ଦେଖନ୍ତୁ ଭିଡ଼ିଓ: ଗାଁ ପୂଜକଙ୍କୁ ହେଲା ସ୍ୱପ୍ନାଦେଶ, ପୋଖରୀ ଖୋଳାରୁ ଉଦ୍ଧାର ହେଲା ୩ ଶହ ବର୍ଷ ପୁରୁଣା ଭଗବାନ କୃଷ୍ଣଙ୍କ ମୂର୍ତ୍ତି

 
Sri Krishna

ମାଟି ତଳୁ ବାହାରିଲେ କୃଷ୍ଣ। ପୋଖରୀ ଖୋଳା ବେଳେ ମିଳିଛି ଏକ ମୁଗୁନି ପଥରର କୃଷ୍ଣଙ୍କ ମୂର୍ତ୍ତି। ଘଟଣାଟି ଘଟିଛି ଭଦ୍ରକ ବ୍ଲକ ରମ୍ଭିଳା ପଞ୍ଚାୟତରେ ଯେଉଁଠାରେ ଏକ ପୁରୁଣା ପୋଖରୀ ଖୋଳାଯାଉଥିବା ବେଳେ ମାଟିତଳୁ ୩ଫୁଟ ଉଚ୍ଚତା ଓ ୨ଫୁଟ ମୋଟେଇର ଏହି ମୂର୍ତ୍ତି ମିଳିଛି। ଲୋକକଥା ଅନୁସାରେ ପ୍ରାୟ ୩ଶହରୁ ଅଧିକ ବର୍ଷ ହେବ ରାଜାଙ୍କ ରାଜତ୍ୱ ସମୟରେ ଲୋକଙ୍କର ପାଣିର ଆବଶ୍ୟକତାକୁ ଲକ୍ଷ୍ୟ କରି ରାଜା ଏଠାରେ ପୋଖରୀ ଖୋଳାଇଥିଲେ।

Krushna

ତେବେ ଏହି ପୋଖରୀରେ ଠାକୁର ବିରାଜମାନ କରୁଥିଲେ ବୋଲି ଗ୍ରାମବାସୀ ବିଶ୍ୱାସ କରୁଥିଲେ ଏବଂ କେତେକଙ୍କ କହିବାନୁଯାୟୀ ରାଜାଙ୍କ ରାଜତ୍ୱ ସମୟରେ ରମ୍ଭିଳା ରାଜ ଉଆସରେ ଯେତେବେଳେ ଖରାପ ସମୟ ଚାଲୁଥିଲା ସେତେବେଳେର ରାଜା ସେଠାରେ ପୂଜା ପାଉଥିବା ଏହି କୃଷ୍ଣଙ୍କ ମୂର୍ତ୍ତିକୁ ଏହି ପୋଖରୀରେ ବିସର୍ଜନ କରିଥିଲେ।
ବହୁ ବର୍ଷ ପରେ ଅକ୍ଷତ ଅବସ୍ଥାରେ ଆଜି ଏହି ମୂର୍ତ୍ତି ମିଳିବା ଖବର ପ୍ରଚାର ପରେ ହଜାର ହଜାର ଭକ୍ତଙ୍କର ସମାଗମ ସହ ଶଙ୍ଖ ହୁଳହୁଳିରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ମୂର୍ତ୍ତି ମିଳିବା ପରେ ସେଠାରେ ଲୋକେ ପୂଜାଚ୍ଚର୍ନା କରିଥିବାର ଦେଖାଯାଇଛି। କେହି କେହି ସେଠାରେ ମନ୍ଦିର ଥିବାର ଅନୁମାନ କରୁଥିବାରୁ ଜିଲ୍ଲା ପ୍ରଶାସନ ଏହାର ଦାୟିତ୍ୱ ନେବାକୁ ସାଧାରଣରେ ଦାବି ହେଉଛି।