ଦେଖନ୍ତୁ ଭିଡିଓ: ଗୀତାଞ୍ଜଳିଙ୍କ ସହ ଶାଶୁଘରେ ହେଉଛି ଏତିକି, ମୁହଁ ଖୋଲି ସବୁ କହିଦେଲେ

 
Gitanjali

ଯୁଗ ବଦଳି ଥାଇପାରେ। କିନ୍ତୁ କିଛି ଲୋକଙ୍କ ମାନସିକତା ଏବେ ବି ବଦଳିିନାହିଁ। ତାହା ହୋଇଥିଲେ ବୋଧେ, ବଞ୍ଚିଥିବା ଝିଅକୁ ଶ୍ରାଦ୍ଧ ଦେଇନଥାନ୍ତେ ପରିବାର ଲୋକ। କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା ଦୁଇଟି ଚିତ୍ର ଉପରେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁବୁ। ଗୋଟେପଟେ ଝିଅ ବାହାବେଦୀରେ ବସିଛି। ଆଉ ଗୋଟିଏ ପଟେ ସେହି ଝିଅର ଶୁଦ୍ଧିକ୍ରିୟା କରୁଛନ୍ତି ମା'-ବାପା।

Marriage

ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ବିବାହ କରବାର ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା ଆଳି ନୂଆବଜ଼ାର ଅଂଚଳରେ। ଶ୍ରୀବାସ୍ତବ ମଳିକ ନାମ ଜଣେ ବ୍ୟକ୍ତିଙ୍କ ସହ ଆଳି ଅଞ୍ଚଳର ଜଣେ ଯୁବତୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଯୁବତୀଙ୍କ ପରିବାର ଲୋକେ ଏହାକୁ ଘୋର ବିରୋଧ କରୁଥିଲେ। କିନ୍ତୁ ପୁଅଝିଅ ଉଭୟେ ନିଜ ନିଜ ଜିଦରେ ଅଟଳ ଥିଲେ। ଏକାଠି ଜିଇଁବେ..ଏକାଠି ମରିବେ।

ଶେଷରେ ସବୁ ବିରୋଧ ସତ୍ତ୍ୱେ ପ୍ରେମିକଙ୍କ ହାତ ଧରିବାକୁ ନଷ୍ପତ୍ତି ନେଇଥିଲେ ଯୁବତୀ। ବିବାହ କରି ଏକାଠି ରହିବା ଲାଗି ଦିନେ ଯୁବତୀ ଜଣକ ଘର ଛାଡି ପ୍ରେମିକ ଶ୍ରୀବାସ୍ତବଙ୍କ ଘରକୁ ଚାଲି ଆସିଥିଲେ। ଶ୍ରୀବାସ୍ତବଙ୍କ ପରିବାର ଲୋକେ ଏନେଇ ଥାନାରେ ଜଣାଇଥିଲେ। ପୁଲିସ ଯୁବତୀ ଓ ପ୍ରେମିକ ଶ୍ରୀବାସ୍ତବ ତଥା ଦୁଇ ପରିବାର ଲୋକଙ୍କୁ ଡାକି ପଚରାଉଚରା କରିଥିଲା। ହେଲେ ଯୁବତୀ ଜଣକ ଶ୍ରୀବାସ୍ତବଙ୍କୁ ବିବାହ କରିବେ ବୋଲି ସମସ୍ତଙ୍କ ସାମ୍ନାରେ ଅଡି ବସିଥିଲେ।

ଅପରପକ୍ଷେ ପୁଅ ପରିବାର ପକ୍ଷରୁ ଉଭୟଙ୍କ ବିବାହ କାର୍ଯ୍ୟ ଧୁମ ଧାମରେ ଚାଲିଛି। ଏଭଳି ଘଟଣାକୁ ନେଇ ଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପ୍ରେମ ବିବାହ କରିଥିବା ଝିଅ କହିଛନ୍ତି, ତାଙ୍କ ସହ ବାପ ଘର ଲୋକ ଅନ୍ୟାୟ କରିଛନ୍ତି। କିନ୍ତୁ ତାଙ୍କ ବାପା ମା'ଙ୍କର କୌଣସି ଦୋଷ ନଥିବା ସେ କହିଛନ୍ତି।