ଦେଖନ୍ତୁ ଭିଡିଓ: ବନ୍ୟା ଜଳରେ ଭାସି ଆସିଲା ବିରାଟ ମାଛ, ଲୋକେ ଦେଖି ହୋଇଗଲେ କାବା

 
ମାଛ

କମିଲା ବର୍ଷା, ବଢିଲା ବନ୍ୟା ବିଭିଷୀକା। ଫୁଲୁଛି ମହାନଦୀ, ତାଣ୍ଡବ ଚରୁଛନ୍ତି ବ୍ରାହ୍ମଣୀ, ବୈତରଣୀ। ବନ୍ୟା ଘେରରେ ଅଧା ଓଡ଼ିଶା। ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ। କେଉଁଠି ଗର୍ଜନ ଛାଡ଼ୁଛି ବନ୍ୟା ଜଳ ତ ଆଉ କେଉଁଠି ସ୍ଥଳ ମୁହାଁ ନଦୀକୁ ଦେଖି ଲାଗୁଛି ଭୟ।

Hirakud

ଆଜିଠାରୁ ରାଜ୍ୟରେ ବର୍ଷାର ମାତ୍ରା କମିଛି। ତେବେ ଗତ ୨୪ ଘଂଟାରେ ରାଜ୍ୟର ୧୫ ସହରରେ ପ୍ରବଳ ବର୍ଷା ହୋଇଛି। ମହାନଦୀ ଉପର ମୁଣ୍ଡରେ ୨୬ରୁ ୩୭ ସେଂଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

ସୁବର୍ଣ୍ଣପୁରରେ ବୀରମହାରାଜପୁର ହରିହର ମଧ୍ୟମ ଜଳ ପ୍ରକଳ୍ପରୁ ବନ୍ୟା ଜଳ ଛଡ଼ାଗଲା। ପ୍ରଥମେ ୬ଟି ଗେଟ୍ ଦେଇ ବନ୍ୟା ଜଳ ଛଡାଯାଇଛି। ତେବେ ହଠାତ ପଡିଆରେ ବିଛାଡି ହୋଇଗଲା ଶହ ଶହ ସଂଖ୍ୟାର ଜିଅନ୍ତା ମାଛ। ତେବେ ପାଣି ଟିକିଏ କମିବା ପରେ ଜମିରେ ମାଛ ସବୁ ଖେଳୁଥିବା ଦେଖିବାକୁ ମିଳିଥିଲା।