ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଚାଲିଛି କ’ଣ? ଶାରୀରିକ ସମ୍ପର୍କ ସୁଖ ନଦେଲେ ବଢୁନି ମାର୍କ! ଜାଣନ୍ତୁ ପୁରା ଘଟଣା

 
Teacher student

ରାଜଧାନୀ ଭୁବନେଶ୍ଵର ଥିବା ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଏବେ ନିକଟରେ ଜୀବନ ହାରି ଦେଇଥିଲେ ଜଣେ ଛାତ୍ରୀ। ହେଲେ ଏହାରି ଭିତରେ ଭାଇରାଲ ହେଉଥିବା ଏହି ଫୋଟଟିକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଆପଣ ମାନେ ଫୋଟଟିରେ ଦେଖିପାରୁଥିବେ ଜଣେ ବ୍ୟକ୍ତି ଖଟରେ ଶୋଇଛନ୍ତି ସେ ହେଉଛନ୍ତି ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟାପକ। ଆଉ ତାଙ୍କ କୋଳରେ ଯିଏ ବସି ରହିଛନ୍ତି ସେ ହେଉଛନ୍ତି ତାଙ୍କ ଛାତ୍ରୀ। 

ଛାତ୍ରୀ ଜଣଙ୍କ ଏମିତି ଅଧ୍ୟାପକଙ୍କ କୋଳରେ ବସିବାକୁ  ନେଇ ଅନେକ ପ୍ରଶ୍ନ ସାଧାରଣରେ ଉଠୁଛି। କୁହାଯାଉଛି ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଯୌନ ଶୋଷଣ କରାଯାଉଛି। ମାର୍କ ବଢ଼ାଇବା ଆଉ ଷ୍ଟେଜ ପୋଗ୍ରାମରେ ସୁଯୋଗ ପାଇବା ପାଇଁ ଛାତ୍ରୀ ମାନଙ୍କୁ କୁଆଡେ ଅଧ୍ୟାପକଙ୍କୁ ଖୁସି କରିବାକୁ ପଡୁଛି। ଛାତ୍ରୀ ମାନେ କୁଆଡ଼େ ଦେହ ସମର୍ପଣ କଲେ ହିଁ ସେମାନଙ୍କୁ ଅଧିକ ମାର୍କ ମିଳୁଛି ଆଉ ବିଭିନ୍ନ ମଞ୍ଚ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସୁଯୋଗ ମିଳୁଛି। 

Student teacher

ତେବେ ଏହି ଫୋଟ ପଛରେ ଥିବା ସତ କଣ ତାହା ଜାଣିବା ପାଇଁ ଆମ ପ୍ରତିନିଧି ସଂଗୀତ ମହାବିଦ୍ୟାଳୟରେ ଛାତ୍ରଙ୍କ ସହିତ ଫୋନ ଯୋଗେ ସଂପର୍କ କରିଥିଲେ। କୁଆଡେ ଖାଲି ଛାତ୍ରୀ ନୁହେଁ ଅଧ୍ୟାପିକା ମାନଙ୍କୁ ମଧ୍ୟ ମହାବିଦ୍ୟାଳୟ ଭିତରେ ରଖାଯାଇ ଯୌନ ଶୋଷଣ କରାଯାଉଛି। ଆଉ ଏଥିରେ ଖାଲି ଅଧ୍ୟାପକ ମାନେ ସଂପୃକ୍ତ ନୁହଁନ୍ତି ଅଧ୍ୟକ୍ଷକଙ୍କର ବି ସଂପୃକ୍ତି ରହିଥିବା ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି। 

ଆଉ ଏହି ଘଟଣାକୁ ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲୁଥିବା ଛାତ୍ରୀଙ୍କୁ ଧମକ ମଧ୍ୟ ଦିଆଯାଉଛି। ଏବେ ସନ୍ଦେହ ଆହୁରି ଦୃଢୀଭୂତ ହେଉଛି ଯେ କିଛିଦିନ ତଳେ ଜୀବନ ହାରିଥିବା ସଂଗୀତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ହୁଏତ ଯୌନ ଶୋଷଣ କରାଯାଇଥାଏ ପାରେ ନଚେତ୍ ଏଥିପାଇଁ ସେ ରାଜି ନହେବାରୁ ହୁଏତ ଅତ୍ୟଧିକଚାପ ପକାଯାଇ ପାରିଥାଏ। ଯେଉଁଥିପାଇଁ ମାନସିକ ଚାପ ସହ୍ୟ ନକରିପାରି ହୁଏତ ସେ ଜୀବନ ହାରି ଦେଇପାରିଥାନ୍ତି। ତେବେ ଏହି ପୁରା ଘଟଣାର ନିରପେକ୍ଷ ତଦନ୍ତ ହେଲେ ଏହାରୁ ଅନେକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିବ।