ଦେଖନ୍ତୁ ଭିଡିଓ: ମାରିଲା ଘଡ଼ଘଡ଼ି ଭାଙ୍ଗିଗଲା ଦଧିନଉତି, ମାଡିଆସୁଛି କି ବିପଦ? ଭଗବାନ ଦେଉଛନ୍ତି ସଂକେତ

 
Mandira

ଖସି ପଡିଲା ରାମେଶ୍ୱର ମନ୍ଦିରର ଦଧିନଉତି । ଘଡ଼ଘଡ଼ି ଓ ବିଜୁଳି ଯୋଗୁଁ ପୁରୁଣା ଭୁବନେଶ୍ୱର ମାଉସୀମା ମନ୍ଦିର ପରିସରରେ ଥିବା ରାମେଶ୍ୱର ମନ୍ଦିର ଦଧିନଉତି ଭାଙ୍ଗି ଖସି ପଡିଛି । ପ୍ରାୟ ୬୦ ଫୁଟ ତଳକୁ ଖସିଲା ଦଧି ନଉତି ମନ୍ଦିର ପ୍ରାଙ୍ଗଣରେ ପଡିଥିବା ଜଣାପଡିଛି । ବ୍ରାହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ମନ୍ଦିରରେ ଥିବା ସମୟରେ ଅଘଟଣ ଘଟିଥିଲା ।

Mandira

ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୦ଟା ୧୦ ମିନିଟ ସମୟରେ ରାମେଶ୍ୱର ମନ୍ଦିରର ଦଧିନଉତି ତଳକୁ ଖସି ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ବ୍ରାହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏନେଇ ଭୟଭୀତ ହୋଇ ଯାଇଥିବା ବେଳେ ପରେ ଟେକ୍ନିକାଲ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ତେବେ ମନ୍ଦିରରେ କୌଣସି ଫାଟ ଥାଇପରେ ବୋଲି ଅନୁମାନ କରାଯାଉଛି।

ଏଏସଆଇ ସୁପରିଟେଣ୍ଡେଣ୍ଟଙ୍କ ସହ ୩ ଜଣିଆ ଟିମ ଆସି ମନ୍ଦିର ସ୍ଥିତି ଅନୁଧ୍ୟାନ ପରେ ଏଏସଆଇ ସୁପରିଟେଣ୍ଡେଣ୍ଟ ସୁଶାନ୍ତ କୁମାର କର ପ୍ରତିକ୍ରିୟା ଦେଇ କହିଛନ୍ତି, ମନ୍ଦିରରେ ଲାଇଟିଙ୍ଗ ଆରେଷ୍ଟର ଚଳିତ ବର୍ଷ ଲାଗିଥାନ୍ତା । ଲାଇଟିଙ୍ଗ ଆରେଷ୍ଟର ଲାଗି ନଥିବାରୁ ବିଜୁଳିରେ ଦଧି ନଉତି ଭାଙ୍ଗି ଯାଇଛି । ସୌଭାଗ୍ୟ ବଶତଃ ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଛି । ମନ୍ଦିରରେ ଫାଟ ନେଇ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ ମରାମତି କରାଯିବ ।