ଦେଖନ୍ତୁ ଭିଡ଼ିଓ: ଡେରିରେ ଷ୍ଟେଜକୁ ଆସିବାରୁ ପପୁ ପମପମ୍ ଙ୍କୁ ପଥର ମାଡ଼ କଲେ ଲୋକେ, ପ୍ରାଣ ବିକଳରେ ଦୋୖଡିଲେ ପପୁ

 
Papu Pampam

ହାସ୍ୟ ଅଭିନେତା ପପୁ ପମପମ୍ ଙ୍କୁ ପଥର ମାଡ଼। ମାଡ଼ ଭୟରେ ଷ୍ଟେଜରୁ ପଳାଇଲେ ପପୁ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଗତକାଲି ରାତିରେ ଜାଗରଯାତ୍ରା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥି ହୋଇ ଆସିଥିବା ପ୍ରଖ୍ୟାତ ଓଡ଼ିଆ ହାସ୍ୟାଭିନେତା ପପୁ ପମ୍‌ପମ୍‌ଙ୍କ ମଞ୍ଚ ଉପରକୁ ପଥର ମାଡ଼ ହୋଇଛି। ତେବେ ପପୁଙ୍କ ଦେହରେ ପଥର ବାଜିନଥିବା ବେଳେ ପଛପଟେ ଡିଜିଟାଲ୍ ଡିସ୍‌ପ୍ଲେ ବୋର୍ଡ଼ରେ ପଥର ବାଜି ନଷ୍ଟ ହୋଇଯାଇଥିଲା।

Papu

ମିଳିଥିବା ସୂଚନାନୁସାରେ, ଗ୍ରାମରେ ମୁକ୍ତେଶ୍ବର ମହ‌ାଦେବଙ୍କ ଦୁଇଦିନିଆ ଜାଗରଯାତ୍ରା ହେଉଥିବା ବେଳେ ଗତକାଲି ପ୍ରଥମ ରାତି ଥିଲା। ଏଥିପାଇଁ ଦୁଇଦଳ ପକ୍ଷରୁ ରାମାୟଣ ନାଟକ ମଞ୍ଚସ୍ଥ ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା। ରାତି ପ୍ରାୟ ୧୧ଟା ବେଳ‌େ ପପୁ ମଞ୍ଚ ଉପରକୁ ଆସିଥିଲେ। ଏହି ସମୟରେ ହଠାତ୍ କିଛି ଉତ୍ତ୍ୟକ୍ତ ‌ଲୋକ ମଞ୍ଚ ଉପରକୁ ପଥରମାଡ଼ ଆରମ୍ଭ କରି ଦେଇଥିଲେ। ଫଳରେ ସୁରକ୍ଷା ଦୃଷ୍ଟିରୁ ପପୁ କାର୍ଯ୍ୟକ୍ରମ ଅଧାରୁ ପଳାଇଥିବା ଜଣାପଡ଼ିଛି।
ତେବ‌େ ପଥର ପପୁଙ୍କ ଦେହ‌ରେ ସୌଭାଗ୍ୟବଶତଃ ନବାଜି ଡିସ୍‌ପ୍ଲେ ବୋର୍ଡ଼ରେ ବାଜିଥିଲା। ଆଖିବୁଜା ପଥରମାଡ଼ ହେବାରୁ ପ୍ରାଣବିକଳରେ ସମସ୍ତେ ଦୌଡ଼ିଥିଲେ। କିଛି ଉତ୍ତ୍ୟକ୍ତ ଯୁବକ ମଞ୍ଚ ଉପରକୁ ଚଢ଼ି ଯାଇଥିଲେ। ପପୁ ମଞ୍ଚ ଉପରେ ସମସ୍ତଙ୍କୁ ବୁଝାସୁଝା କରିବାକୁ ‌ଚେଷ୍ଟା କରିବା ସହ ସ୍ବାଭାବିକ ଭାବେ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ। ଟେକାପଥର ମାଡ଼ ନକରିବାକୁ କହିଥିଲେ। ପପୁ ରାତି ୯ଟାରେ ପହଞ୍ଚିଥିଲେ ବି ୧୧ଟାରେ ମଞ୍ଚ ଉପରକୁ ଆସିଥିବାରୁ ଦର୍ଶକ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।