ସମ୍ପର୍କ ଭାଙ୍ଗିଗଲା ପରେ ବି, ମନୋଜ ମିଶ୍ରଙ୍କୁ ମାର୍ଗଦର୍ଶନ କରୁଛନ୍ତି ସ୍ତ୍ରୀ ମାନା ମିଶ୍ର, ସ୍ୱାମୀଙ୍କ ପାଇଁ କହିଲେ ଏମିତି କଥା

 
Manoj mishra

ସମ୍ପର୍କ ସିନା ଭାଙ୍ଗି ଯାଇଛି ହେଲେ ଖରାପ୍ ପରିସ୍ଥିତିରେ ସ୍ୱାମୀକୁ ଆଶ୍ୱାସନା ଦେବା ଭୁଲିନି ସ୍ତ୍ରୀ । ଆମେ ଏଠି ଆପଣଙ୍କୁ ମନୋଜ ମିଶ୍ରଙ୍କ ପତ୍ନୀ ମାନା ମିଶ୍ରଙ୍କ କଥା କହୁଛୁ । ଦୁହିଁଙ୍କ ମଧ୍ୟରେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ଆଉ ନାହିଁ । ଅନେକ ଦିନରୁ ଦୁହେଁ ଅଲଗା ମଧ୍ୟ ରହୁଛନ୍ତି । ହେଲେ ମନୋଜଙ୍କର ଏହି ଘଡି ସନ୍ଧି ମୁହୂର୍ତ୍ତ ଭିତରେ ତାଙ୍କୁ ସାନ୍ତ୍ଵନା ଦେଇ ତାଙ୍କୁ ମାର୍ଗ ଦର୍ଶାଇଛନ୍ତି  ମାନା ମିଶ୍ର ।

Mana mishra

ମାନା ମିଶ୍ର ମନୋଜଙ୍କ ପାଇଁ ଏକ ଟୁଇଟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ମନୋଜ ତୁମେ ଭାବନା ଜୀବନ ଏଇଠି ସରି ଯାଇଛି । ଜୀବନର ରାସ୍ତା ବହୁତ୍ ଲମ୍ବା । ତୁମକୁ ଆଗକୁ ଅନେକ କିଛି କରିବାର ଅଛି ।

କାମ କର ଓ ଆଗକୁ ଆହୁରି ନାଆଁ କର । ଏ ରାଗ ରୁଶାରୁ କଣ ମିଳୁଛି । ଯଦି କିଛି ଖରାପ୍ ଲାଗିଛି ତେବେ ତାକୁ ଭୁଲି ଯାଅ ଓ ସମସ୍ତଙ୍କୁ କ୍ଷମା କରିଦିଅ । ଏହା ହିଁ ତୁମ ପାଇଁ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଉଚିତ୍ ନିଷ୍ପତ୍ତି ହେବ ।

Mana mishra

ସେ ଆହୁରି ମଧ୍ୟ କହିଛନ୍ତି ଯଦି ପାରୁଛ ଟୁଟୁ ଭାଇନାଙ୍କ ସହିତ କଥା ହୁଅ । ରାଗରେ ନୁହେଁ ବରଂ କଥାବାର୍ତ୍ତା ଦ୍ୱାରା ହିଁ ସବୁ କଥାର ସମାଧାନ ହୋଇ ପାରିବ । ସମ୍ବଲପୁରରେ ଯେଉଁ ଲୋକ ମାନେ ରାମ୍ ଫିଲ୍ମର ଵ୍ୟାନ କରିଛନ୍ତି ଏହା ସମ୍ପୂର୍ଣ ଭୁଲ୍ ଅଟେ ।

ତୁମେ ଏହି ଭୁଲ୍ କୁ ସମର୍ଥନ କର ନାହିଁ । ତୁମକୁ ଆଗରୁ କେହି ବି ଚିହ୍ନି ନ ଥିଲେ । ଓଡ଼ିଆ ଚଳଚ୍ଚିତ୍ର ପାଇଁ ତୁମେ ଆଜି ଘରେ ଘରେ ପରିଚିତ । ତେଣୁ କରି ଏପରି କିଛି ଯାହା ଦ୍ଵାରା ଚଳଚ୍ଚିତ୍ର ସହିତ ତୁମ ନିଜର କ୍ଷତି ହେବ । ଏହି ଟୁଇଟ ଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏବେ ପ୍ରଶଂସା କରୁଛନ୍ତି ମାନା ମିଶ୍ରଙ୍କୁ ।