ଦେଖନ୍ତୁ ଭିଡିଓ: “କାଲି ମୋତେ ଭିଡ଼ିଓ କଲ କରିଥିଲେ, ଆଜି ସହିଦ ହୋଇଗଲେ, ତାଙ୍କୁ ଛାଡି କେମିତି ରହିବି”

 
Sahid

ସିକିମର ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଆ ଯବାନ ସରୋଜ କୁମାର ଦାସ ସହିଦ। ଢେଙ୍କାନାଳ କାମାକ୍ଷାନଗର ଦିଘି ପଞ୍ଚାୟତର କେନ୍ଦୁଢିପବାସୀ ସରୋଜ ଦାସ ସହିଦ ହୋଇଯାଇଛନ୍ତି। ଏ ଖବର ପହଞ୍ଚିବା ପରେ ପରିବାର ସହ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପରିବାର ଲୋକେ ଭିଡିଓ କଲ୍‌ ମାଧ୍ୟମରେ ମୃତଦେହ ଚିହ୍ନଟ କରିଛନ୍ତି।

Sahid odia jawan

ତେବେ ବନ୍ୟାରେ ୨୩ ଜଣ ଯବାନ ନିଖୋଜ ଥିଲେ। ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ ସରୋଜ। ଓଡ଼ିଆ ଯବାନ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଦୀର୍ଘ ପଞ୍ଚାୟତ କେନ୍ଦୁଢିପ ଗାଁର ସରୋଜ କୁମାର ଦାସ। ସରୋଜ ସେନାରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ୨୯ ବର୍ଷୀୟ ସରୋଜ ଚଳିତ ବର୍ଷ ଫେବୃଆରୀରେ ବିବାହ କରିଥିଲେ।

ତାଙ୍କ ନିଖୋଜ ଖବର ଆସିବା ପରେ ହତବାକ୍ ପରିବାର ଲୋକେ। ଶେଷଥର ପାଇଁ ଗତ ମାସେ ତଳେ ରାକ୍ଷୀ ପୂର୍ଣ୍ଣିମାକୁ ରାକ୍ଷୀ ବାନ୍ଧିବାକୁ ଆସିଥିଲେ ସରୋଜ। ଭଉଣୀ ହାତରେ ରାକ୍ଷୀ ବାନ୍ଧି ସେପ୍ଟେମ୍ବର ୪ ତାରିଖ ଦିନ ଘରୁ ଫେରିଯାଇ ସିକିମରେ ଥିବା ସେନାର କ୍ୟାମ୍ପରେ ଯୋଗ ଦେଇଥିଲେ।

ମଙ୍ଗଳବାର ରାତି ୧୦ଟାରେ ଘରକୁ ଫୋନ କରିତିଲେ ସରୋଜ। ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ। କହୁଥିଲେ, ସିକ୍କିମରେ ପ୍ରବଳ ବର୍ଷା ହେଉଛି। ଗାଡ଼ି ଭିତରେ ସେ ଅନ୍ୟମାନଙ୍କ ସହ ରହିଥିବା କଥା ପରିବାର ଲୋକଙ୍କୁ ବି କହିଥିଲେ। ପରିବାର ଲାେକେ ଭୟଭୀତ ହୋଇପଡିଥିଲେ। ସେତିକି ବେଳରୁ ପୁଅ ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଥିଲେ।

ପରେ ଟିଭିରେ ଯବାନଙ୍କ ନିଖୋଜ ଖବର ଦେଖି ପୁଅ ପାଖକୁ ଫୋନ କରିଥିଲେ ପରିବାର ଲାେକେ। ମାତ୍ର ସରୋଜଙ୍କ ମୋବାଇଲ୍ ଫୋନ ସୁଇଚ୍ ଅଫ୍ ଥିଲା । ୟୁନିଟ ସହ କଥା ହୋଇଥିଲେ ସରୋଜଙ୍କ ଭାଇ। ସେଠାରୁ ଜାଣିଥିଲେ, ସରୋଜ ନିଖୋଜ ଅଛନ୍ତି। ଶେଷରେ ଆଜି ସରୋଜ ସହିଦ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକ। ସରୋଜ ୨୦୧୨ରେ ସେନବାହିନୀରେ ସାମିଲ ହୋଇଥିଲେ ସରୋଜ।