ଦେଖନ୍ତୁ ଭିଡ଼ିଓ: ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ରାଜ୍ୟ ସରକାରଙ୍କ ‘ମୋ ବସ୍’

 
Mo bus

ମୋ ବସ୍ ଜଳି ହୋଇଗଲା ପାଉଁସ। ରାଉରକେଲାରୁ ବିରମିତ୍ରପୁର ଯାଉଥିବା ୧୦୬ ନମ୍ବର ମୋ ବସ୍ ଟିସିଆଇ ଛକ ନିକଟରେ ଜଳି ଯାଇଛି। ତେବେ ବସରେ ବସିଥିବା ଯାତ୍ରୀମାନେ କୌଣସି ପ୍ରକାରର ଅଘଟଣରୁ ବର୍ତ୍ତି ଯାଇଛନ୍ତି। କାହାର କିଛି କ୍ଷତି ହୋଇନଥିବା ବେଳେ ବସଟି ପୁରା ଜଳି ଯାଇଛି।

Mo bus

ସଟ ସର୍କିଟ ଅବା କେଉଁ କାରଣରୁ ନିଆଁ ଲାଗିଲା ସ୍ପଷ୍ଟ ହୋଇ ନାହିଁ। ଦମକଳ ଗାଡ଼ି ପହଞ୍ଚି ନିଆଁକୁ କାବୁ କରିଛି। ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି। ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ସକାଳ ପ୍ରାୟ ୧୦ଟା ସମୟରେ ବେଦବ୍ୟାସ ନିକଟସ୍ଥ ଟିସିଆଇ ବ୍ରିଜ୍ ନିକଟରେ ମୋ ବସରେ ହଠାତ୍ ନିଆଁ ଲାଗିଥିଲା। ଟିସିଆଇ ବ୍ରିଜ୍ ନିକଟରେ ହଠାତ୍ ବସର ଇଞ୍ଜିନ୍ ପାଖରୁ ଧୂଆଁ ବାହାରିଥିଲା। ଭୟଭୀତ ହୋଇ ବସ୍ କର୍ମଚାରୀଙ୍କ ସମେତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ଦେଖୁଦେଖୁ ବସଟି ହୁତୁହୁତୁ ହୋଇ ଜାଳିଥିଲା। ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।