ଦେଖନ୍ତୁ ଭିଡ଼ିଓ: ସୁର ରାଉତରାୟଙ୍କ ସହ ହୋଲି ଖେଳିଲେ ନିଶା ମହାରଣା, ଦେଖନ୍ତୁ କେମିତି ଲଗାଲଗି ହେଉଛନ୍ତି

 
Nisha Moharana

ଆଜିର ଏହି ଡିଜିଟାଲ ଯୁଗରେ ଅନେକ ବ୍ୟକ୍ତି ରାତାରାତି ଜିରୋ ରୁ ହିରୋ ପାଲଟିଛନ୍ତି । ଆମ ରାଜ୍ୟରେ କେତେକ ବ୍ୟକ୍ତି ମଧ୍ୟ ସୋସିଆଲ ମିଡ଼ିଆ ରୁ ଷ୍ଟାର୍ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଶିଷ୍ଟ ଯାତ୍ରା ଅଭିନେତ୍ରୀ ନିଶା ମହାରଣା । ସବୁବେଳେ ଚର୍ଚ୍ଚାରେ ରହୁଥିବା ସୁର ରାଉତରାୟ ଆଉ ହଟ୍ ନିଶା ମହାରଣା ଆଜି ଗୋଟାଏ କ୍ୟାମେରା ଲେନ୍ସରେ ଧରା ପଡିଛନ୍ତି । ଖୁବ୍ କମ୍ ସମୟ ଭିତରେ ନିଶା ଆଜି ସାରା ଓଡ଼ିଶା ର ଘରେ ଘରେ ପରିଚିତ ହୋଇଯାଇଛନ୍ତି ।

fg fg

ତେବେ ଏହା ମଧ୍ୟରେ ନିଶା ଙ୍କୁ ନେଇ ଆସିଛି ଏକ ବଡ଼ ଖବର୍ । ଗତକାଲି ରଙ୍ଗର ପର୍ବ ହୋଲି ଅବସରରେ ନିଶା ରାଜ୍ୟ କଂଗ୍ରେସ ଭବନରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଙ୍କ ସହ ହୋଲି ଖେଳିଛନ୍ତି । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବାରେ ଲାଗିଛି । କଂଗ୍ରେସ ଭବନରେ ବାଜା ବଜାଇ ଏକ ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳନ କରିଥିଲେ ନିଶା ଆଉ ସୁର । କଂଗ୍ରେସ ଭବନ ରେ ରଙ୍ଗ ଉତ୍ସବରେ ସାମିଲ ହୋଇଥିଲେ ଅଭିନେତ୍ରୀ ନିଶା ।

fg fdg dftt

ନିଶା କଂଗ୍ରେସ ରେ ଯୋଗ ଦେବା ନେଇ ପ୍ରଶ୍ନର ଉତ୍ତରରେ ସୁର କହିଥିଲେ, ନିଶା ଜଣେ ବଡ଼ କଳାକାର । ସରସ୍ୱତୀ, ଆଲ୍ଲା, ଯୀଶୁ ଙ୍କ ଆଶିର୍ବାଦ ତାଙ୍କ ଉପରେ ରହିଛି । ସେ ଓଡ଼ିଶା ର ଜଣେ ବଡ଼ ପ୍ରତିଭା, ତାଙ୍କର ଅଭିନୟ ରେ ଦର୍ଶକ ମୁଗ୍ଧ ହୋଇପଡ଼ୁଛନ୍ତି । ସେ ଫିଲ୍ମ ଓ ସଙ୍ଗୀତ ଦୁନିଆ ରେ ଲୋକଙ୍କର ହୃଦୟକୁ କିଣିସାରିଛନ୍ତି । ସେ ବହୁତ ଆଗକୁ ଯାଆନ୍ତୁ ଏହା ହିଁ ଆମର କାମନା ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ରିଲ୍ସ ପାଇଁ ଲାଜ ସରମ ଭୁଲିଗଲେ ଏହି ମା-ପୁଅ, ନିଜ ମା'କୁ କୋଳରେ ଉଠାଇ ଏମିତି ହରକତ୍ କଲା ପୁଅ

ଏହି ଅବସରରେ ଅଭିନେତ୍ରୀ କହିଥିଲେ, ଆଜି ଏକ ପବିତ୍ର ଦିନରେ ମୁଁ ସୁର ଭାଇ ଙ୍କ ସହିତ ସାକ୍ଷାତ କରି ନିଜକୁ ଧନ୍ୟ ମନେକରୁଛି । ଭାଇ ଙ୍କୁ ଶ୍ରୀଜଗନ୍ନାଥ ଭଲରେ ରଖନ୍ତୁ ଏହା ହିଁ ମୋର ତାଙ୍କ ନିକଟରେ ପ୍ରାର୍ଥନା । ତେବେ ହୋଲି ଅବସରରେ କଂଗ୍ରେସ ରେ ଯୋଗଦେବା ନେଇ କିଛି ଯୋଜନା ଅଛି କି ନାହିଁ ପ୍ରଶ୍ନର ଉତ୍ତରରେ ନିଶା କହିଥିଲେ, ସେପରି କିଛି ନାହିଁ । କଂଗ୍ରେସ ଦଳକୁ ଆମ ପରିବାର ରେ ସମସ୍ତେ ଖୁବ୍ ଭଲ ପାଆନ୍ତି । ସୁର ଭାଇ ଙ୍କୁ ମୁଁ ମୋ ଦିଲରେ ଜାଗା ଦେଇଛି, ମୋତେ ଆଜି ବହୁତ ଖୁସି ଲାଗିଲା ।