ଆପଣାଉଛନ୍ତି।

vgf

ସେ ପୁଣି କହିଛନ୍ତି, ଓଡ଼ିଶା ରାଜନୀତିରେ ଏବେ କ୍ରୀତଦାସ ପ୍ରଥା ଆପଣା ଯାଉଛି। ଇଂରେଜ ସମୟର ପଦ୍ଧତି ଏବେ ପୁଣି ଲାଗୁ ହେଉଛି। ଯେଉଁ ପଦ୍ଧତିରେ ନିର୍ବାଚିତ ନେତା ଚୁପ୍ ବସିବେ ଏବଂ ସିଭିଲ ସର୍ଭ୍ୟାଣ୍ଟ ଙ୍କ ଦ୍ଵାରା ରାଜନୈତିକ କାର୍ଯ୍ୟ ସମ୍ପନ୍ନ ହେବ। ଏହା ଓଡ଼ିଶା ସ୍ୱାଭିମାନର ଏକ ଅଭିଶପ୍ତ ଫର୍ଦ୍ଦ। ଏହା ବିଜୁ ବାବୁଙ୍କ ପୁତ୍ର ନବୀନ ବାବୁଙ୍କ ଦ୍ୱାରା ବଢ଼ିବାରେ ଲାଗିଛି। ହେଲେ ଏହାକୁ ମୁ କେବେବି ସମର୍ଥନ ଦେବୀ ନାହିଁ।

5t ସଚିବଙ୍କୁ କଳାପାହାଡ଼ ସହିତ ତୁଳନା କରି ପ୍ରଦୀପ ସମସ୍ତଙ୍କୁ ଆହ୍ୱାନ ଦେଇ କହିଛନ୍ତି କଳାପାହାଡ଼ର ଇତିହାସର ପୁନରାବୃତ୍ତି ନ କରିବା ପାଇଁ। ସେ ଓଡ଼ିଶାର ପୂର୍ବତନ ଅଧିକାରୀ, ଆଇନଜୀବୀ ଏବଂ ବୁଦ୍ଧିଜୀବିଙ୍କୁ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ କହିଛନ୍ତି। ଯେଉଁ ପଦ୍ଧତି ଗଣତନ୍ତ୍ର ଦ୍ଵାରା ସିକୃତ ନୁହେଁ, ସେଭଳି ପଦ୍ଧତିକୁ ଆପଣାଇବା ଦେଶ, ଜାତି ଓ ରାଜ୍ୟ ପାଇଁ କ୍ଷତିକାରକ। ତେଣୁ ସେ ସମସ୍ତଙ୍କୁ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ କହିଛନ୍ତି।

ବିଧାୟକ ପୁଣି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୁ କାମ କରିଛି,ସେ ମୋତେ ବହୁତ  ସହଯୋଗ କରିଛନ୍ତି। ତାଙ୍କ ବିରୋଧରେ କହିବାକୁ ମୁଁ ଚାହୁଁ ନାହିଁ ଏବଂ ବିଜୁ ବାବୁଙ୍କ ଭଳି ସାହାସୀ ବ୍ୟକ୍ତିଙ୍କ ପୁଅ ନୀରବ ରହିବ ଆଉ କିଏ ଶାସନ ପରିଚାଳନା କରିବ। ଏହାକୁ ମୁ ବିଲକୁଲ ବରଦାସ୍ତ କରିବି ନାହିଁ ବୋଲି ସେ କହିଛନ୍ତି। ସେ ପୁଣି କହିଛନ୍ତି, ଗଣତନ୍ତ୍ର ଶାସନରେ ସମସ୍ତଙ୍କର କାର୍ଯ୍ୟ ପରିସର ଅଲଗା ରହିଛି।ତେଣୁ କରି ଯାହା କାମ ସେ ସେଇଟା ତୁଲାନ୍ତୁ। ସବୁ କାମକୁ ଜାବୁଡ଼ି ଧରିଲେ ଗଣତନ୍ତ୍ରର ଖୁଣ୍ଟ ଦୋହଲିଯିବ।