ବାପାଙ୍କୁ କେଉଁ ଷଡ଼ଯନ୍ତ୍ରର ନ୍ୟାୟ ଦେବେ ଅନୁଭବ? ଲଣ୍ଡା ନ ହେବାକୁ ନେଇ ସମାଲୋଚନାର ଜବାବ୍ ଦେଲେ ଅନୁଭବ

 
Anubhav
ମୁଁ ଚୁଟି କି ଦାଢ଼ି କାଟି ଦେଲେ ବି କିମ୍ବା ଶରୀରର କୌଣସି ଅଙ୍ଗ କାଟି ଦେଲେ ବି ମୋ ବାପା ଆଉ ଫେରି ଆସିବେ ନାହିଁ । ଏପରି କହିଲେ ଅନୁଭବ ମହାନ୍ତି । ବାପାଙ୍କ ମୃତ୍ୟୁର ୧୫ ଦିନ ପରେ ମୁହଁ ଖୋଲିଲେ ଅନୁଭବ ମହାନ୍ତି। ଅନୁଭବ ନିଜ ପୋଷ୍ଟ ରେ ଏପରି କିଛି ଲେଖିଛନ୍ତି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Anubhav

ତେବେ ଆପଣ ତ ଜାଣିଥିବେ ନିକଟରେ ଅନୁଭବ ନିଜ ବାପାଙ୍କ ଶୁଦ୍ଧି କ୍ରିୟାରେ ଲଣ୍ଡା ନ ହୋଇଥିବା ନେଇ ସୋସିଆଲ ମିଡ଼ିଆରେ ଅନେକ ଟ୍ରୋଲ୍ ହୋଇଥିଲେ । ତେବେ ଏହି ସବୁର ଉତ୍ତର ଅନୁଭବ ହୁଏ ତ କିଛି ଏହି ମାଧ୍ୟମରେ ଦେବାକୁ ଚେଷ୍ଟା କରିଛନ୍ତି । କେବଳ ସେତିକି ନୁହେଁ ଅନୁଭବ ଏହି ପୋଷ୍ଟ ଟିରେ କିଛି ଷଡ଼ଯନ୍ତ୍ର କଥା ମଧ୍ୟ ଲେଖିଛନ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଅନୁଭବଙ୍କର ଏହି ପୋଷ୍ଟଟି ସନ୍ଦେହର ଘେର ଭିତରେ ରହିଛି । ବାସ୍ତବରେ ଅନୁଭବ କାହା ପାଇଁ ଓ କେଉଁ ଉଦ୍ଦେଶ୍ୟରେ ଏହି ପୋଷ୍ଟ ଟି କରିଛନ୍ତି ଏବଂ ସେ ତାଙ୍କ ବାପାଙ୍କୁ କେଉଁ ନ୍ୟାୟ ଦେବେ ବୋଲି କହୁଛନ୍ତି । ଅନୁଭବ ମହାନ୍ତି ଏପରି କିଛି ଲେଖିଥିଲେ ନିଜ ପୋଷ୍ଟ ରେ । ତେବେ ଆସନ୍ତୁ ଜାଣିବା ସେ କଣ ଲେଖିଥିଲେ ପୋଷ୍ଟରେ ଯାହା ଏବେ ସନ୍ଦେହ ଘେରରେ......

ଅନୁଭବ ଲେଖିଥିଲେ ଗତ ବର୍ଷ ଜନ୍ମ ଦିନରେ ବାପା ମୋ ସହିତ ମୋର ଓ ପରିବାରର ଭବିଷ୍ୟତ ବିଷୟରେ ଆଲୋଚନା କରୁଥିଲେ ଏବଂ କହିଥିଲେ ଯଦି ତାଙ୍କୁ କିଛି ହୋଇଯାଏ ତେବେ ମୁ ମୋ ନିଜକୁ ଆଗକୁ ବଢ଼ିବାରେ କେବେ ରୋକିବି ନାହିଁ ବୋଲି । ମୋର ଅନିଚ୍ଛା ସତ୍ତ୍ଵେ ମୁ ବାପାଙ୍କର ସେହି କଥାରେ ରାଜି ହୋଇ ଯାଇଥିଲି । ହେଲେ ମୁଁ କେବେ ଭାବି ନ ଥିଲି ସେହିଭଳି ଏକ ପରିସ୍ଥିତିର ସାମ୍ନା ମୁଁ ଏତେ ଜଲଦି କରିବି ବୋଲି ।

Anubhav

ବାପାଙ୍କ ପୁଅ ଭାବେ ମୁଁ ତାଙ୍କର ଗୋଟି ଗୋଟି ଗୋଟି କଥାକୁ ମାନିଛି । ଏବଂ ତାଙ୍କ ଖୁସି ପାଇଁ ପ୍ରତି ମୁହୂର୍ତ୍ତରେ ତାଙ୍କ ମନ ଲାଖି କାମ କରିଛି । କେବଳ ମୋର ଦାଢ଼ି କିମ୍ବା କେଶ କାହିଁକି ମୋର ସାରା ଜୀବନ ବାପାଙ୍କ ପାଇଁ ଉତ୍ସର୍ଗ କରିଦେଲେ ମଧ୍ୟ କମ୍ ପଡ଼ିବ । ତେବେ ଏହା ସହିତ ସେ ବାପାଙ୍କୁ ନ୍ୟାୟ ଦେବେ ବୋଲି ମଧ୍ୟ ଲେଖିଛନ୍ତି ।