ଦେଖନ୍ତୁ ଭିଡିଓ: “ଆସିବ କହିବି ଆଉ ଆସିଲାନି” ବୀର ପୁଅକୁ ହରାଇ ପରିବାରରେ ଦୁଃଖର ପାହାଡ଼, ବର୍ଷକରେ ୪ ଜଣଙ୍କ ମୃତ୍ୟୁ

 
Jawan sahid

ଝୁରୁଛି ଗାଁ, ଖୋଜୁଛି ପରିବାର ଆଉ ମନେ ପକାଉଛି ସାରା ଦେଶ। କିନ୍ତୁ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ଓଡିଆ ମାଟିର ବୀର ସନ୍ତାନ ସହୀଦ ସୁଶାନ୍ତ ଖୁଣ୍ଟିଆ। ସହିଦ ଖବର ଶୁଣି ସାରା ଗାଁର ଲୋକେ ମ୍ରିୟମାଣ ହୋଇପଡିଥିବା ବେଳେ ବୀର ଯବାନ କୁ ବାହୁଡ଼ି ନେବା ପାଇଁ ଜନସମୁଦ୍ର ସୃଷ୍ଟି ହୋଇଛି।

Jawan

ଡ଼ଖଣ୍ଡରେ ନକ୍ସଲ ଗୁଳିରେ ସହିଦ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କର ଆଜି ଜନ୍ମମାଟିରେ ପହଞ୍ଚିଛି ପାର୍ଥିବ ଶରୀର। ସୁଶାନ୍ତଙ୍କୁ ହରାଇ କାନ୍ଦୁଛି ସାରା ଓଡ଼ିଶା । ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରେ । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ଗାଁରେ ଶୋକାକୂଳ ପରିବେଶ । ବୀର ପୁଅକୁ ସମସ୍ତେ ଅନାଇ ବସିଛନ୍ତି । ଦୁଇଦିନ ତଳେ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଗୋଏଲକେରା ଥାନା ଅଞ୍ଚଳର କୋଲହନ ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିଲା ।

ଏଭଳି ହୃଦୟ ବିଦାରକ ଘଟଣାକୁ ତାଙ୍କ ପରିବାର ଲୋକେ କିପରି ଯେ ସହ୍ୟ କରିବେ । ସୁଶାନ୍ତଙ୍କ ମା ତାଙ୍କ ଯବାନ ପୁଅକୁ ଝୁରୀ ଝୁରୀ କହୁଛନ୍ତି, ମୋ ଧନ କୁଆଡେ ଗଲା, ମୋ ପୁଅକୁ ମତେ ଫେରାଇ ଦିଅ, ମୁଁ ତାକୁ ଛାଡିବିନି । ତିନି ବର୍ଷରେ ସୁଶାନ୍ତଙ୍କ ବାପା ଓ ଦୁଇ ଭାଇ ଆଗପଛ ହୋଇ ଆରପାରିକୁ ଚାଲି ଯାଇଛନ୍ତି ।

୨୦୨୨ରେ ସୁଶାନ୍ତଙ୍କ ବାପା ଆତୁଳ ଖୁଣ୍ଟିଆ ଓ ଚଳିତ ବର୍ଷ ବଡଭାଇ ସନ୍ତୋଷ ଖୁଣ୍ଟିଆ ଓ ମଝିଆ ଭାଇ ପ୍ରଶାନ୍ତ ଖୁଣ୍ଟିଆ ପ୍ରାଣ ହରାଇଥିଲେ । ଏବେ ସୁଶାନ୍ତଙ୍କ ମା' ଚିକିତ୍ସାଧୀନ ଅଛନ୍ତି । ଭୁବନେଶ୍ବରର ଏକ ହସ୍ପିଟାଲରେ ମା'ଙ୍କ ଦାୟିତ୍ବରେ ଅଛନ୍ତି ଭଉଣୀ । ଏବେ ସୁଶାନ୍ତଙ୍କ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଦୁଇମାସ ତଳେ ସେ ବିବାହ କରିଥିଲେ ।