ଦେଖନ୍ତୁ ଭିଡିଓ: ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଗରେ ଗର୍ଜିଲେ ମହିଳା, ପୋଲିସକୁ ବି ଛାଡିଲେନି

 
Mahila

ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଗରେ ମହିଳାଙ୍କ ଅସନ୍ତୋଷ । ଲେଡି ପୁଲିସଙ୍କୁ କହିଲେ, ଏ ହାତ ଛାଡ଼, ପୁଲିସର ଦବଙ୍ଗଗିରି ମତେ ଦେଖାଅନାହିଁ। ମତେ ଛୁଉଁଛ କ’ଣ, ଟେକିକି ଫୋପାଡ଼ିଦେବି ଯେ। ଦୀର୍ଘ 5 ବର୍ଷ ହେବ ଦଉଡୁଛି...ହେଲେ ସମସ୍ୟା ଶୁଣାଯାଉନି।

Mahila

ଏଭଳି ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଆଗରେ କ୍ଷୋଭ ପ୍ରକାଶ କରିଥିଲେ ଯାଜପୁରର ସରସ୍ବତୀ ସାହୁ। ଠିକ୍ ଏହି ସମୟରେ ସେଠାରେ କାର୍ଯ୍ୟରତ ମହିଳା ପୋଲିସ ତାଙ୍କୁ ଅଟକାଇବା ସହ ସରସ୍ବତୀଙ୍କୁ ସେଠାରୁ ଜୋରଜବରଦସ୍ତ ଉଠାଇ ନେଇଥିଲେ। 

ଅଭିଯୋଗ ବଖାଣିଲେ ମହିଳା। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ମୋ କାଗଜ ଚାପି ଦେଇଛନ୍ତି। ଆଉ ଦୁଇ ପୋଲିସ ମୋ ଗାଡ଼ି କାଗଜ ପତ୍ର ବଦଳାଇଛନ୍ତି ବୋଲି କହିଲେ ମହିଳା। ଘଟଣାକୁ ନେଇ କିଛି ସମୟ ଯୁକ୍ତିତର୍କ ଚାଲିବା ପରେ ଉପରସ୍ଥ ଅଫିସର ଆସି ଭୁଲ ମାଗିବା ସହ ସରସ୍ବତୀଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ନେଇଥିଲେ ।