ଦେଖନ୍ତୁ ଭିଡିଓ: ରିଲ୍ସ ନିଶା, ପାଠପଢା ଛାଡ଼ି କଲେଜ ଛାତ ଉପରେ ପୋଜ ମାରି କଣ କରୁଥିଲେ ଦୁଇ ଛାତ୍ରୀ?

 
Reels

ଯୁବପିଢୀଙ୍କୁ ଘାରିଛି ରିଲ୍ସ ନିଶା। ପାଠପଢା ଭୁଲି କଲେଜ ଛାତ ଉପରେ ବନାଉଛନ୍ତି ରିଲ୍ସ। ଛାତ ଉପରେ ଦୁଇଜଣ ଛାତ୍ରୀ ବିପଦପୂର୍ଣ ଅବସ୍ଥାରେ କରୁଛନ୍ତି ରିଲ୍ସ। ତା ପୁଣି ବ୍ରହ୍ମପୁର ସରକାରୀ ଏସ ବି ଆର୍ ମହିଳା ମହାବିଦ୍ୟାଳୟର ନୂଆ କୋଠା ଉପରେ। ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏଭଳି ଘଟଣା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ। ଏହି ଛାତ୍ରୀମାନେ ଏସ ବି ଆର ମହିଳା ମହାବିଦ୍ୟାଳୟ ବୋଲି ସ୍ପଷ୍ଟ ହୋଇଥିବା ବେଳେ ଆଜିର ନୁହଁ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।

Reels

ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କଲେଜରେ ରିଲ୍ସ କରିବାକୁ ବାରଣ କରାଯାଇଛି। ବ୍ରହ୍ମପୁର ଏସବିଆର କଲେଜରେ ଗତକାଲି ସ୍ୱାଭାବିକ କ୍ଲାସ ଚାଲିଥିବା ବେଳେ ନୂଆ କୋଠାର ଚାରି ମହଲା ଉପରେ ଦୁଇ ଜଣ ଯୁକ୍ତଦୁଇ ଛାତ୍ରୀଙ୍କୁ ଦେଖିବାକୁ ମିଳିଥିଲା। ରିଲ୍ସ କରିବା ନିଶାରେ ଛାତ୍ରୀମାନେ ଏଭଳି ବାରମ୍ବାର କରୁଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗତକାଲି କ୍ଲାସ୍  ଚାଲୁଥିବା ସମୟରେ ଦୁଇ ଜଣ ଯୁକ୍ତ ଦୁଇର ଛାତ୍ରୀ କ୍ଲାସରେ ଉପସ୍ଥିତ ନ ରହି ରିଲ୍ସ ବନାଇବାକୁ କଲେଜ ଛାତ ଉପରକୁ ଯାଇଥିଲେ। ଏବଂ ବିଭିନ୍ନ ପୋଜ୍ ଦେଇ ଗୀତର ତାଳେ ତାଳେ ରିଲ୍ସ ପ୍ରସ୍ତୁତ କରିଥିଲେ। ପରେ ଛାତ୍ରୀଙ୍କ ଏହି ରିଲ୍ସ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହି ଭିଡିଓରେ ଯାହା ଦେଖାଯାଉଛି ସୁରକ୍ଷା ପ୍ରତି ଛାତ୍ରୀଦ୍ବୟ ଆଦୌ ଗୁରୁତ୍ବ ଦେଇନାହାନ୍ତି। ଯଦି କୌଣସି ଅଘଟଣ ଘଟିଥାନ୍ତା ତାହେଲେ ଏଥିପାଇଁ ଦାୟୀ କିଏ ରହିଥାନ୍ତା ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି। ପିଲାମାନେ କଲେଜକୁ ପାଠ ପଢିବା ପାଇଁ ଯାଉଥିବା ବେଳେ ତାହା ନକରି ଏଭଳି ରିଲ୍ସ କରିବା ସେମାନଙ୍କ ବିଶୃଙ୍ଖଳ ଆଚରଣକୁ ସ୍ପଷ୍ଟ କରୁଛି ବୋଲି ମତ ପ୍ରକାଶ ପାଉଛି।