ଦେଖନ୍ତୁ ଭିଡିଓ: “ମୋର କିଛି ଦୋଷ ନାହିଁ ରାସ୍ତାରେ ଯାଉଥିବା ବାଇକକୁ ରଖେଇ ବସରୁ ଯାତ୍ରୀଙ୍କୁ ଟାଣିଟାଣି ଉଦ୍ଧାର କରିଛି”

 
Bus tragedy

ମହାନଦୀ ବ୍ରିଜରେ ଯାତ୍ରୀବାହୀ ବସ ପିଟି ହେବା ପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ବାଙ୍କି ଯାତ ମୁଣ୍ଡିଆ ମହାନଦୀ ବ୍ରିଜରେ ଏହି ଦୁର୍ଘଟଣା ହୋଇଛି। ତେବେ ବସଟି ବ୍ରିଜ ତଳକୁ ଓହଳିକି ରହିଛି। ଏହି ବସଟି ଅନୁଗୁଳରୁ ଭୂବନେଶ୍ୱରକୁ ଆସୁଥିଲା। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

Bus

ଅନୁଗୋଳରୁ ଭୁବନେଶ୍ୱର ଆସୁଥିବା ନିଗମ ନାମକ ଯାତ୍ରୀବାହୀ ବସଟି ଜାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେଇଥିଲା। ଫଳରେ ବସଟି ପୋଲ ତଳକୁ ଖସି ଅଧାରେ ଓହଳି ରହିଥିଲା। ଗାଡିଟି ବ୍ରିଜର ବ୍ୟାରିକେଡକୁ ବାଡେଇବା ପରେ ଅଧା ଓହଳିବା ଅବସ୍ଥାରେ ଝୁଲି ରହିଥିଲା। ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଯାହାଫଳରେ ଏକ ବଡ଼ ବିପଦ ଟଳି ଯାଇଛି।

ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ବି କିଛି ଯାତ୍ରୀ ଆହତ ହୋଇଛନ୍ତି। ଗାଡିର କାଚ ଓ ଜରୁରୀ ଦ୍ୱାର ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ହେଲେ ଦୁର୍ଘଟଣାର କାରଣ ଜଣାପଡିନାହିଁ। ଡ୍ରାଇଭର ନିଶାସକ୍ତ ଥିଲେ କି ଯାନ୍ତ୍ରିକ ତୃଟିପାଇଁ ଏଭଳି ଦୁର୍ଘଟଣା ଘଟିଛି ତାହା ତଦନ୍ତ କରାଯାଉଛି। ବର୍ତ୍ତମାନ ଗାଡିଟିକୁ କ୍ରେନ୍‌ ସହାୟତାରେ ବ୍ରିଜ୍‌ରୁ ହଟାଯାଇ ରାସ୍ତା କ୍ଲିୟର କରାଯାଉଛି।

ବସ ଡ୍ରାଇଭର ଶ୍ରୀକାନ୍ତ ବେହେରା କହିଛନ୍ତି,"ଏହି ଦୁର୍ଘଟଣାରେ ମୋର କିଛି ଦୋଷ ନାହିଁ । ବ୍ରିଜ୍‌ ପାର ହେଉ ଥିବା ସମୟରେ ବସର ଗତି ଘଣ୍ଟା ପ୍ରତି 40ରୁ 45 କିଲୋମିଟର ଥିଲା । ଏହି ସମୟରେ ବସ୍‌ର ଷ୍ଟିୟରିଂରେ ସଠିକ ଢଙ୍ଗରେ କାମ ନକରିବାରୁ ବସ୍‌ଟି ବ୍ରିଜର ବାଡକୁ ଭାଙ୍ଗି ବିପଦ ଶଙ୍କୁଳ ଅବସ୍ଥାରେ ଝୁଲି ରହିଥିଲା । ଏହି ସମୟରେ ସେ ବ୍ରେକ୍‌ ଲଗାଇବାରୁ ବସଟି ନଦୀ ଭିତରକୁ ଖସିବାରୁ ରକ୍ଷା ପାଇଗଲା ।"