ଦେଖନ୍ତୁ ଭିଡିଓ: ବର୍ଷାରେ ଅବସ୍ଥା ବେହାଲ୍, ଶୋଇଥିବା ବେଳେ ହଠାତ ମାଡିଆସିଲା ବନ୍ୟା ପାଣି, ଭାସିଗଲା ସବୁକିଛି

 
Barsha

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ହୀରାକୁଦର ଆଉ ୨ଟି ଗେଟ୍ ଖୋଲିଥିବା ଜଣା ପଡିଛି। ତେବେ ଆଜି ଅପରାହ୍ନରେ ହୀରାକୁଦର ଅଧିକ ଗେଟ୍ ଖୋଲିବ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏପରି ଲଗାଣ ବର୍ଷା ଲୋକଙ୍କୁ ବାସହରା କରିଦେଇଛି। ତଳିଆ ଅଞ୍ଚଳ‌ ସହ ରାଜ୍ୟର ଅନେକ ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବର୍ଷା

ଚାରିଆଡେ ପାଣିମୟ ହୋଇଯିବାରୁ ସପା ମାନଙ୍କ ଭୟ ବି ବଢିଯାଇଛି। ଘରେ ରହିବା ସମ୍ଭବ ହେଉନାହିଁ। ଚାରିଆଡେ ପାଣି ଜମି ରହିଛି। ଲୋକମାନେ ପାଣିରେ ପଶି ଯିବା ଆସିବା କରୁଛନ୍ତି। ଘରେ ପାଣି ପଶିଯାଇଛି। ଲୋକମାନେ କଲବଲ ହେଉଛନ୍ତି। ଘରେ ରହି ରୋଷେଇ କରି ଖାଇବା ସମ୍ଭବ ହେଉନାହିଁ। ଚାରିଆଡେ ପାଣି, କିନ୍ତୁ ପିଇବାକୁ ମିଳୁନାହିଁ। ଲୋକମାନ ନଦୀ ବନ୍ଧରେ ବସି ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ବନ୍ୟା ପାଇଁ ୪ ଦିନ ହେବ ପାଣି ଘେରରେ ଲୋକେ। ୪ଦିନ ହେବ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ। ଶୁଖିଲା ଖାଦ୍ୟ ଖାଇ ପାଣି ଘେରରେ ଥିବା ବେଳେ ଏପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଶୁଖିଲା ଖାଦ୍ୟ ପହଞ୍ଚି ନଥିବା କହିଛନ୍ତି। ତଳିଆ ଅଞ୍ଚଳରେ ଅନେକ ପରିବାର ଜଳବନ୍ଦୀ ହୋଇଛନ୍ତି।