ଦେଖନ୍ତୁ ଭିଡିଓ: ଲୁଚିଲୁଚି ଦ୍ବିତୀୟ ବିବାହ କରୁଥିଲେ ସ୍ବାମୀ, ମନ୍ଦିରରେ ପହଞ୍ଚିଗଲେ ପ୍ରଥମ ପତ୍ନୀ ଓ ଝିଅ, ଆଉ ତାପରେ ସରିଗଲା ସବୁକିଛି

 
Swami bahaghara

ବିବାହ ବେଦୀରେ ହଙ୍ଗାମା। ସ୍ତ୍ରୀ ଓ ଦୁଇ ଝିଅ ଥାଇ ଦ୍ୱିତୀୟ ବିବାହ କରିବା ବେଳେ ଅଭିଯୁକ୍ତ ସ୍ୱାମୀଙ୍କ ଉପରେ ବସିଛି ଉତ୍ତମ ମଧ୍ୟମ। ପ୍ରଥମ ସ୍ତ୍ରୀ ଓ ତାଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରି ପୁଲିସ୍ ଜିମାରେ ଦେଇଛନ୍ତି। ପୁଲିସ୍ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟିସ୍ଥିତ ଦୁଲ୍ଲାଦେବୀ ମନ୍ଦିର ପରିସରରେ।

Swami ku mada

ଦ୍ବିତୀୟ ବିବାହ ବେଳେ ୨ ଝିଅଙ୍କ ସହ ପହଞ୍ଚିଲେ ପ୍ରଥମ ସ୍ତ୍ରୀ। ସ୍ଵାମୀଙ୍କୁ ବେଦୀରୁ ଟାଣି ଆଣି ଉତ୍ତମମଧ୍ୟମ ଦେଲେ ମହିଳା। ପରେ ଲମ୍ପଟ ସ୍ବାମୀକୁ ପୋଲିସର ଜିମା ଦେଇଛନ୍ତି। ୨ ଝିଅଙ୍କ ସହ ଅହଲ୍ୟା ବିବାହ ବେଦୀରେ ପହଞ୍ଚିବା ପରେ ଯୋଗେଶ ବିବାହ କରୁଥିବା ଦେଖିଥିଲେ। ଯୋଗେଶଙ୍କୁ ବିବାହ ବେଦୀରେ ଉତ୍ତମ ମଧ୍ୟମ ଦେବା ପରେ ହଙ୍ଗାମା ସୃଷ୍ଟି ହୋଇଥିଲା। 

ତେବେ ଘଟଣାସ୍ଥଳରୁ ବିବାହ କରୁଥିବା ଯୁବତୀ ଚମ୍ପଟ ମାରିଥିଲେ। ଉପସ୍ଥିତ ଲୋକେ ଘଟଣାକୁ ବୁଝିପାରି ନ ଥିଲେ। ପରେ ଅହଲ୍ୟା ସମସ୍ତ ଘଟଣା ଜଣାଇବା ସହ ବାଳକାଟି ଫାଣ୍ଡିକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଯୋଗେଶକୁ ଫାଣ୍ଡିରେ ଅଟକ ରଖିଛି।

ସୂଚନାଯୋଗ୍ୟ, ଜଙ୍କିଆ ଥାନା ଚନ୍ଦ୍ରମାପାଟପୁର ଗାଁର ଯୋଗେଶ ହାତୀ ୨୦୧୦ରେ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଗଣେଶ୍ବରପୁରର ଅହଲ୍ୟା ହାତୀଙ୍କୁ ପ୍ରେମ ବିବାହ କରିଥିଲେ। ଦୀର୍ଘ ଦିନ ଧରି ପରିବାରିକ ସମ୍ପର୍କ ଚାଲିଥିଲା । ଉଭୟଙ୍କର ୨ କନ୍ୟା ସନ୍ତାନ ମଧ୍ୟ ରହିଛନ୍ତି । 

ମାତ୍ର ଯୋଗେଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିବାରୁ ପରିବାରରେ ଫାଟ ସୃଷ୍ଟି ହୋଇଥିଲା । ତେବେ ରବିବାର ଦିନ ଯୋଗେଶ ବାଳକାଟି ଦୁଲ୍ଲା ଦେବୀ ମନ୍ଦିରରେ ଲୁଚି ଲୁଚି ବିବାହ କରୁଥିବା ବେଳେ ଅହଲ୍ୟା ଖବର ପାଇ ସେଠାରେ ପହଞ୍ଚିଥିଲେ । ଯାହାପରେ ଆରମ୍ଭ ହୋଇଥିଲା ହଙ୍ଗାମା।