ଦେଖନ୍ତୁ ଭିଡିଓ: "ମୁଁ କିଏ ତୁମେ ଜାଣିନ, ମୋ ପଛରେ କିଏ ତୁମେ ଜାଣିନ" ଗର୍ବରେ କହୁଥିଲେ ଟୁଟୁ ନାୟକ ଆଉ ଏବେ...

 
Tutu nayak

ଗିରଫ ହେଲେ ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ । ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣାରେ ଗିରଫ ହେବା ପରେ ଏବେ ଜେଲ୍ ଯାଇଛନ୍ତି ଟୁଟୁ ନାୟକ । ତେବେ ଟୁଟୁ ନାୟକଙ୍କ ଜାମିନ୍ ଆବେଦନ ନେଇ ଶୁଣାଣି ହୋଇଛି ଏବଂ ଆସନ୍ତା ୬ ତାରିଖରେ ପୁନଃ ଶୁଣାଣି ପାଇଁ ଦିନ ମଧ୍ୟ ଧାର୍ଯ୍ୟ ହେଇଛି । ଏହାପରେ ଟୁଟୁ ନାୟକଙ୍କୁ ୧୪ ଦିିନିଆ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଟୁଟୁ ନାୟକ ।

Tutu nayak

ତାଙ୍କ ବିରୋଧରେ ପୋଲିସ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧(ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶାଳୀନ ମନ୍ତବ୍ୟ ପ୍ରୟୋଗ) ଆଦି ଦଫା ଲଗାଇଛି। ତେବେ ଏହି ମାମଲାରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆସନ୍ତା ୬ ତାରିଖ ଦିନ ପୁନଃ ଶୁଣାଣି ହେବ। ଗିରଫ ପୂର୍ବରୁ ଖାରବେଳ ନଗର ଥାନା ପୁଲିସ ଟୁଟୁ ନାୟକଙ୍କୁ ତାଙ୍କର ଭୁବନେଶ୍ୱର ଘରୁ ଉଠାଇ ଆଣି ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲା। ପରେ ଅଭିଯୁକ୍ତ ଶ୍ରୀ ନାୟକଙ୍କୁ କୋର୍ଟରେ ହାଜର କରିଥିଲା।

ସୂଚନାଯୋଗ୍ୟ ଶୁକ୍ରବାର ଓଡ଼ିଆ ଫିଲ୍ମ 'ପ୍ରଥା' ରିଲିଜ ହୋଇଥିଲା। ଏହି ଫିଲ୍ମର ପ୍ରମିୟର ଶୋ' ଦେଖିବା ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପାଇ ସିନେ ସାମ୍ୱାଦିକ ଦେବସ୍ମିତା ରାଉତ ଯୋଗଦେଇଥିଲେ। ଫିଲ୍ମ ଦେଖିବାର କିଛି ସମୟ ପରେ ବାହାରକୁ ଆସିଥିଲେ। ଗେଟ୍‌ ମଝିରେ ଛିଡ଼ା ହୋଇଥିଲେ। ସେହି ସମୟରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ତାଙ୍କୁ ପ୍ରଥମେ ଠେଲି ଦେଇଥିଲେ। ପରେ ତାଙ୍କ ଗାଲ୍‌କୁ ଚାପୁଡାଏ ମାରିଥିଲେ।

ଅଭିଯୋଗରେ ଦର୍ଶାଯାଇଛି ଯେ, ଅପରାହ୍‌ଣ ପାଖାପାଖି ୧୨.୩୦ ସମୟରେ ଦେବସ୍ମିତା ଓ ଅନ୍ୟ କିଛି ସାମ୍ବାଦିକ ଖବର ସଂଗ୍ରହ ପାଇଁ ଖାରବେଳନଗର ସ୍ଥିତ ସ୍ବସ୍ତି ସିନେମା ହଲ୍‌କୁ ଯାଇଥିଲେ। ସେମାନେ ଗେଟ୍‌ ସମ୍ମୁଖରେ ଅପେକ୍ଷା କରିଥିବା ବେଳେ ଟୁଟୁ ହଲ୍‌ରୁ ବାହାରି ସେମାନଙ୍କ ନିକଟକୁ ଆସିଥିଲେ। ଦେବସ୍ମିତା କିଛି ବୁଝିବା ପୂର୍ବରୁ ଟୁଟୁ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ। ଫଳରେ ଦେବସ୍ମିତାଙ୍କ ହାତରୁ ବୁମ୍‌ ଓ ମୋବାଇଲ୍‌ ଖସି ତଳେ ପଡ଼ିଥିଲା। 

କାହିଁକି ଚାପୁଡ଼ା ମାରିଲ ବୋଲି ପଚାରିବାରୁ ଟୁଟୁ ରାଗିଯାଇ ତାଙ୍କୁ ଗାଳି କରିବା ସହ ପୁଣି ତାଙ୍କ ପିଠିକୁ ଦୁଇ ଚାପୁଡ଼ା ମାରିଥିଲେ। ଏହା ଦେଖି ତାଙ୍କ ସହ ଥିବା ଅନ୍ୟ ପ୍ରତିନିଧିମାନେ ଚକିତ ହୋଇ ପଡ଼ିଥିଲେ। ବୁମ୍‌ ଓ ମୋବାଇଲ୍‌ ଉଠାଇ ଦେବସ୍ମିତାଙ୍କୁ ଦେବା ସହ ସେମାନେ ଥାନାକୁ ଯାଇଥିଲେ। ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଏସବୁ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି।